ଅମିତ ଶାହା ଏବଂ ଅଜିତ ଡୋଭାଲଙ୍କୁ ସତର୍କବାଣୀ ଦେଲେ ଦିଗବିଜୟ ସିଂହ


ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, କେନ୍ଦ୍ରର ବିଜେପି ସରକାରଙ୍କ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ନିଜ ହାତକୁ ନିଆଁରେ ପୋଡିଦେଇଛନ୍ତି । କାଶ୍ମୀରକୁ ବଞ୍ଚାଇବା ହେଉଛି ଆମର ପ୍ରାଥମିକତା ।
ଦିଗବିଜୟ ସିଂହ ଆହୁରୀ ମଧ୍ୟ କହିଛନ୍ତି ଯେ, “ଅମିତ ଶାହା ଏବଂ ଅଜିତ ଡୋଭାଲଙ୍କୁ ମୁଁ ଏହି ଉପଦେଶ ଦେବାକୁ ଚାହୁଁଛି କି ସତର୍କ ରୁହନ୍ତୁ ଯେପରି ଆମେ କାଶ୍ମୀରକୁ ନହରାଇ ଦେଉ ।” ଏହା ସହ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ କଟାକ୍ଷ କରିଥିବା ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ସେ କଟୁ ସମାଲୋଚନା କରିଥିଲେ । ସେ କହିଛନ୍ତି ଶିବରାଜ, ନେହେରୁଙ୍କ ପାଦର ଧୁଳି ବି ହେବେନି ।

ଏହି ମାମଲାକୁ ନେଇ ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ପି.ଚିଦାମ୍ବରମ କହିଛନ୍ତି ଯେ, ଯଦି କାଶ୍ମୀର ହିନ୍ଦୁ ବହୁଳ ରାଜ୍ୟ ହୋଇଥାନ୍ତା ତେବେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇ ନଥାନ୍ତା । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ନିଜ ଶକ୍ତିର ଦୂରୁପୋଯୋଗ କରି ଏହି ଘଟଣା ଘଟାଇଛି ।


Share It

Comments are closed.