ରଣବୀର-ଆଲିଆଙ୍କ ବାହାଘର କାର୍ଡ ଭାଇରାଲ୍


ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫିଲ୍ମଠାରୁ ଅଧିକ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି । ପ୍ରାୟ ସମୟରେ ଏହି ଦୁଇଜଣ ମିଶିକରି ସବୁ ଜାଗାକୁ ଯାଉଥିବାର ଦେଖାଯାଉଛି । ଏପରିକି ଏହି ଦୁଇଜଣ ନିଜର ପ୍ରେମ ସମ୍ପର୍କକୁ ଖୋଲାରେ ମଧ୍ୟ ଗ୍ରହଣ କରିଛନ୍ତି । କେତେକ ଥର ଆୱାର୍ଡ ଓ ଫଙ୍କସ ମାନଙ୍କରେ ଦୁହେଁ ନିଜର ସମ୍ପର୍କକୁ ସ୍ୱୀକାର କରିଥିବାର ମଧ୍ୟ ଦେଖାଯାଇଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଦୁହିଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କିଛି ସୋର୍ ଶବ୍ଦ ନଥିବାବେଳେ, ବର୍ତ୍ତମାନ ଆଲିଆ-ରଣବୀରଙ୍କ ବାହାଘର କାର୍ଡ ସାମାଜିକ ଗଣମାଧ୍ୟମରେ ସାମନାକୁ ଆସିଛି । ଏହି କାର୍ଡ ମୁତାବକ ଦୁହିଁଙ୍କ ବାହାଘର ଜାନୁଆରୀ ୨୨, ୨୦୨୦ରେ ରାଜସ୍ଥାନର ଯୋଦ୍ଧପୁରସ୍ଥିତ ଉମ୍ମେଦ ଭବନ ପ୍ୟାଲେସରେ ହେବାକୁ ଯାଉଛି । ଏହି ଫଟୋକୁ ଟ୍ୱିଟର୍ ଓ ହ୍ୱାଟ୍ସଆପରେ ଅନେକ ସେୟାର୍ କରିଛନ୍ତି । କିନ୍ତୁ କାର୍ଡକୁ ଭଲ ଭାବରେ ଦେଖିବା ପରେ ଏହା ନକଲି ବୋଲି ଜଣାପଡ଼ିଛି । ଏହା ଫଟୋସପରେ କରାଯାଇଥିବା ଏକ ଡିଜାଇନ୍ ଅଟେ । କାରଣ ଏଥିରେ ଅକେକ ବନାନ ଭୁଲ୍ ରହିଛି, ଯେପରିକି ଆଲିଆଙ୍କ ନାମ Alia ପରିବର୍ତ୍ତେ Aliya ଲେଖାଯାଇଛି ।


Share It

Comments are closed.