ଗର୍ଭବତୀ ଥିବାର ପ୍ରଶ୍ନକୁ ଶୁଣି ରାଗିଗଲେ ଅନୁଷ୍କା


ଚଳିତ ବିଶ୍ୱକପରେ ସ୍ୱାମୀ ବିରାଟ କୋହଲୀଙ୍କୁ ଚିୟରଅଫ କରାଇବା ପାଇଁ ଅନୁଷ୍କାଙ୍କୁ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା । ନିକଟ କିଛି ଦିନ ତଳେ ଅନୁଷ୍କା ଭାରତ ଫେରିବା ପରେ ବର୍ତ୍ତମାନ ତାଙ୍କ ବ୍ରାଜିଲ ଏବଂ ବେଲଜିୟମରେ ଫିଲ୍ମଫେୟାର ଆଗାମୀ ମ୍ୟାଗାଜିନ ପାଇଁ ଫଟୋସୁଟ କରୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ସେ ଏହି ମ୍ୟାଗାଜିନ ପାଇଁ ସାମ୍ବାଦିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ମଧ୍ୟ ସେୟାର କରିଛନ୍ତି ।


ଅନୁଷ୍କା ବର୍ତ୍ତମାନ ଗର୍ଭବତୀ ଥିବାର ଖବର ସବୁଆଡେ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଏହି ଭିତରେ ଫିଲ୍ମଫେୟାର ମଧ୍ୟ ତାଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲା । ଏହି ପ୍ରଶ୍ନର ଉତ୍ତର ରଖି ଅନୁଷ୍କା କ୍ରୋଧିତ ହୋଇ କହିଥିଲେ ଯେ, “ଲୋକମାନେ ଆମ ଭଳି ସେଲିବ୍ରିଟିମାନଙ୍କ ଠାରୁ ଟିକେ ବ୍ୟକ୍ତିଗତ ଦୂରତା ବଜାୟୀ ରଖିବା ଉଚିତ । ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରନ୍ତି ସେତେବେଳେ ଲୋକଙ୍କ ପ୍ରଥମ ପ୍ରଶ୍ନ ପ୍ରେଗ୍ନେସିକୁ ନେଇ ହୋଇଥାଏ । ଏହା ସବୁ ବେକାର କଥା ଅଟେ । ଟିକେ ବ୍ୟକ୍ତିଗତ ଦୂରତା ବଜାୟୀ ରଖିବା ଉଚିତ । କାହିଁକି ଏଭଳି ବେକାର କଥା ପ୍ରଚାର କରାଯାଇଥାଏ ଯେଉଁଥିପାଇଁ ଆମକୁ ବାଧ୍ୟ ହୋଇ ମୁହଁ ଖୋଲିବାକୁ ପଡିଥାଏ । ମୋତେ ଏହିସବୁ କଥା ଭାରି ଖରାପ ଲାଗିଥାଏ । କ’ଣ ମୋତେ ଏହି କଥାରେ ନିଜ ସ୍ପଷ୍ଟିକରଣ ରଖିବା ଉଚିତ୍ ? ନାହିଁ ନା ।”


Share It

Comments are closed.