ଖୁବ ଶୀଘ୍ର ଅଭିନନ୍ଦନଙ୍କୁ ମୁକ୍ତ କରିବ ପାକିସ୍ତାନ


ଇଣ୍ଡିଆନ ଏୟାର ଫୋର୍ସର ସାହାସୀ ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିବା ପାଇଁ ପ୍ରସ୍ତୁତ ହୋଇଯାଇଥିବାବେଳେ ବର୍ତ୍ତମାନ ସେ ଭାରତ ସାମନାରେ ଏକ ସର୍ତ୍ତ ରଖିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ‘ଶାହା ମେହମ୍ମୁଦ କ୍ୟୁରେସି’ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଯଦି ପରିସ୍ଥିତି ସାମାନ୍ୟ ହୁଏ ତେବେ ଆମେ ଅଭିନନ୍ଦନଙ୍କୁ ଛାଡିବା ବିଷୟରେ କିଛି ଭାବିବୁ” ବୋଲି କହି ସେ ସଙ୍କେତ ଦେଇଛନ୍ତି ।
ତେବେ ଶାହାଙ୍କ ଏହି ବୟାନ ସେହି ସମୟରେ ଆସିଥିଲା, ଯେତେବେଳେ ପାକିସ୍ତାନ ତା’ ଏୟାରସ୍ପେସରେ ଭାରତ ଦୁଇଟି ଯୁଦ୍ଧ ବିମାନକୁ ମାରି ଗଳାଇଦେଇଥିବାର ଦାବୀ କରିଥିଲା ।
ପ୍ରକାଶ ଥାଉକି, ପାକିସ୍ତାନ ବାୟୁସେନାର ଆକ୍ରମଣର ଜାବାବ ଦେବା ସମୟରେ ଭାରତୀୟ ବାୟୁସେନାର ‘ମିଗ-୨୧’ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମା ଭିତରେ ପଡିଯାଇଥିଲା । ଏହି ବିମାନର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା କବଜା କରିନେଇଥିବାବେଳେ ତାଙ୍କ ଉପରେ ପାକିସ୍ତାନ ସେନା ପକ୍ଷରୁ ଭୀଷଣ ଅତ୍ୟାଚାର କରିଥିବାର ଏକ ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ପ୍ରଥମେ ପାକିସ୍ତାନ ଭାରତର ଦୁଇଟି ଏୟାର ପାଇଲଟଙ୍କୁ କବଜା କରିଥିବାର ଦାବୀ କରି ଆସୁଥିଲାବେଳେ ବର୍ତ୍ତମାନ ପାକିସ୍ତାନ ସେନା ପକ୍ଷରୁ ଦାବୀ କରାଯାଉଛି ଯେ, ସେମାନେ ଜଣେ ଭାରତୀୟ ସେନାଙ୍କୁ କବଜା କରିଛନ୍ତି । ଗତ କାଲି ପାକିସ୍ତାନ, ଭାରତୀୟ ସୈନ୍ୟ କ୍ୟାମ୍ପ ଗୁଡିକୁ ଟାର୍ଗେଟ କରି ଭାରତୀୟ ଏୟାରସ୍ପେସ ଭିତରକୁ ପ୍ରବେଶ କରିଥିଲେ । ଯାହାର ପ୍ରତିଜବାବରେ ଜମ୍ମୁ କାଶ୍ମୀର ରାଜୌରୀରେ ଭାରତୀୟ ସେନା ପାକିସ୍ତାନୀ ଏଫ-୧୬କୁ ମାରି ଗଳାଇଥିଲେ ।


Share It

Comments are closed.