ମଧୁମେହରେ ଲାଭଦାୟକ ହୋଇଥାଏ କନ୍ଦମୂଳ, ରକ୍ତ ସର୍କରାକୁ ନିୟନ୍ତ୍ରିତ ରଖିଥାଏ


ସାଧାରଣତଃ ମଧୁମେହ ବା ଡାଇବେଟିସ୍ ରୋଗୀମାନେ କ’ଣ ଖାଇବେ, କ’ଣ ନଖାଇବେ ତାହାକୁ ନେଇ ଚିନ୍ତିତ ରହିଥାନ୍ତି । ମଧୁମେହରେ ରକ୍ତ ସର୍କରା ବା ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିବା ଜରୁରୀ ହୋଇଥାଏ ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ଆପଣଙ୍କ ଆହାର । ତେଣୁ ମଧୁମେହ ଥିଲେ ଖାଦ୍ୟପେୟର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । ମଧୁମେହ ଏକ ମେଟାବଲିକ୍ ରୋଗ ହୋଇଥିବା ବେଳେ ରକ୍ତରେ ଅଧିକ ସର୍କରା ବା ସୁଗାର କାରଣରୁ ମଧୁମେହ ରୋଗ ହୋଇତାଏ । ଏହାକୁ ସଠିକ୍ ଆହାର, ବ୍ୟାୟାମ ଓ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ । ମଧୁମେହରେ ପୀଡିତ ଲୋକଙ୍କୁ ସବୁବେଳେ ପ୍ରଚୁର ପରିମାଣରେ ଫାଇବର ଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ ଏବଂ କନ୍ଦମୂଳ ଏଭଳି ଏକ ଖାଦ୍ୟ ଯେଉଁଥିରେ ଫାଇବର୍‌ର ମାତ୍ରା ପ୍ରଚୁର ରହିଛି । ମଧୁମେହ ରୋଗୀଙ୍କୁ ଆଳୁ କମ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ କାରଣ ଆଳୁରେ ହାଇ ଗ୍ଲାକେମିକ୍ ଏସିଡ୍ ରହିଥାଏ ଯାହା ରକ୍ତସର୍କରାକୁ ବଢାଇଥାଏ । କିନ୍ତୁ କନ୍ଦମୂଳ ରକ୍ତ ସର୍କରାକୁ ନିୟନ୍ତ୍ରିତ ରଖିଥାଏ ।

ଆମେରିକାନ୍ ଡାଇବେଟିସ୍ ଆସୋସିଏଶନର ତଥ୍ୟ ମୁତାବକ, କନ୍ଦମୂଳରେ ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି ଓ ଜିଙ୍କ୍ ଭଳି ଆଂଟିଅକ୍ସିଡାଂଟ୍ ସହିତ ଭିଟାମିନ୍ ବି, ଆଇରନ୍‌, ପୋଟାସିୟମ, ମ୍ୟାଗ୍ନେସିୟମର ମାତ୍ରା ମଧ୍ୟ ଅଧିକ ରହିଛି । କନ୍ଦମୂଳରେ ଏଭଳି କିଛି ସ୍ଲୋ କାର୍ବୋହାଇଡ୍ରେଟ୍ ରହିଥାଏ ଯାହା ରକ୍ତ ସର୍କରାକୁ ହଠାତ୍ ବଢିବାକୁ ଦେଇନଥାଏ । ଏହା ରକ୍ତ ସର୍କରା ସ୍ତରକୁ ବାରବାର ତଳ ଉପର ହେବା ବା ଫ୍ଲକ୍‌ଚୁଏଟ୍ ହେବାରୁ ରୋକିଥାଏ । ସାଧାରଣତଃ ଷ୍ଟାର୍ଚି ଫୁଡ୍‌କୁ ମଧୁମେହ ରୋଗୀଙ୍କଠାରୁ ଦୂରେଇ ରଖାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏହା ପୋର୍ସନ କଂଟ୍ରୋଲର କାମ କରିଥାଏ । ତେଣୁ ଏହାକୁ ଖାଦ୍ୟରେ ସାମିଲ କରାଯିବା ଉଚିତ । କନ୍ଦମୂଳରେ ପ୍ରତି ୧୦୦ ଗ୍ରାମରେ ୧୦୯ କିଲୋକ୍ୟାଲୋରି ଓ ୨୪ ଗ୍ରାମ କାର୍ବ ରହିଥାଏ ।


Share It

Comments are closed.