ଜେଏନୟୁ ପ୍ରସଙ୍ଗରେ ଦୀପିକାଙ୍କୁ ନେଇ ମୁହଁ ଖୋଲିଲେ କଙ୍ଗନା


ଜେଏନୟୁ ପ୍ରସଙ୍ଗରେ ଆହତ ଛାତ୍ରଛାତ୍ରୀଙ୍କ ପ୍ରତି ନିଜ ସମର୍ଥନ ହେଉ ଅବା ଫିଲ୍ମ ଛପାକ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ଖୁବ ଚର୍ଚ୍ଚାରେ ରହିଥିଲେ । ଜେଏନୟୁ ଛାତ୍ରଙ୍କ ପ୍ରତି ଦୀପିକାଙ୍କ ସମର୍ଥନକୁ ନେଇ ସାରା ଦେଶରେ ବିଜେପି ତାଙ୍କ ବିରୋଧରେ ନାରା ଲଗାଇବା ଆରମ୍ଭ କରିଦେଇଥିବାବେଳେ ଦଳର ଅନେକ ମନ୍ତ୍ରୀ ମଧ୍ୟ ଦୀପିକାଙ୍କ ବିରୋଧରେ ବୟାନବାଜୀ କରିବା ଆରମ୍ଭ କରିଦେଇଥିଲେ । ତେବେ ଏହି ମଧ୍ୟରେ ବଲିଉଡର ଆଉ ଜଣେ ଆଗ ଧାଡିର ଅଭିନେତ୍ରୀ କଙ୍ଗନା ରାଣାୱତ ଦୀପିକାକୁ ନେଇ ବୟାନବାଜୀ କରିବା ଆରମ୍ଭ କରିଦେଇଛନ୍ତି ।
ଦୀପିକାଙ୍କ ଜେଏନୟୁ ଗସ୍ତକୁ ନେଇ କଙ୍ଗନା କହିଛନ୍ତି ଯେ, “ମୋତେ ଲାଗୁଛି ଯେ, ଦୀପିକା ନିଜର ଗଣତନ୍ତ୍ର ଅଧିକାରର ପ୍ରୟୋଗ କରୁଛନ୍ତି । ସେ ବହୁତ ଭଲ ଭାବରେ ଜାଣିଛନ୍ତି, ସେ କ’ଣ କରୁଛନ୍ତି । ସେ କ’ଣ କରୁଛନ୍ତି ବୋଲି, ମୋତେ ଏହାକୁ ନେଇ ପ୍ରତିକ୍ରିୟା ଦେବା ଉଚିତ ନୁହେଁ । ”
ସେ କହିଛନ୍ତି ଯେ, “ମୁଁ ତାହା କହିପାରିବି, ଯାହା ମୁଁ କରିବାକୁ ଚାହେଁ । ମୁଁ ନିଶ୍ଚିତ ଋପରେ କେବେବି ଟୁକଡେ-ଟୁକଡେ ସଂଗଠନ ସହ ଠିଆ ହେବା ପାଇଁ ଚାହିଁବି ନାହିଁ । ମୁଁ ସେହି ଲୋକଙ୍କ ସହ ଠିଆ ହେବା ପାଇଁ ଚାହେଁ ନାହିଁ, ଯିଏ ଯବାନଙ୍କ ସହିଦରେ ଖୁସି ମନାନ୍ତି । ତେବେ ବର୍ତ୍ତମାନ ମୁଁ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ଚାହେଁ ନାହିଁ ।”
ଫିଲ୍ମ ଛପାକକୁ ବୟକଟ କରିବା ଉପରେ ପ୍ରତିକ୍ରିୟା ରଖି କଙ୍ଗନା କହିଛନ୍ତି ଯେ, “କୌଣସି ବି ଭଳ ଫିଲ୍ମକୁ ଆପଣ ବିରୋଧ କରିପାରିବେ ନାହିଁ, ଯଦି ଫିଲ୍ମ ଭଲ ଥିବ ତାହା ଚାଲିବ । ଏଥିପାଇଁ ଫିଲ୍ମକୁ ବହିଷ୍କାର କରିବାର କୌଣସି ଆବଶ୍ୟକତା ନାହିଁ । ”


Share It

Comments are closed.