ଇଂରେଜ ସରକାରଙ୍କ ନିଦ ହଜେଇ ଦେଇଥିଲେ ସହିଦ ଭଗତ ସିଂହ

ଭଗତ ସିଂହ ଯାହଙ୍କର ନାମ ଶୁଣିଲେ ସମସ୍ତ ମନରେ ଏକ ବିପ୍ଲାତ୍ମକ ଭାବନା ସୃଷ୍ଟି ହେବା ସହ ଦେଶାତ୍ମକ ବୋଧର ଚେତନ ଜାଗ୍ରତ ହୋଇଥାଏ । ଯିଏକି ହେଉଛନ୍ତି ସ୍ୱାଧୀନ ଭାରତର ମୂଳ ସୂତ୍ର । ତାଙ୍କର ଘର ପଞ୍ଜାବର ଲାୟଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ହୋଇଥିବା ବେଳେ ସେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଭଗତ ସିଂହଙ୍କୁ ଛାଡି, ତାଙ୍କର ଆଉ ୨ ଭାଇ ଏବଂ ଜଣେ ଭଉଣୀ ଥିଲେ । ତାଙ୍କର ବାପା ଜଣେ ମଧ୍ୟବିତ ଚାଷୀ ଥିବା ସହ ଜଣେ ଦେଶ ଭକ୍ତ ମଧ୍ୟ ଥିଲେ । ତାଙ୍କ ବାପାଙ୍କ ଦ୍ୱାରା ହିଁ ଭଗତ ସିଂହ ଦେଶ ଭକ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ଆଡକୁ ପ୍ରେରିତ ହୋଇଥିଲେ । ଭଗତ ସିଂହ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେତେବେଳେ ଜାଲିୱାନବାଗ ହତ୍ୟାକାଣ୍ଡ ତାଙ୍କ ମନକୁ ଦୋହଲାଇଦେଇ କ୍ଷତବିକ୍ଷତ କରିଥିଲା । ସେହି ଦିନ ଠାରୁ ସେ ଦେଶ ପାଇଁ ଲଢିବେ ବୋଲି ପ୍ରତିଜ୍ଞା ନେଇଥିଲେ ।

୧୯୧୯ ମସିହାରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଜାଲିୱାନବାଗ ଠାରେ ଇଂରେଜ ଶାସନର ପ୍ରତିବାଦରେ ୨୦ ହଜାରରୁ ଉର୍ଦ୍ଦ କର୍ମୀ ରୁଣ୍ଡ ହୋଇଥିଲେ । ଯାହାକୁ ଦେଖି ଇଂରେଜ ସରକାର ସମ୍ପୂର୍ଣ୍ଣ ଭୟଭୀତ ହୋଇପଡିଥିଲେ । ଏହି ପ୍ରତିବାଦ ସଭାକୁ ଭଣ୍ଡୁର କରିବା ପାଇଁ ଇଂରେଜ ସରକାର ଶତପ୍ରଚେଷ୍ଟା କଲେ ମଧ୍ୟ କରିପାରି ନଥିଲେ । ସେଥି ପାଇଁ ମାଇକେଲ ଡାୟାର ନାମକ ପୋଲିସ ଅଫିସର ସୈନ୍ୟଗଣ ସହ ସେଠାକୁ ଆସି ସଭା ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ଶତାଧିକ ଲୋକ ସହିଦ ହୋଇଥିଲେ । ସେହି ୧୨ ବର୍ଷର ବାଳକ ଭଗତ ସିଂହ ଏହା ଦେଖି ସମ୍ପୂର୍ଣ୍ଣ ମର୍ମାହତ ହୋଇପଡିଥିଲେ ଏବଂ ସେବେ ଠାରୁ ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧ କରିବେ ବୋଲି ଶତପ୍ରତିଜ୍ଞା କରିବା ସହ ଇଂରେଜ ସରକାରଙ୍କ ବିରୋଧରେ ସ୍ଲୋଗନ ଦେବା ଆରମ୍ଭ କରିଦେଇଥିଲେ । ୧୯୨୮ ମସିହାରେ ଅନ୍ୟତମ ସ୍ୱାଧୀନ ଭାରତର ଅନ୍ୟତମ କ୍ରାନ୍ତିଧାରୀ ଚନ୍ଧ୍ରଶେଖର ଆଜାଦଙ୍କ ସହ ଭଗତ ସିଂହଙ୍କର ଦେଖା ହୋଇଥିଲା । ଏହା ପର ଠାରୁ ପରଧୀନ ଭାରତରେ କ୍ରାନ୍ତିଧାରାର ଗତିବଧି ବଢିଯାଇଥିଲା ।

