୫୦% ଦର୍ଶକଙ୍କୁ ମିଳିପାରେ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି, ବିସିସିଆଇ ଦେଇପାରେ ମଞ୍ଜୁରୀ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇ ସାରିଥିବାବେଳେ ବର୍ତ୍ତମାନ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୪ଟି ଟେଷ୍ଟ ମ୍ୟାଚର ଅପେକ୍ଷା ରହିଛି । ଭାରତରେ କରୋନା ମହାମାରୀ ନିୟନ୍ତ୍ରଣରେ ଆସିବା ପରେ ପ୍ରଥମ ଥର ପାଇଁ ଦେଶରେ କ୍ରିକେଟ ଖେଳାଯିବାର ଅଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଫେବୃଆରୀରେ ଟେଷ୍ଟ ସିରିଜ ଆରମ୍ଭ ହେବାଥିବାବେଳେ ଏହାର ପ୍ରଥମ ୨ଟି ମ୍ୟାଚ ଚେନ୍ନାଇ ଏବଂ ବାକି ୨ଟି ମ୍ୟାଚ ଅହମଦାବାଦରେ ଖେଳା ଯିବାର ଅଛି । ତେବେ ଏହି ମଧ୍ୟରେ ବିସିସିଆଇ ଷ୍ଟାଡିୟମକୁ ୫୦ ପ୍ରତିଶତ ଦର୍ଶକ ପ୍ରବେଶ ପାଇଁ ଅନୁମତି ଦେଇପାରନ୍ତି ।
ଏହାକୁ ନେଇ ବିସିସିଆଇ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଜଣେ ବିସିସିଆଇ ଅଧିକାରୀଙ୍କ କହିବା ମୁତାବକ, “ବର୍ତ୍ତମାନ ଚାରୋଟି ଟେଷ୍ଟ ମ୍ୟାଚରେ ୫୦ % ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବାର ଯୋଜନା ଚାଲିଛି । ଆମେ ଏଥିପାଇଁ ଉଭୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସଂପର୍କରେ ଅଛୁ । ଆପଣ ଯଦି ଦର୍ଶକଙ୍କୁ ଷ୍ଟାଡିୟମରେ ଆଣିବା ପାଇଁ ଅନୁମତି ଦେଉଛନ୍ତି, ତେବେ ତାଙ୍କ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଯଦି ଏଭଳି ହୋଇପାରେ ତେବେ ଆଇପିଏଲ ସମୟରେ ମଧ୍ୟ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିପାରେ । ”


Share It

Comments are closed.