ଷ୍ଟାଡିୟମ ବାହାରକୁ ଛକା ମାରି ନିଜ ଶତକ ପୂରଣ କଲେ ଗେଲ, ଭିଡିଓ ଭାଇରାଲ


ଗତ କାଲି ଗ୍ଲୋବାଲ ଟି-୨୦ କାନାଡା ଲିଗରେ ରନର ବର୍ଷା ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚରେ ଯୁବରାଜ ସିଂହ, କିରଣ ପୋଲାର୍ଡ ଏବଂ କ୍ରିସ ଲିନଙ୍କ ବିସ୍ପୋରକ ବ୍ୟାଟିଙ୍ଗ ଦେଖିବାକୁ ମିଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ କ୍ରିସ ଗେଲଙ୍କ ଜଲୱା ଦେଖିବାକୁ ମିଳିଥିଲା । ଗତ କାଲିର ଦ୍ୱିତୀୟ ମ୍ୟାଚରେ ଭ୍ୟାନକୁଅର ନାଇଟ୍ସର ଅଧିନାୟକ କ୍ରିସ ଗେଲ ବିସ୍ପୋରକ ବ୍ୟାଟିଙ୍ଗ କରି ୫୪ଟି ବଲରେ ୧୨୨ରନର ଏକ ସୁନ୍ଦର ଇଂନିସ ଖେଳିଥିଲେ ।
ସବୁଠାରୁ ମୁଖ୍ୟକଥା ଏହା ଯେ, ଗତ କାଲି ଗେଲ ନିଜର ଏହି ଶତକୀୟ ଇଂନିସରେ ଏକ ସୁନ୍ଦର ଛକା ମାରି ଶତକ ପୂରଣ କରିଥିଲେ । ଉକ୍ତ ଛକାଟି ଏତେ ବଡ ଥିଲା ଯେ, ବଲଟି ସିଧା ଯାଇ ଷ୍ଟାଡିୟମ ବାହାରେ ପଡିଥିଲା । ଗେଲ ୧୨ଟି ଚକା ଏବଂ ୭ ଚୌକା ମାରି ନଜର ଏହି ଶତକ ପୂରଣ କରିଥିବାବେଳେ ତାଙ୍କର ଏହି ଶତକୀୟ ଇଂନିସର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଗେଲ ଏହି ଟୁର୍ଣ୍ଣାମେଣ୍ଟର ଖେଳିବା ଆଳରେ ସେ ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ମଧ୍ୟ ଖେଳୁ ନାହାନ୍ତି ।


ପ୍ରକାଶ ଥାଉକି, ଗତ କାଲିର ମ୍ୟାଚରେ ଗେଲ ୧୨୨ ରନର ଏକ ଅପରାଜିତ ଇଂନିସ ଖେଳିଥିଲେ ଯେଉଁଥିରେ ତାଙ୍କ ଷ୍ଟ୍ରାଇକରେଟ ୨୨୫.୯୨ ରହିଥିଲା । କ୍ରିସ ଗେଲଙ୍କ ଏହି ଧୂଆଁଦାର ଇଂନିସ ପରେ କ୍ରିକେଟର ‘ସାଇ ହୋପ’ ଟ୍ୱିଟ କରି ଲେଖିଛନ୍ତି ଯେ, “କ’ଣ କ୍ରିସ ଗେଲ ମଣିଷ ଅଟନ୍ତି ।”


ଗତ କାଲିର ଏହି ମ୍ୟାଚରେ ଭ୍ୟାନକୁଅର ନାଇଟ୍ସ ୨୭୬ ରନର ଏକ ବିଶାଳ ସ୍କୋର ଠିଆ କରିଥିଲା, ଯାହାକି ଟି-୨୦ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ୍ତ ସ୍କୋର ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ସର୍ବବୃହତ୍ତ ସ୍କୋରର ରେକର୍ଡ ଆଫଗାନିସ୍ତାନ ନାମରେ ରହିଛି, ଯିଏକି ଆୟରଲାଣ୍ଡ ବିପକ୍ଷରେ ୨୭୮ ରନ ସଂଗ୍ରହ କରିଥିଲା ।


Share It

Comments are closed.