ଭାରତୀୟ ବିକ୍ରେତାଙ୍କର ବୃହତ ବଜାର: ଆମାଜନ


ଅନଲାଇନ ଇ-କମର୍ସ କମ୍ପାନୀ ଆମାଜନର ବିକ୍ରେତାଙ୍କ ବିକ୍ରିରେ ୨୨୪ ପ୍ରତିଶତ ବୃଦ୍ଧି ହୋଇଛି ଯେଉଁଥିରେ ଭାରତୀୟ ବ୍ୟବସାୟଙ୍କର ବୃହତ ଭାଗ ରହିଛି । ୨୦୧୭ ଗ୍ଲୋବାଲ ଏକ୍ସପୋର୍ଟ ସର୍ବେକ୍ଷଣରୁ ଜଣାଯାଇଛି ଆନ୍ତର୍ଜାତୀୟ ବଜାରରେ ଭାରତୀୟ ଉତ୍ପାଦର ୫୦୦ % ବୃଦ୍ଧି ହେଉଛି । ସେହିପରି ଭାରତୀୟ ବିକ୍ରେତାଙ୍କ ବ୍ୟବସାୟ ମଧ୍ୟ ୩୧୦% ପ୍ରତିଶତ ମଧ୍ୟ ବୃଦ୍ଧି ହୋଇଛି । ଆମାଜନ ଏସ୍କ୍ପୋର୍ଟ ଡାଇଜେଣ୍ଟ ୨୦୧୭ର ଉନ୍ମୋଚନ ଅବସରରେ ବାଣିଜ୍ୟ ଏବଂ ଶିଲ୍ପ ମନ୍ତ୍ରଳାୟର ବାଣିଜ୍ୟ ସଚିବ ସୁସଶ୍ରୀ ରୀତା ତିଓତିଆ, ଏମଏସଏମଇ ମନ୍ତ୍ରଣାଲୟ ଉନ୍ନୟନ କମିଶନର ତଥା ଆମାଜନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥି୍ତ ଥିଲେ । ଅଣ-ମେଟ୍ରୋ ସହର ମଧ୍ୟରେ ଇନ୍ଦୋର, ସୁରତ, ଅହମ୍ମଦାବାଦ, ଗାଜିଆବାଦ, ପୁଣେ ଆଦି ସହର ରପ୍ତାନୀକରୀ ସହର ଗୁଡିକ ମଧ୍ୟରେ ବିଶେଷ ଖ୍ୟାତି ହାସଲ କରିବାକୁ ସକ୍ଷମ ହୋଇପାରିଛି ।

ବିଭିନ୍ନ ଉତ୍ପାଦ ମଧ୍ୟରେ ହୋମ ଡେକର ହସ୍ତ ଶିଳ୍ପ, ଟେପ ଷ୍ଟେରିଜ, ବେଡସିଟ, ଡ୍ୟୁଭେଟ କଭର, ଲେଦର ମେସର ବ୍ୟାଗ ଆଦି ଅଧିକ ରପ୍ତାନୀ ହୋଇଛି । ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ଉତ୍ତର ପ୍ରଦେଶ ରପ୍ତାନୀ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟଭାବେ ପରିଗଣିତ ହୋଇଥିବା ବେଳେ ବିଭିନ୍ନ ରପ୍ତାନୀ ସାମଗ୍ରୀ ମଧ୍ୟରେ ହୋମ ଡେକର, କିଚେନ ଲିନେନ, ଡିନର ୱେର, କପର ମଗ, ଇଥିନିକ ୱେର, ୱେମେନଓ ଆପେରାଲ ମଧ୍ୟ ରହିଛି ।
ଏହି ଅବସରରେ ଆମାଜନ ଇଣ୍ଡିଆର ସେଲର ସର୍ଭିସ ନିର୍ଦ୍ଦେଶକ ଶ୍ରୀ ଗୋପାଲ ପିଲାଇ କହିଛନ୍ତି ଯେ, ‘ଆମାଜନର ବି ଟୁ ବି ମାର୍କେଟପ୍ଲେସ ଡୋର ଷ୍ଟେପ ଡେଲିଭରୀ ଦେବା ସହିତ ସମସ୍ତ ପ୍ରକାର ଗ୍ୟାରେଣ୍ଟି ପ୍ରଦାନ କରିଥାଏ


Share It

Comments are closed.