କଣ ଆପଣଙ୍କର କ୍ୟାଲସିୟମର ଅଭାବ ରହିଛି ? ତେବେ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ମିଳିବ ଆହୁରି ଅନେକ ଫାଇଦା


୩୦ ପରେ, ଅନେକ ମହିଳା କ୍ୟାଲସିୟମ୍ ଅଭାବର ସମ୍ମୁଖୀନ ହୋଇଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଆମର ହାଡ ଏବଂ ଦାନ୍ତରେ ୯୯ ପ୍ରତିଶତ କ୍ୟାଲସିୟମ ରହିଥାଏ। ଏହାର ଅଭାବରୁ ଦାନ୍ତ ଏବଂ ହାଡ ଦୁର୍ବଳ ହୋଇଥାଏ । ଏହା ସହିତ, ମାଂସପେଶୀ ଏବଂ ହାଡ ଯନ୍ତ୍ରଣା, ପିରିୟଡରେ ଅସୁବିଧା, ସ୍ମୃତି ଶକ୍ତି କମ୍ ହେବା ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଏଥିପାଇଁ ସେମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ କ୍ୟାଲସିୟମରେ ଭରପୂର ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା କ୍ୟାଲସିୟମରେ ଭରପୂର ଜିନିଷ ଗୁଡିକ ବିଷୟରେ…

ଡାଏରୀ ପ୍ରଡକ୍ଟସ୍:

ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିବା ପାଇଁ ଦୁଗ୍ଧଜାତ ଦ୍ରବ୍ୟ ଯେପରିକି କ୍ଷୀର, ଦହି, ଲହୁଣୀ ଇତ୍ୟାଦି ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏଥିରେ କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଦାନ୍ତ ଏବଂ ହାଡ ମଜବୁତ ହୋଇଥାଏ । ଏହା ଉନ୍ନତ ଶାରୀରିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।

ଚାରମଗଜ:

୧ ଚାମଚ ଚାରମଗଜରେ ୮୮ ମିଗ୍ରା କ୍ୟାଲସିୟମ ମିଳିଥାଏ । ତେଣୁ, ଆପଣ କ୍ୟାଲସିୟମର ଅଭାବକୁ ପୂରଣ କରିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଚାରମଗଜ ମିଶାଇ ପାରିବେ । ଆପଣ ଏହାକୁ ସାଲାଡ, ସୁପ୍ ଇତ୍ୟାଦିରେ ମିଶାଇ ଖାଇପାରିବେ ।

ଜୀରା:

ବହୁତ କମ୍ ଲୋକ ଜାଣିଥିବେ ଯେ ଜିରା କ୍ୟାଲସିୟମର ମୁଖ୍ୟ ଉତ୍ସ । ଏଥିପାଇଁ ୧ ଚାମଚ ଜିରାକୁ ୧ ଗ୍ଲାସ ପାଣିରେ ଫୁଟାନ୍ତୁ। ତା’ପରେ ଏହାକୁ ଫିଲ୍ଟର କରି ଦିନକୁ ୨-୪ ଥର ପିଅନ୍ତୁ । ଏହା କ୍ୟାଲସିୟମର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ ।

ବାଦାମ:

୧୧୦ ଗ୍ରାମ ବାଦାମରେ ୨୪୮ ମିଲିଗ୍ରାମ କ୍ୟାଲସିୟମ ରହିଥାଏ । ତେଣୁ ଆପଣ ଏହାକୁ ଖାଇ କ୍ୟାଲସିୟମର ଅଭାବ ପୂରଣ କରିପାରିବେ । ଏଥିପାଇଁ ଆପଣ ଏହାକୁ କ୍ଷୀରରେ ମିଶାଇ ଖାଇପାରିବେ । ଏହା ବ୍ୟତୀତ ସକାଳେ ଖାଲି ପେଟରେ ରାତିସାରା ଭିଜାଯାଇଥିବା ବାଦାମ ଖାଇବା ମଧ୍ୟ ଉଚିତ ହେବ ।

ସବୁଜ ପନିପରିବା ଏବଂ ବିନ୍ସ:

ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ବିନ୍ସରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବଢିଥାଏ । ମାଂସପେଶୀ ଏବଂ ହାଡକୁ ମଜବୁତ କରିବା ସହିତ ଏହା ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶରେ ସାହାଯ୍ୟ କରିଥାଏ ।


Share It

Comments are closed.