‘କାନ୍ସ’ ଲୁକକୁ ନେଇ ପ୍ରିୟଙ୍କାଙ୍କ ମଜାକ ଉଡାଇଲେ ଅର୍ଜୁନ


କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ର ରେଡ କାର୍ପେଟ ଉପରେ ପ୍ରିୟଙ୍କା ନିଜର ଷ୍ଟନିଙ୍ଗ ଲୁକ ଦେଖାଇ ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ତାଙ୍କର ଏହି ଲୁକକୁ ନେଇ ସବୁଠି କେବଳ ପ୍ରିୟଙ୍କାଙ୍କ ଚର୍ଚ୍ଚା ହେବାରେ ଲାଗିଥିଲା । ପ୍ରିୟଙ୍କାଙ୍କ ଏହି ସୁନ୍ଦର ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଖୁବ ଖୁସି ହୋଇ ପଡିଥିବାବେଳେ କିନ୍ତୁ ଏହି ସବୁ ଭିତରେ ତାଙ୍କର ଏହି ଲୁକକୁ ଦେଖି ଅଭିନେତା ଅର୍ଜୁନ କପୁର ଖୁବ ମଜାଳିଆ ଢଙ୍ଗରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।
ପ୍ରିୟଙ୍କା ଏହି ଫଟୋକୁ ଦେଖି ଅର୍ଜୁନ କପୁର ମଧ୍ୟ ମଜାଳିଆ ଢଙ୍ଗରେ ଏକ କମେଣ୍ଟ ଲେଖିଛନ୍ତି । କେବଳ ଏତିକି ନୁହେଁ ସେ ନିଜ କମେଣ୍ଟରେ ଲେଖିଛନ୍ତି ଯେ, ‘ସର୍ଫ ଏକ୍ସୱେଲ ଟାଇଡ’ ।
ପ୍ରକାଶ ଥାଉକି ୨୭ତମ ଏହି କାନ୍ସ ଫେଷ୍ଟିଭାଲରେ ପ୍ରିୟଙ୍କା ପ୍ରଥମଥର ପାଇଁ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ପ୍ରିୟଙ୍କା ନିଜ କାନ୍ସ ଲୁକକୁ ମଧ୍ୟ ସେୟାର କରିଥିଲେ । ଏହି ଅବସରରେ ସେ, ‘୫ ୱି’ ନାମରେ ନାମିତ ହୋଇଥିବା ଏକ ଡକ୍ୟୁମେଣ୍ଟାରୀ ସ୍କ୍ରିନିଙ୍ଗରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
କେବଳ ଅର୍ଜୁନ ନୁହନ୍ତି ତାଙ୍କର ଏହି ଲୁକକୁ ନେଇ ପ୍ରଶଂସକ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ସେ ‘ଲେଡି ଡାଏନା’ଙ୍କର ନକଲ କରିଛନ୍ତି ବୋଲି । ପ୍ରଶଂସମାନେ ତାଙ୍କୁ ଏହି ଭଳି କହିବାର କାରଣ ଏହା ଯେ, ପ୍ରିୟଙ୍କା ନିଜ ଏହି ଷ୍ଟନିଙ୍ଗ ଲୁକର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପୂର୍ବରୁ ଲେଡି ଡାଏନାଙ୍କ ଏକ ଫଟୋ ସେୟାର କରିଥିଲେ, ଯାହାକି ଠିକ ସମାନ ଢଙ୍ଗରେ ନକଲ ହୋଇଥିଲା ।


Share It

Comments are closed.