ବିଶ୍ୱ ଘରଚଟିଆ ଦିବସ

ଗାଁ ଗୁଡିକର ଧିରେ ଧିରେ ସହରିକରଣରେ ପରିଣତ ହେବା ପରେ । ଘରଚଟିଆଙ୍କ ସଂଖ୍ୟା ଧିରେ ଧିରେ ଲୋପ ପାଇବାରେ ଲାଗିଛି । ‘ଚଟିଆ’ର ଇଂରାଜି ଅର୍ଥ ‘ସ୍ପାରୋ’ ଅଟେ । ଏମାନଙ୍କୁ ପ୍ରାୟ ଗାଁ ଗହଳୀ ମାନଙ୍କରେ ବସବାସ କରୁଥିବା ଲୋକଙ୍କ ଚାଳିଆ ଓ ଛପର ଘର ମାନଙ୍କରେ ହିଁ ବେଶି ଦେଖିବାକୁ ମିଳିଥାଏ । ଯାହା ଫଳରେ ଏହାର ନାମ କରଣ ‘ଘର ଚଟିଆ ’ ରଖାଯାଇଛି । ସକାଳୁ ସକାଳୁ ଏହି ପକ୍ଷୀ ମାନଙ୍କ କିଚିର ମିଚିର ଗୁଞ୍ଜରଣ ଶବ୍ଦରରେ ସମସ୍ତ ମନରେ ଇହରଣ ଭରି ଦେଉଥିଲା କିନ୍ତୁ ବର୍ତ୍ତମାନ ପରିବେଶର ଅବକ୍ଷୟ ଏବଂ ଅନ୍ୟ କାରଣ ଯୋଗୁଁ ଏହି ଚଢେଇର ସଂଖ୍ୟା ଧିରେ ଧିରେ ଲୋପ ପାଇବାରେ ଲାