ଟ୍ରୁ ଜିରୋ ୱେଷ୍ଟ ପ୍ରମାଣପତ୍ର ପାଇବାରେ ‘କୋଲଗେଟ ଇଣ୍ଡିଆ’ ଦେଶର ପ୍ରଥମ


ଭାରତରେ କୋଲଗେଟର ସମସ୍ତ ୪ଟି ଉତ୍ପାଦନ କେନ୍ଦ୍ର ପାଇଁ ‘କୋଲଗେଟ ଇଣ୍ଡିଆ’ ଟ୍ରୁ ଜିରୋ ୱେଷ୍ଟ ପ୍ଲାଟିନମ୍ ପ୍ରମାଣପତ୍ର ଗ୍ରହଣ କରିଛି । ଉକ୍ତ ପ୍ରମାଣପତ୍ର ଗ୍ରିନ୍ ବିଜନେସ୍ ସାର୍ଟିଫିକେସନ୍ ଆଇଏନସି (ଜିବିସିଆଇ) ଠାରୁ ମିଳିଥିବାବେଳେ ଏହା ସବୁଜ ବ୍ୟବସାୟ ଉଦ୍ୟୋଗ ପ୍ରଦର୍ଶନରେ ଉକ୍ତୃଷ୍ଟ ଏବଂ ବିଶ୍ୱସ୍ତରରେ ଏହାର ଉପଯୋଗ ପାଇଁ ପରିଚିତ । ଜିବିସିଆଇ ଟ୍ରୁ ଜିରୋ ୱେଷ୍ଟ ପ୍ରମାଣପତ୍ର, ବର୍ଜ୍ୟକୁ କମ୍ କରିବା ତଥା ସଂସାଧାନ ଦକ୍ଷତାକୁ ଅଧିକ କରିବା ପାଇଁ ବ୍ୟବସାୟକୁ ଆକଳନ କରିବା କ୍ଷେତ୍ରରେ ଏକ କାର୍ଯ୍ୟକ୍ରମ ଅଟେ । ନ୍ୟୁନତ୍ତମ କାର୍ଯ୍ୟକ୍ରମ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବଂ ପଏଣ୍ଟ ସଂଗ୍ରହକରି ଟ୍ରୁ ପ୍ରମାଣପତ୍ର ହାସଲକରି ଉକ୍ତ କାର୍ଯ୍ୟକ୍ରମ ଏକ ର‌୍ୟାଙ୍କିଂ ପ୍ରଣାଳୀ ଉପରେ କାର୍ଯ୍ୟ କରିଥାଏ, ଯେଉଁଥିରେ ‘ପ୍ଲାଟିନମ୍’ ହେଉଛି ସର୍ବୋଚ୍ଚ ସ୍ତରର ପ୍ରମାଣପତ୍ର ।

ଟ୍ରୁ ଜିରୋ ୱେଷ୍ଟ ପ୍ରମାଣପତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସୁବିଧାକୁ ପରିଭାଷିତ କରିବା, ସେମାନଙ୍କ ଶୂନ୍ୟ ବର୍ଜ୍ୟ ପରିଚାଳନା ଲକ୍ଷ୍ୟକୁ ପ୍ରାପ୍ତ କରିବା, ସେଗୁଡ଼ିକୁ ଅନୁକରଣ କରିବା ଏବଂ ସେମାନଙ୍କର କାର୍ବନ ବ୍ୟବହାରକୁ ହ୍ରାସ କରିବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟକୁ ସମର୍ଥନ କରିବା । ଟ୍ରୁ ପ୍ରମାଣପତ୍ର ସ୍ଥାନ ସ୍ଥିରତା ଏବଂ ସୁବିଧା ଗୁଡ଼ିକୁ ସମର୍ଥନ କରିଥାଏ, ଯାହାକି ରେଟିଂ ପ୍ରଣାଳୀର ଉଚ୍ଚତମ ସ୍ତରକୁ ପ୍ରାପ୍ତ କରିଥାଏ, ସେମାନଙ୍କ ବର୍ଜ୍ୟକୁ ଲ୍ୟାଣ୍ଡଫିଲ୍, ଇନସିନେରେସନ୍ (ବର୍ଜ୍ୟ –ରୁ-ଶକ୍ତି) କିମ୍ବା ପରିବେଶ ପାଇଁ ଯଥାଶିଘ୍ର କମ୍ କରିବା ପାଇଁ ସ୍ୱିକାର କରାଯାଇଥାଏ । କୋଲଗେଟ ଇଣ୍ଡିଆର ସମସ୍ତ ୪ଟି ଉତ୍ପାଦନ ପ୍ଲାଣ୍ଟ – ବଡ଼ି (ହିମାଚଳ ପ୍ରଦେଶ), ଗୋଆ, ସାନନ୍ଦ (ଗୁଜୁରାଟ) ଏବଂ ଶ୍ରୀ ସିଟି (ଆନ୍ଧ୍ର ପ୍ରଦେଶ) ପ୍ଲାଟିନମ୍ ହାସଲ କରିଛନ୍ତି, ଯାହାକି ସର୍ବୋଚ୍ଚ ସ୍ତରର ପ୍ରମାଣପତ୍ର । ଏହା କୋଲଗେଟ ଇଣ୍ଡିଆକୁ ପ୍ରଥମ ଭାରତୀୟ କମ୍ପାନୀ ହିସାବରେ ଏହି ସମ୍ମାନ ଗ୍ରହଣ କରିବାର ଗୌରବ ପ୍ରାପ୍ତ ହୋଇଛି ।
ଏହି ଅବସରରେ କୋଲଗେଟ ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ଼ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ, ଇସାମ୍ ବଚ୍ଚଲାନୀ କହିଛନ୍ତିଯେ, “କୋଲଗେଟ ଇଣ୍ଡିଆରେ ଆମ୍ଭେମାନେ ସର୍ବଦା ଆମର ସମସ୍ତ ପ୍ଲାଣ୍ଡ ଏବଂ କାର୍ଯ୍ୟାଳୟରେ ବର୍ଜ୍ୟକୁ ହ୍ରାସ କରିବା, ପୁନଃ ବ୍ୟବହାର କରିବା ପାଇଁ ଉଦ୍ୟମ କରିଥାଉ । ଆମ୍ଭେମାନେ ଏକ ଉତ୍ସର୍ଗିକୃତ ଦଳ ଗଠନକରି ସେମାନଙ୍କୁ ଉତ୍ସାହିତକରି ଏବଂ କର୍ମଚାରୀ ମାନଙ୍କୁ ବର୍ଜ୍ୟକୁ ହ୍ରାସ କରିବା ପାଇଁ ଶିକ୍ଷା ପ୍ରଦାନକରି ଏବଂ ଏକ ପରିବର୍ତ୍ତନ ଆଣିବା ପାଇଁ ଯଥାସମ୍ଭବ ପଦକ୍ଷେପମାନ ଗ୍ରହଣ କରିଥାଉ । ଏକ ଉଦାହରଣ ଯେପରିକି, କେବଳ ୨୦୧୮ରେ, ୧.୨ ମିଲିୟନ କେ.ଜିରୁ ଅଧିକ ଘରୋଇ ବର୍ଜ୍ୟ ଜଳ କଠିନ ବସ୍ତୁକୁ ଫୋପାଡ଼ି ଦେବା ବଦଳରେ ସିମେଣ୍ଟ କାରଖାନାକୁ ସିମେଣ୍ଟ ତିଆରି ପାଇଁ ପଠାଇ ଦିଆଯାଇଥଲା । ଆମର ପରିବେଶ, ଲୋକ ଏବଂ ଗୋଷ୍ଠି, ଯେଉଁଠାରେକି ଆମ୍ଭେମାନେ ରହିଥାଉ ଏବଂ କାର୍ଯ୍ୟକରୁ, ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଧ୍ୟାନଦେବା ହେଉଛି କୋଲଗେଟର ଏକ ପ୍ରମୂଖ ଅଂଶବିଶେଷ ଏବଂ ଏହି ବିଶ୍ୱାସର ଫଳ ସୁରୂପ ଆମ୍ଭେମାନେ ଟ୍ରୁ ଜିରୋ ୱେଷ୍ଟ ପ୍ଲାଟିନମ୍ ପ୍ରମାଣପତ୍ର ପାଇପାରିଛୁ ।
ୟୁ. ଏସ ଗ୍ରୀନ୍ ବିଲ୍ଡିଂ କାଉନସିଲ ଏବଂ ଜିବିସିଆଇର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧକ୍ଷ, ଶ୍ରୀଯୁକ୍ତ ମହେଶ ରମାନୁଜମ୍ କହିଛନ୍ତିଯେ, “ଯେକୌଣସି କମ୍ପାନୀର ସ୍ଥାୟିତ୍ୱ ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱବୋଦ୍ଧ ରଣନିତୀ ପାଇଁ ଜିରୋ ୱେଷ୍ଟ ହେଉଛି ଅଧିକ ଗୁରୁତ୍ୱପୁର୍ଣ୍ଣ । ଯେବେକି ବଜାର ଗୁଡ଼ିକ ସହରିକରଣ ଏବଂ ଉଦ୍ୟୋଗୀକରଣ ହେବାରେ ଲାଗିଛି, ସେତେବେଳେ ସହର ଏବଂ ବ୍ୟବସାୟ ଗୁଡ଼ିକରେ ବର୍ଜ୍ୟ ବସ୍ତୁ ଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି ଏବଂ ଯାହାକି ଉତ୍ସ ଏବଂ ଗୋଷ୍ଠୀ ଗୁଡ଼ିକ ଉପରେ ଚାପ ପ୍ରୟୋଗ କରୁଛି ।”


Share It

Comments are closed.