ଭାରତରେ ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ


ବିଳାଶପୁର୍ଣ୍ଣ ଅଟୋମୋବାଇଲ କ୍ଷେତ୍ରରେ ଅଗ୍ରଣୀ, ବିଏମଡବ୍ଲ୍ୟୁ ପକ୍ଷରୁ ଭାରତରେ ଏହାର ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ କରାଯାଇଛି । ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ ଏକ ମଡ଼ର୍ଣ୍ଣ ଡ଼ିଜାଇନ ସହିତ ରିଫାଇନଡ଼ ଇଣ୍ଟେରିୟରସ ଏବଂ ପ୍ରାଧିକାରିକ ଉପସ୍ଥିତି ଜାହିର କରିଥାଏ । ଆଞ୍ଚଳିକରୂପେ ଉତ୍ପାଦିତ, ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲ୍ୟୁ ଏକ୍ସ ୫ ବର୍ତ୍ତମାନ ଡ଼ିଜେଲ ଭ୍ୟାରିଆଣ୍ଟରେ ବିଏମଡବ୍ଲ୍ୟୁ ଡ଼ିଲରସିପ୍ ମାନଙ୍କରେ ଉପଲବ୍ଧ ହେଉଛି । ଏହାର ପେଟ୍ରୋଲ ଭାରିଆଣ୍ଟ ୨୦୧୯ର ଶେଷ ଆଡ଼କୁ ଉପଲବ୍ଧ ହେବାକୁ ଯାଉଛି ।
ଏହି ଅବସରରେ ବିଏମଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର, ପ୍ରେସିଡ଼େଣ୍ଟ (ଆକ୍ଟ), ଡ଼ଃ. ହଂସ ଖ୍ରିଷ୍ଟୀଆନ୍ ବର୍ଟେଲସ କହିଛନ୍ତିଯେ, “ବିଏମଡବ୍ଲ୍ୟୁ ପକ୍ଷରୁ ସ୍ପୋର୍ଟସ ଆକ୍ଟିଭିଟି ଭେଇକିଲ (ଏସଏଭି) ସେଗମେଣ୍ଟ ସ୍ଥାପନ କରିବା ସହିତ,୧୯୯୯ ରେ ବିଏମଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ କରିଥିଲା । ଅନେକ ବର୍ଷଧରି ଏହି ସେଗମେଣ୍ଟରେ ଅଧିକ ବିକ୍ରି ହେଉଥିବା ଗାଡ଼ି ରହିଆସିଛି ଏବଂ ଆମର ସବୁଠାରୁ ଅଧିକ ସଫଳ ମଡ଼େଲ ହିସାବରେ ପରିଗଣିତ ହୋଇପାରିଛି । ଉକ୍ତ ଚତୁର୍ଥ ଜେନେରେସନ୍ ଏହି ମଡ଼େଲର ଟିପିକାଲ ଗୁଣବତ୍ତା ଗୁଡ଼ିକ ହେଉଛି – ଭର୍ସାଟିଲିଟି , ସଭରିଣ୍ଟି ଏବଂ ଲକ୍ସୁରୀ ।”
ସମ୍ପୁର୍ଣ୍ଣ ନୂର୍ତନ ବିଏମଡବ୍ଲ୍ୟୁ ଏକ୍ସ ୫ ମୁଖ୍ୟତଃ ତିନୋଟି ଡ଼ିଜାଇନ ସ୍କିମସ – ସ୍ପୋର୍ଟ, ଏକ୍ସଲାଇନ ଏବଂ ଏମ ସ୍ପୋର୍ଟରେ ଉପଲବ୍ଧ । ସ୍ପୋର୍ଟ ଡ଼ିଜାଇନ ଆଡ୍ରେନାଲିନ ସହିତ ସ୍ପୋର୍ଟି ଷ୍ଟାଇଲିଙ୍ଗର ପ୍ରଚଣ୍ଡତାକୁ ପାଳନ କରିଥାଏ । ଏକ୍ସଲାଇନ ମୁଖ୍ୟତଃ କାରର ସୁଦୃଢତା ଏବଂ ଆମୋଦ ଦାୟକ ପରିବେଶକୁ ଗୁରୁତ୍ୱ ଦେଇଥାଏ, ଯେଉଁଠାରେ ଏମ ସ୍ପୋର୍ଟ ମଡ଼େଲ ଏହାର ଅନନ୍ୟ ଗୁଣବତ୍ତାକୁ ନିଜର ସ୍ପୋର୍ଟସ ମଡ଼େଲ ମାଧ୍ୟମରେ ପରିପ୍ରକାଶ କରିଥାଏ । ଅଲ ନିୟୁ ବିଏମଡବ୍ଲ୍ୟୁ ଏକ୍ସ ୫ ଦୁଇଟି ଡ଼ିଜେଲ ମଡ଼େଲ ଯେପରିକି – ବିଏମଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୩୦ଡ଼ି ଏବଂ ବିଏମଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୩୦ଡ଼ି ଏକ୍ସଲାଇନ ଏବଂ ବିଏମଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୪୦ ଆଇଏମ ସ୍ପୋର୍ଟ ରହିଥିବାବେଳେ ଏଗୁଡ଼ିକର ଏକ୍ସସୋରୁମ୍ ମୂଲ୍ୟ ଯଥାକ୍ରମେ – ୭୨,୯୦,୦୦୦/-, ୮୨,୪୦,୦୦୦/- ଏବଂ ୮୨,୪୦,୦୦୦ ଟଙ୍କା ରହିଛି ।


Share It

Comments are closed.