ଘରେ କାହିଁକି ଲଗାଯାଏ ମନି ପ୍ଲାଣ୍ଟ, କ’ଣ ମିଳିଥାଏ ଲାଭ


ଲୋକକଥା ରହିଛି ଯେ, ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ । ଏହି କାରଣରୁ ଅଧିକାଂଶ ଲୋକ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାନ୍ତି । ଏହା ମଧ୍ୟ କୁହାଯାଇଥାଏ ଯେ, ଏହି ଗଛ ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ । କିନ୍ତୁ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ନ ଲଗାଇଲେ କିମ୍ବା ତାହାର ଉପଯୁକ୍ତ ଯତ୍ନ ନନେଲେ ତାହା ଘରକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ । ତେଣୁ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାଇବା ଓ ତାହାକୁ କେବେ ଶୁଖିବାକୁ ନଦେବା ଜରୁରୀ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ଗଛରୁ ଲାଭ ପାଇବା ପାଇଁ କିଛି ନିୟମ ଦର୍ଶାଯାଇଛି ।
୧. ମନି ପ୍ଲାଣ୍ଟକ ସବୁବେଳେ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ । ଏହାକୁ ଉତ୍ତର-ପୂର୍ବ ଓ ପୂର୍ବ-ପଶ୍ଚିମ ଦିଗରେ ଲଗାଇବା ଉଚିତ ନୁହେଁ ।
୨. ଦକ୍ଷିଣ-ପୂର୍ବ ଦିଗ ସବୁବେଳେ ଭଗବାନ ଗଣେଶଙ୍କର ହୋଇଥାଏ । ତେଣୁ ଏହି ଦିଗରେ ଗଛ ଲଗାଇଲେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ।
୩. ଉତ୍ତର-ପୂର୍ବ ସବୁଠାରୁ ନକାରାତ୍ମକ ସ୍ଥାନ ହୋଇଥାଏ । ତେଣୁ ଏହି ସ୍ଥାନରେ କେବଳ ମନ୍ଦିର କିମ୍ବା ତୁଳସୀ ଗଛ ରଖାଯାଇଥାଏ । ଏହାକୁ ଇଶାନ କୋଣ ମଧ୍ୟ କୁହାଯାଇଥାଏ ।
୪. ମନି ପ୍ଲାଣ୍ଟକୁ କେବେ ମଧ୍ୟ ଘର ବାହାରେ ଲଗାନ୍ତୁ ନାହିଁ । ବିଶ୍ୱାସ ରହିଛି ଯେ, ଏହାକୁ କେବଳ ଘର ଭିତରେ ଲଗାଇଲେ ହିଁ ତାହାର ସୁଫଳ ମିଳିଥାଏ ।
୫. ଏହାକୁ କେବେ ଶୁଖିବାକୁ ଦିୟନ୍ତୁ ନାହିଁ । ଏହାର ପତ୍ର ଶୁଖିବା ଆରମ୍ଭ କଲେ ତୁରନ୍ତୁ ତାହାକୁ ବାହାର କରିଦିଅନ୍ତୁ ।
୬. ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ମନି ପ୍ଲାଣ୍ଟର ପତ୍ର ସବୁବେଳେ ଉପର ଅଡେକୁ ବଢିବା ଉଚିତ । ଏହା ତଳ ଆଡକୁ ନ ବଢିବା ଉଚିତ ବା ଭୂମିରେ ନ ଲାଗିବା ଉଚିତ । ତେଣୁ ଆପଣ ଦେଖିଥିବେ ଯେ, ଏହି ଗଛକୁ ଏକ ବାଡି ସାହାର୍ଯ୍ୟରେ ଉପରକୁ ବଢାଯାଇଥାଏ ।
୭. ଏହାର ପତ୍ର ଯେତେ ସବୁଜ ରହିବ ଘରେ ଧନର ବୃଦ୍ଧି ସେତେ ଅଧିକ ହେବ ବୋଲି ବିଶ୍ୱାସ ରହିଛି ।


Share It

Comments are closed.