୧୯୨୯ ମସିହାରେ ଭାଗତ ସିଂହ ଏବଂ ତାଙ୍କର ପ୍ରମୁଖ ସହଯୋଗୀ ସୁଖଦେବ ଓ ରାଜଗୁରୁଙ୍କ ସହ ମିଶି ଇଂରେଜ ମାନଙ୍କ ଆସେମ୍ଲି ଭିତରେ ପ୍ରବେଶ କରି ସେଠାରେ ବୋମା ପାକାଇବା ସହ ସେମାନଙ୍କୁ ତୁରନ୍ତ ଭାରତ ଛାଡି ଚାଲିଯିବାର ଚେତାବନୀ ଦେବା ସହ ‘ ତୁମେ ଅନ୍ଧା ଓର ଗୁଙ୍ଗା ’, ‘ତୁମ କୋ କୁଛ ସୁନାଇ ନେହି ଦେତା’,’ ଏସକା ଅନଯାମ ଭଗତୋଗେ’ କହି ଚେତାବନୀ ମଧ୍ୟ ଦେଇଥିଲେ । ଏହି୍ ଘଟଣା ଇଂରେଜମାନେ ସହଜରେ ହଜମ କରିପାରିନଥିଲେ । ଏହା ପରେ ଇଂରେଜମାନେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ, ଏହି ଖବର ପାଇଁ ଭଗତ ସିଂହ, ସୁଖଦେବ, ରାଜଗୁରୁ ପୋଲିସ ପାଖରେ ଆତ୍ମସର୍ମପଣ କରି ଜେଲ ଗଲେ । ପରବର୍ତ୍ତା ସମୟରେ ସେ ଜେଲରେ ବନ୍ଦୀ ଥିବା ସମୟରେ ଜେଲରେ ଥିବା ସମସ୍ତ ବନ୍ଦ କଏଦୀଙ୍କ ଅବସ୍ଥା ଦେଖି ବହୁତ ଦୁଃଖିତ ହୋଇଥିଲେ ଏବଂ ଜେଲ ଭିତର ଅବସ୍ଥାକୁ ସୁଧାରିବା ପାଇଁ ୩୨ ପର୍ଯ୍ୟନ୍ତ ଅନଶନ କରିଥିଲେ । ଭାରତମାତାର ସଂଗ୍ରାମ କରୁଥିବା ଏହ ତିନି ଆନ୍ଦୋଳନରତ କ୍ରାନ୍ତିଧାରୀଙ୍କ ଆନ୍ଦୋଳନ ଇଂରେଜ ସରକାର ସହ୍ୟ କରି ନପାରି ଏମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀର ଦଣ୍ଡାଦେଶ ଶୁଣାଇଥିଲେ । ଏହି କଥାଟି ପବନ ବେଗରେ ଚାରି ଆଡେ ପ୍ରଚାର ହେବାକୁ ଲାଗିଥିଲା । ତାଙ୍କର ଏହି ଦଣ୍ଡାଦେଶ ଶୁଣି ଦେଶରେ ଅନେକ ନେତା ଏବଂ ଜନତା ଏହି ତିନି କ୍ରାନ୍ତୀଧାରୀଙ୍କୁ ଫାଶୀ ନ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଇଂରେଜ ସରକାର ଏହାକୁ ଶୁଣିନଥିଲେ । ୧୯୩୧ ମସିହା ୨୪ ମାର୍ଚ୍ଚରେ ଦିଆଯିବାକୁ ଥିବା ଫାଶୀକୁ ଭୟରେ ପଛକୁ ଘୁଞ୍ଚାଇ ୨୩ ମାର୍ଚ୍ଚ ଆନ୍ଧାର ରାତିରେ ଦିଆଗଲା । ଉକ୍ତ ଦିନରେ ସେହି ତିନିଙ୍କ ମଧ୍ୟରୁ କେହି ଖାଦ୍ୟଗ୍ରହଣ କରନଥିଲେ । କିନ୍ତୁ ଦୁଃଖ ନକରି ଖୁବ ଜୋରରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲିପଡିଥିଲେ ।

Comments are closed.