ତିହାର ଜେଲ ପହଞ୍ଚି ଶିବ କୁମାରଙ୍କ ସହ ସାକ୍ଷାତ କଲେ ସୋନିଆ


କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବୁଧବାର ଦିନ କର୍ଣ୍ଣାଟକ କଂଗ୍ରେସର ଚାଣକ୍ୟ ତଥା ପୂର୍ବତ୍ତନ ମନ୍ତ୍ରୀ ଡି.କେ ଶିବ କୁମାରଙ୍କ ସହ ସାକ୍ଷାତ କରିବା ପାଇଁ ତିହାର ଜେଲ ପହଞ୍ଚିଛନ୍ତି । ସୋନିଆ ବୁଧବାର ସକାଳ ୯ଟା ବେଳେ ତିହାଡ ଜେଲରେ ପହଞ୍ଚିଥିଲେ । ମିଳିଥିବା ସୂଚନା ମୁତାବକ ସୋନିଆ, ଶିବ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ତାଙ୍କ ପ୍ରତି ନିଜର ସମର୍ଥନ ଜାହିର କରିବା ପାଇଁ ସେ ଆଜି ତିହାଡ ଜେଲରେ ପହଞ୍ଚିଥିଲେ ।

ପ୍ରକାଶ ଥାଉକି, ବର୍ତ୍ତମାନ ଶିବ କୁମାର ମନି ଲାଣ୍ଡରିଙ୍ଗ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି । ଏହା ପୂର୍ବରୁ ସୋନିଆ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି.ଚିଦାମ୍ବରମଙ୍କୁ ମଧ୍ୟ ତିହାର ଜେଲରେ ପୂର୍ବରୁ ସାକ୍ଷାତ କରିଥିଲେ ।


Share It

Comments are closed.