ମହୌଷଧି ତୁଳସୀ ପତ୍ରର ୧୦ଟି ଉପକାରିତା


ସ୍ୱାସ୍ଥ୍ୟ ପାଇଁ ତୁଳସୀ ଖୁବ ଉପକାରୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ତୁଳସୀର ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ପାଇପାରିବେ । ଏହା ଖୁବ ସହଜରେ ଉପଲବ୍ଧ ହୋଇଥାଏ ଏବଂ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । ନିମ୍ନରେ ଏହାର କିଛି ଉପକାରିତା ସମ୍ପର୍କରେ ରହିିଛି ।

୧. ପ୍ରତିଦିନ ମୁଠାଏ ତୁଳସୀ ପତ୍ରର ସେବନ ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ ।
୨. କୁଣ୍ଡାଇ ହେଲେ,କୌଣସି କ୍ଷତିକାରକ ପୋକ କାମୁଡା, ମୁହଁର ବ୍ରଣ ସମସ୍ୟା ଠାରୁ ଏହାର ଲେପ ସୁଫଳ ପ୍ରଦାନ କରିଥାଏ ।
୩. ଡାଇବେଟିସ ରୋଗ ପାଇଁ ପ୍ରତିଦିନ ତୁଳସୀର ସେବନ ଖୁବ ଉପକାରୀ । ଏହା ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରଣ କରି ଡାଇବେଟିସକୁ ଠିକ କରିବାରେ ସାହାଯ୍ୟ କରେ ।
୪. କ୍ୟାନସର ରୋଗର ନିରାକରଣ ପାଇଁ ମଧ୍ୟ ତୁଳସୀ ପତ୍ର ଖୁବ ଉପଯୋଗୀ । ପ୍ରତ୍ୟେକ ଦିନ ତୁଳସୀ ସହିତ ମହୁ କିମ୍ବା ଚା ସହିତ ତୁଳସୀର ଖାଇବା ଦ୍ୱାରା କ୍ୟାନସର ରୋଗକୁ ଦୂରେଇ ଦିଆଯାଇପାରିବ ।
୫. ତୁଳସୀ ଶରୀରରେ ଥିବା ହରମୋନଗୁଡିକ ମଧ୍ୟରେ ସନ୍ତୁଳନ ରକ୍ଷା ରଖିଥାଏ । ଶରୀରରେ ହେଉଥିବା ହରମୋନ ଜନିତ ପରିବର୍ତ୍ତନକୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ ।
୬. ତୁଳସୀର ପତ୍ର ଏବଂ ମଞ୍ଜି ଇତ୍ୟାଦି ଭିଟାମିନ କେ, ଏ, ସି ଇତ୍ୟାଦିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଜ୍ୱର,ମୁଣ୍ଡ ବିନ୍ଧା, କାସ, ସର୍ଦ୍ଦି, କଫ, ଦାନ୍ତ ଜନିତ ରୋଗ, ମାଢି ଜନିତ ସମସ୍ୟା, ଶ୍ୱାସକ୍ରିୟା ଜନିତ ସମସ୍ୟାର ସମାଧାନ ପାଇଁ ଖୁବ ଉପଯୋଗୀ ।
୭. ପ୍ରତ୍ୟେହ ତୁଳସୀର ସେବନ ଦ୍ୱାରା ହଜମଶକ୍ତି ବୃଦ୍ଧି ହୋଇଥାଏ ।
୮. କିଡନୀ ଷ୍ଟୋନକୁ ମଧ୍ୟ ତୁଳସୀ ଦ୍ୱାରା ଠିକ କରାଯାଇପାରିବ । ତୁଳସୀ ରସ କିମ୍ବା ତୁଳସୀ ରସକୁ ଖାଇବା ଦ୍ୱାରା କିଡନୀ ଷ୍ଟୋନରୁ ମୁକ୍ତି ମିଳିପାରିବ ।
୯. ଏହା ମ୍ୟାଲେରିଆ, ହେପାଟାଇଟିସ, ଟ୍ୟୁବରକ୍ୟୁଲୋସିସ, ସ୍ୱାଇନ ଫ୍ଲୁ, ଡେଙ୍ଗୁ ପରି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।
୧୦. ଚକ୍ଷୁ ଜନିତ ସମସ୍ୟାରୁ କଷ୍ଟ ପାଉଥିଲେ ପ୍ରତ୍ୟେକ ଦିନ ତୁଳସୀର ସେବନ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ ।


Share It

Comments are closed.