୧୩ ବର୍ଷ ବୟସରେ ହୋଇଥିଲେ ମା’, ଏବେ ସୋସିଆଲ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସେ କିଏ ?


ଗତ କିଛି ଦିନ ହେବ ୧୩ ବର୍ଷିୟା ଜଣେ ନାବାଳିକା ଅନେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ । ତାଙ୍କ ନାମ ଦାର‌୍ୟା ସୁଦନୀଶ୍ରୀକୋବ ଅଟେ । ଗତ ବର୍ଷ ଦାର‌୍ୟା ଅଭିଯୋଗ କରିଥିଲେ ଯେ, ପ୍ରେମିକ ଇଭାନ ତାଙ୍କୁ ଗର୍ଭବତୀ କରାଇଥିଲେ । କେବଳ ଏତିକି ନୁହେଁ, ଦାର‌୍ୟା ଗର୍ଭବତୀ ହେବା ସମୟରେ ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା । ଏହା କିପରି ହେଲା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଅନେକ ବିଶେଷଜ୍ଞ ନାବାଳିକାର ବୟସକୁ ଦୃଷ୍ଟିରେ ରଖି ସମସ୍ତ ଚର୍ଚ୍ଚାକୁ ଭୁଲ ବୋଲି ଦାବୀ କରିଥିଲେ ।

ଏହା ପରେ ଉକ୍ତ ନାବାଳିକା ଜଣକ ଘଟଣାକୁ ନେଇ ସମସ୍ତ ସତ୍ୟତା ସାମନାକୁ ଆଣିଥିଲେ । ମିଳିଥିବା ସୂଚନା ମୁତାବକ, ଦାର‌୍ୟା ପରବର୍ତ୍ତୀ ସମୟରେ ସମସ୍ତ ସତ୍ୟତା ସାମନାକୁ ଆଣିଥିଲେ । ସେ କହିଥିଲେ ଯେ, ସେହି ୧୦ ବର୍ଷର ନାବାଳକ ସହ ତାଙ୍କର କୌଣସି ସଂପର୍କ ନଥିଲା । ବରଂ ତାଙ୍କୁ ଆଉ ଜଣେ କହି ଗର୍ଭବତୀ କରାଇଥିଲେ । ସେ ଏହି ଘଟଣାକୁ କଦପୀ ଗ୍ରହଣ କରିପାରୁନଥିଲେ ଯେ, ତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି । ସେଥିପାଇଁ ସେ ମିଥ୍ୟା କହିଥିଲେ ।

ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲା । ବର୍ତ୍ତମାନ ଦାର‌୍ୟା ୧୪ ବର୍ଷର ଅଟନ୍ତି ଏବଂ ସେ ଏକ ସନ୍ତାନର ମା’ ଅଟନ୍ତି । ତାଙ୍କ କାହାଣୀ ଯେତେବେଳେ ସାରା ଦୁନିଆ ଜାଣିବାକୁ ପାଇଲା ଲୋକେ ତାଙ୍କୁ ଇନଷ୍ଟାଗ୍ରାମ ଏବଂ ଟିକଟକରେ ଅନୁସରଣ କରିବା ଆରମ୍ଭ କରିଦେଲେ । ଆଜି ତାଙ୍କର ଲକ୍ଷାଧିକ ଅନୁସରଣକାରୀ ଅଛନ୍ତି । ଦାର‌୍ୟା ବର୍ତ୍ତମାନ ଖୁବ ଲୋକପ୍ରିୟ ଅଟନ୍ତି । ସେ ବର୍ତ୍ତମାନ ସୋସିଆଲ ମିଡିଆ ଷ୍ଟାର ହୋଇଯାଇଛନ୍ତି । ତାଙ୍କ କହିବା ମୁତାବକ, ସେ ମାସିକ ୫ ହଜାର ପାଉଣ୍ଡ ଅର୍ଥାତ ୫ ଲକ୍ଷ ଟଙ୍କା ଆୟ କରନ୍ତି । ଦାର‌୍ୟା ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ଲୋକଙ୍କ ସମସ୍ତ ଆୟକୁ ମିଶାଇଲେ ମଧ୍ୟ ତାହା ତାଙ୍କର ଆୟର ସମକକ୍ଷ ହୋଇପାରୁ ନାହିଁ ।

ଦାର‌୍ୟାଙ୍କ ମା’ କହିଛନ୍ତି ଯେ, ତାଙ୍କୁ ପ୍ରଥମେ ଅନୁଭବ ହୋଇଥିଲା ଝିଅକୁ ଫୁଡ ପଏଜନିଙ୍ଗ ହୋଇଯାଇଛି ବୋଲି କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡିଲା ଯେ, ସେ ଗର୍ଭବତୀ ଅଛି ବୋଲି । ଦାର‌୍ୟାଙ୍କ ମା’ କ୍ୟାନସରରେ ପୀଡିତ ଅଛନ୍ତି ।


Share It

Comments are closed.