ଅନେକ ଗୁଣରେ ଭରପୁର ଏହି ଫଳ: ଶୀତ ଦିନେ ନିଶ୍ଚୟ ଖାଆନ୍ତୁ, ମଜବୁତ ହୋଇଥାଏ ପ୍ରତିରୋଧକ କ୍ଷମତା


ଡ୍ରାଗନ୍ ଫ୍ରୁଟ୍ ନାଁ ଆପଣ ନିଶ୍ଚୟ ଶୁଣିଥିବେ। ଏହା ପ୍ରାୟତ ମେକ୍ସିକୋ ଓ ସେଣ୍ଟ୍ରାଲ ଏସିଆରେ ଖିଆଯାଇଥାଏ। ଏହାର ସ୍ୱାଦ ତରଭୁଜ ଭଳି। ଦେଖିବାକୁ ଏହା ବହୁତ ଆକର୍ଷଣୀୟ। ଫଳର ବାହାର ପଟେ ସ୍ପାଇକ୍ ଭଳି ଓ ଭିତର ପଟେ ଧଳା ଓ ଛୋଟ ଛୋଟ କଳା ରଙ୍ଗର ମଞ୍ଜି ଥାଏ। ଡ୍ରାଗନ୍ ଫ୍ରୁଟକୁ ସୁପର୍ ଫ୍ରୁଟ୍ ମଧ୍ୟ କୁହାଯାଏ। ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହିତକର।

ଏହା ହୃଦ ସମ୍ବନ୍ଧୀୟ ଓ ଡାଏବେଟିସ ସମ୍ବନ୍ଧୀୟ ରୋଗର ଆଶଙ୍କା କମ କରିଥାଏ। ଡ୍ରାଗନ୍ ଫ୍ରୁଟରେ ଆଣ୍ଟିଅକ୍ସିଡେଣ୍ଟ, ଫାଇବର୍ ଓ ଭିଟାମିନ୍-ସି ରହିଛି। ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ଡ୍ରାଗନ୍ ଫ୍ରୁଟରେ ଭିଟାମିନ-ସି ବହୁ ପରିମାଣରେ ରହିଛି। ସେଥିପାଇଁ ଏହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

ଡ୍ରାଗନ୍ ଫ୍ରୁଟ୍ ପେଟ ସମ୍ବନ୍ଧୀୟ ରୋଗ ପାଇଁ ବହୁତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଶରୀରରେ ଆଇରନ ଅଭାବ ମଧ୍ୟ ଦୂର କରିଥାଏ। ଡ୍ରାଗନ୍ ଫ୍ରୁଟରେ ବିଟା କାରୋଟିନ୍ ଏବଂ ଲାଇକୋପିନ୍ ମଧ୍ୟ ରହିଛି ଯାହାଦ୍ୱାରା କ୍ୟାନ୍ସର ଓ ହୃଦଘାତ ଆଶଙ୍କା କମ ରହିଥାଏ। ଆମେ ନୀତିଦିନ ଖାଉଥିବା ଖାଦ୍ୟରେ ଫାଇବରର ଗୁଣ ରହିବା ନିହାତି ଆବଶ୍ୟକ। ଡ୍ରାଗନ୍ ଫ୍ରୁଟ୍ ସେବନ ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଫାଇବର ମିଳିଥାଏ। ଯଦି ଆପଣଙ୍କୁ ହୋଲ୍ ଗ୍ରେନ୍ ବା ସମ୍ପୂର୍ଣ୍ଣ ଶସ୍ୟଜାତୀୟ ଖାଦ୍ୟ ପସନ୍ଦ ନୁହେଁ ତାହେଲେ ଡ୍ରାଗନ୍ ଫ୍ରୁଟ୍ ଖାଇପାରିବେ।

ଡ୍ରାଗନ୍ ଫ୍ରୁଟ୍ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଅଲିଗୋସାକାରାଇଡରେ ପ୍ରୋବାୟୋଟିକ୍ ଗୁଣ ରହିଛି ଯାହା ଅନ୍ତନଳୀରେ ସୁସ୍ଥ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ। ଯାହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବାରେ ସହାୟକ ହୋଇଥାଏ। ଡ୍ରାଗନ୍ ଫ୍ରୁଟ୍ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥିବାରୁ ଆର୍ଥ୍ରାଇଟିସ୍ ରୋଗରୁ ମୁକ୍ତି ଦେଇପାରେ। ଡେଙ୍ଗୁ ଉପଚାରରେ ମଧ୍ୟ ଡ୍ରାଗନ ଫ୍ରୁଟ ସହାୟକ ପ୍ରମାଣିତ ହୋଇପାରେ। ଏଥିପାଇଁ ଏହାର ମଞ୍ଜି ବ୍ୟବହାର କରାଯାଇଥାଏ। ଏହାର ମଞ୍ଜିରେ ଫାଇଟୋକେମିକାଲ୍ସରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି ଯାହା ଡେଙ୍ଗୁ ରୋଗର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଡ୍ରାଗନ୍ ଫ୍ରୁଟ୍ ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସହାୟକ ପ୍ରମାଣିତ ହୋଇପାରେ। କାରଣ ଏଥିରେ କ୍ୟାଲସିୟମ୍ ଏବଂ ଫସଫରସ୍ ପରିମାଣ ଅଧିକ। ନିୟମିତ ଡ୍ରାଗନ୍ ଫ୍ରୁଟ୍ ଉପଯୋଗ ଶ୍ୱାସ ରୋଗ ଓ କାଶରୁ ଆରାମ ଦେଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)


Share It

Comments are closed.