ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର


ରାଜ୍ୟରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଏଣିକି ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ପୂର୍ବରୁ ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା । ଏବେ ୨ ଘଣ୍ଟା ସମୟ ମିଳିବ । ସେହିପରି ପିଲାମେନ ନିଜ ସ୍କୁଲରେ ପରୀକ୍ଷା ଦେବେ । କିନ୍ତୁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ ।

ଏତତ୍ ବ୍ୟତୀତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ । କପି ରୋକିବା ପାଇଁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହେବ । ଏପରିକି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ମେ’ ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ହେବ ।


Share It

Comments are closed.