ଧୋନୀଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେବା ପରେ ସଫେଇ ଦେଲା ବିସିସିଆଇ


ମହେନ୍ଦ୍ର ସିଂହ ଧୋନିଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି ବିସିସିଆଇ । ବୋର୍ଡ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇ କହିଛନ୍ତି ଯେ, ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେବା ପୂର୍ବରୁ ତାଙ୍କ ଧୋନୀଙ୍କ ସହ ସାକ୍ଷାତ ଆଲୋଚନା କରାଯାଇଥିଲା । ସାକ୍ଷାତ ଆଲୋଚନା ସମୟରେ ଧୋନୀଙ୍କୁ ଜଣାଇ ଦିଆଯାଇଥିଲା ଯେ, ୨୦୧୯ ସେପ୍ଟେମ୍ବର ପର ଠାରୁ ସେ କୌଣସି କ୍ରିକେଟ ମ୍ୟାଚ ଖେଳି ନାହାନ୍ତି । ଏହି କାରଣରୁ ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଛି ।
ଏହି ସଂପର୍କରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “କେନ୍ଦ୍ରୀୟ ଚୁକ୍ତି ଜାରି କରିବା ପୂର୍ବରୁ ଧୋନୀଙ୍କ ସହ ଏହି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ” ତେବେ ଏହି ସଂପର୍କରେ ଧୋନୀ କାହା ସହ ଆଲୋଚନା କରିଥିଲେ ତାହା ସଂପର୍କରେ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ଧୋନୀଙ୍କ ପରି ମହାନ ଖେଳାଳୀଙ୍କୁ ଚୁକ୍ତିରୁ ବାଦ ଦିଆଯିବା ପୂର୍ବରୁ ଏକ ବିସ୍ତୃତ ଆଲୋଚନା ହେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।
ତେବେ ଧୋନୀଙ୍କ ସମେତ ଦୀନେଶ କାର୍ତ୍ତିକ ଏବଂ ଅମ୍ବାତି ରାଇଡୁଙ୍କୁ ଏହି ଚୁକ୍ତିରୁ ବାଦ ଦିଆଯାଇଥିବାବେଳେ ନୂଆ ତାଲିକା ଅନୁଯାୟୀ ୫ ନୂଆ ଚେହେରାଙ୍କୁ ଏଥିରେ ସାମିଲ କରାଯାଇଛି । ଯଥାକ୍ରମେ ସେମାନେ ହେଲେ, ଦୀପିକ ଚହର, ଶାର୍ଦ୍ଦୁଲ ଠାକୁର, ଶ୍ରେୟାସ ଆୟାର, ନବଦୀପ ସାଇନୀ ।


Share It

Comments are closed.