ଗ୍ୟାଙ୍ଗଷ୍ଟାରଙ୍କ ପ୍ରେମ ଜାଲରେ ପଡିଲେ ମହିଳା ପୋଲିସକର୍ମୀ


କେହି ଜଣେ ସତ କହିଛନ୍ତି “ପ୍ରେମ ଅନ୍ଦ ଅଟେ ।” ଏହି ଉକ୍ତିକୁ ଉତ୍ତର ପ୍ରଦେଶର ଜଣେ ମହିଳା ପୋଲିସ କନେଷ୍ଟବଳ ଏବଂ ଗ୍ୟାଙ୍ଗଷ୍ଟାର ‘ରାହୁଲ ଥାରସାନା’ ସତ ବୋଲି ପ୍ରମାଣିତ କରିଦେଇଛନ୍ତି । ପ୍ରଥମ ଥର ପାଇଁ ଏହି ଘଟଣା ସଂପର୍କରେ ଶୁଣିଲା ପରେ ଏହା ବଲିଉଡର କୌଣସି ପ୍ରେମ କାହାଣୀ ପରି ଲାଗୁଥିବାବେଳେ ପ୍ରକୃତ ଏହା କିନ୍ତୁ ସତ୍ୟ ଅଟେ ।
ଘଟଣାଟି ଏହା ଯେ, ଉତ୍ତରପ୍ରଦେଶର ମହିଳା କନେଷ୍ଟବଳ ପାଏଲ ପ୍ରଥମ ଥର ପାଇଁ ଏହି ୩୦ ବର୍ଷିୟ ଗ୍ୟାଙ୍ଗଷ୍ଟାର ରାହୁଲଙ୍କୁ ଗ୍ରେଟର ନୋଏଡା କୋର୍ଟରେ ଭେଟିଥିଲେ । କୋର୍ଟରେ ରାହୁଲ ହତ୍ୟା ମାମଲାରେ ବିଚାରଧିନ ଅବସ୍ଥାରେ ଥିବାବେଳେ ସେହି ସମୟରେ ପାଏଲଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରେ ହିଁ ରାହୁଲଙ୍କୁ ନିଜ ହୃଦୟ ଦେଇ ବସିଥିଲେ ପାଏଲ । ପରେ ରାହୁଲ ଏବଂ ପାଏଲଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ ହୋଇଯାଇଥିଲା ଯେ, ଉଭୟ ପରସ୍ପରକୁ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ ।
ପାଏଲ ଉତ୍ତର ପ୍ରଦେଶ ସୁରଜପୁର କୋର୍ଟରେ ନିୟୋଜିତ ଥିବାବେଳେ ସେଠାରେ ସେ ପ୍ରଥମଥର ପାଇଁ ରାହୁଲଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ପାଏଲଙ୍କ ତାଙ୍କୁ ପ୍ରେମ କରି ବସିଥିଲେ । ଜେଲ ଭିତରେ ହେଉ କିମ୍ବା ବାହାରେ ପାଏଲ ସବୁବେଳେ ରାହୁଲଙ୍କ ସହ ଯୋଗାଯୋଗରେ ରହୁଥିଲେ । ସମୟ ଗଡିବା ସହ ଉଭୟଙ୍କ ମଧ୍ୟରେ ସଂପର୍କ ଆହୁରୀ ନିବିଡ ହୋଇଯାଇଥିଲା । ଲୁଟ ଏବଂ ହତ୍ୟା ଭଳି ଏକାଧିକ ସଙ୍ଗୀନ ମାମଲା ରାହୁଲଙ୍କ ନାମରେ ଥିବାବେଳେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ପାଏଲ ଜଣେ ପୋଲିସ କର୍ମଚାରୀ ହୋଇ ମଧ୍ୟ ସେ ରାହୁଲଙ୍କୁ ନିଜ ହୃଦୟ ଦେଇ ବସିଥିଲେ ।


Share It

Comments are closed.