ଶରୀର ପାଇଁ କାହିଁକି ଜରୁରୀ ହୋଇଥାଏ ଓମେଗା-୩ ଫେଟି ଏସିଡ: ଜାଣନ୍ତୁ ଏହା ଅଭାବରେ କଣ ହୋଇପାରେ ସମସ୍ୟା


ଶରୀରକୁ ସୁସ୍ଥ ରଖିବାକୁ ଓମେଗା-୩ ଫେଟି ଏସିଡ ବହୁତ ଜରୁରୀ। ଓମେଗା-୩ ଫେଟି ଏସିଡ ହାର୍ଟ, କ୍ୟାନ୍ସର ସେଲ୍ସକୁ ରୋକିବା ଏବଂ କଗନିଟିଭ ଫଙ୍କସନ ପାଇଁ ଜରୁରୀ। ସେଥିପାଇଁ ନିଜ ଡାଏଟରେ ଓମେଗା-୩ ଫେଟି ଏସିଡ ସାମିଲ କରିବା ଉଚିତ। ଶରୀର ପାଇଁ ଜରୁରୀ ପୋଷାକ ତତ୍ତ୍ୱରେ ଓମେଗା-୩ ଫେଟି ଏସିଡ ମଧ୍ୟ ସାମିଲ ଅଛି। ଶରୀରରେ ଏହାର ଅଭାବ ଥିଲେ ଅନେକ ପ୍ରକାର ସମସ୍ୟା ହୋଇପାରେ।

ଓମେଗା-୩ ଫେଟି ଏସିଡ କଣ ?
ସବୁଠାରୁ ପ୍ରଥମେ ଏହା ଜାଣିବା ଜରୁରୀ ଯେ ଓମେଗା-୩ ଫେଟି ଏସିଡ କଣ। ଏହା ଏକ ପଲିଅନସାଚ୍ୟୁରେଟେଡ଼ ଫେଟି ଏସିଡର ଗ୍ରୁପ ଯାହା ବଡି ଫଙ୍କସନ ପାଇଁ ଆବଶ୍ୟକ। ଓମେଗା-୩ ଫେଟି ଏସିଡ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ସେବନ ଦ୍ୱାରା ହାର୍ଟ, ରକ୍ତ ବାହିକା, ଫୁସଫୁସ ଓ ପ୍ରତିରୋଧକ କ୍ଷମତା ସଠିକ ଭାବେ କାମ କରିଥାଏ।

ଓମେଗା-୩ ଫେଟି ଏସିଡ୍ କାହିଁକି ଆବଶ୍ୟକ ?
ଯଦି ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଓମେଗା-୩ ଫେଟି ଏସିଡ ରହିଛି ତାହେଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ।

୧. ଏହା ହାର୍ଟକୁ ସୁସ୍ଥ ରଖିଥାଏ
୨. ରକ୍ତ ବାହିକାରେ ହେଉଥିବା ସୁଜନ କମ ହୋଇଥାଏ
୩. ଓମେଗା-୩ ମହିଳାଙ୍କ ପାଇଁ ଜରୁରୀ। ଏହାଦ୍ୱାରା ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ
୪. ଓମେଗା-୩ ଫେଟି ଏସିଡରୁ ଅଷ୍ଟିଓ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ଆଶଙ୍କା କମ ହୋଇଥାଏ
୫. ବ୍ରେନର କେମିକାଲ ବାଲାନ୍ସରେ ରଖିବାକୁ, ସ୍ମରଣ ଶକ୍ତି, ମୁଡ଼ ଓ ବୁଦ୍ଧି ପାଇଁ ଓମେଗା-୩ ଫେଟି ଏସିଡ ସେବନ କରିବା ଜରୁରୀ

ଓମେଗା-୩ ଫେଟି ଏସିଡ ଅଭାବର ଲକ୍ଷଣ:

୧. ତ୍ୱଚାର ଋଖାପଣ – ତ୍ୱଚାକୁ ହାଇଡ୍ରେଟେଡ଼ ରଖିବାକୁ ଓମେଗା-୩ ଫେଟି ଏସିଡ ବହୁତ ଜରୁରୀ। ଏହା ସ୍କିନ ବଲରେ ରହିଥାଏ। ଓମେଗା-୩ ଅଭାବ ହେଲେ ତ୍ୱଚା ରୁଖା ହୋଇଯାଇଥାଏ।
୨. ନଖ ଭାଙ୍ଗିଯିବା – କିଛି ଲୋକଙ୍କ ନଖ ବହୁତ ପତଳା ଓ ନରମ ଥାଏ। ଯେଉଁଥିପାଇଁ ଶୀଘ୍ର ଭାଙ୍ଗିଯାଏ। ନଖ ଭାଙ୍ଗିଯିବା ଶରୀରରେ ଓମେଗା-୩ ଫେଟି ଏସିଡ ଅଭାବର ସଂକେତ। ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
୩. ନିଦ ଅଭାବ – ଯଦି ଆପଣଙ୍କୁ ସବୁବେଳେ ଥକାପଣ ଏବଂ ଦୁର୍ବଳ ଅନୁଭୂତ ହେଉଛି ତାହେଲେ ଶରୀରରେ ଓମେଗା-୩ ଫେଟି ଏସିଡ ଅଭାବ ହୋଇପାରେ। ଏଥିପାଇଁ ଭଲ ନିଦ ମଧ୍ୟ ହୋଇନଥାଏ। ଏକ ରିସର୍ଚ୍ଚରେ ଜଣାପଡିଛି ଯେ ଯେଉଁମାନଙ୍କ ଶରୀରରେ ଓମେଗା-୩ ଠିକ ମାତ୍ରାରେ ଥାଏ ସେମାନଙ୍କୁ ଭଲ ନିଦ ହୋଇଥାଏ।
୪. ଫୋକସରେ ଅଭାବ – ଓମେଗା-୩ ଫେଟି ଏସିଡ ଅଭାବ ହେଲେ ବ୍ୟକ୍ତି କୌଣସି କାମରେ ଫୋକସ କରିପାରିନଥାଏ। ଓମେଗା-୩ ଫେଟି ଏସିଡ ଅଭାବ ହେଲେ ଏକାଗ୍ରତା ଅଭାବ ହୋଇଥାଏ।

ଏହିସବୁ ଜିନିଷରେ ରହିଛି ଓମେଗା-୩ ଫେଟି ଏସିଡ
ଅଖରୋଟ, କ୍ଷୀର, ଚିଆ ସିଡ୍ସ, ଅଣ୍ଡା, ଫ୍ଲାକ୍ସ ସିଡ୍ସ, ସାଲମନ ମାଛ, କେନୋଲା ଅଏଲ, ଟୁନା ମାଛ, ସି ଫୁଡ୍, ରାଜମା, ଚିକେନ, ସୋୟାବିନ ତେଲ ଆଦିରେ ଭରପୁର ମାତ୍ରାରେ ରହିଛି ଓମେଗା-୩ ଫେଟି ଏସିଡ।


Share It

Comments are closed.