ଆଜି ଠାରୁ ଆରମ୍ଭ ହେବ ଦାଦାଙ୍କ ଦାଦାଗିରି


ଶେଷରେ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ବିସିସିଆଇର ୩୯ ତମ ଅଧ୍ୟକ୍ଷ ରୂପେ ଆଜି ଶପଥ ଗ୍ରହଣ କରିବେ ଗାଙ୍ଗୁଲୀ । ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ନୂଆ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ବୁଧବାର ଦିନ ହେବାକୁ ଥିବା ବିସିସିଆଇର ବାର୍ଷିକ ଜେନେରାଲ ମିଟିଙ୍ଗ (AGM)ରେ ସେ ଔପଚାରିକ ଭାବେ ୩୯ତମ ଅଧ୍ୟକ୍ଷ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଗାଙ୍ଗୁଲୀଙ୍କ ଦାୟିତ୍ୱ ଗ୍ରହଣ ପରେ ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତି ପାଇଥିବା ପ୍ରଶାସକ ସମିତିଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଯିବ । , ସେ ଗତ ୩୩ ମାସ ହେବ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି । ଗାଙ୍ଗୁଲୀଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟ ଶାହା ସଂପାଦକ, ଉପାଧ୍ୟକ୍ଷ ରୂପେ ମହିମା ବର୍ମା ଏବଂ କୋଷାଧ୍ୟକ୍ଷ ରୂପେ ବିସିସିଆଇର ପୂର୍ବତ୍ତନ ଅଧ୍ୟକ୍ଷ ରୂପେ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ କୋଷାଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିବେ ।
ପ୍ରକାଶ ଥାଉକି, ଗାଙ୍ଗୁଲୀ ମାତ୍ର ୯ ମାସ ପର୍ଯ୍ୟନ୍ତ ବିସିସିଆଇ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିବେ ଏହା ପରେ ତାଙ୍କୁ କୁଲିଙ୍ଗ ଅଫ ପିରିୟଡ ଅନୁଯାୟୀ ନିଜ ପଦବୀ ଛାଡିବାକୁ ପଡିବ । କାରଣ ନୂଆ ସମ୍ବିଧାନ ଅନୁଯାୟୀ ୬ ବର୍ଷ କାର୍ଯ୍ୟକାଳ ପରେ ପଦଧିକାରୀ ନିଜ ପଦବୀକୁ ଛାଡିବାକୁ ପଡିବ । ୪୭ ବର୍ଷିୟ ଗାଙ୍ଗୁଲୀ ୨୦୧୪ରୁ ବଙ୍ଗଳା କ୍ରିକେଟ ଆସୋସିଏନର ଅଧ୍ୟକ୍ଷ ରୂପେ ଦାୟିତ୍ୱରେ ଥିବାବେଳେ ୨୦୨୦ ଜୁଲାଇରେ ତାଙ୍କର ୬ ବର୍ଷ ପୂରଣ ହେବ । କୁଲିଙ୍ଗ ଅଫ ପିରିୟଡ ତିନି ବର୍ଷ ଅଟେ ଏବଂ ଏଥିରେ ସେ କୌଣସି ପଦବୀରେ ରହିପାରିବେ ନାହିଁ ।


Share It

Comments are closed.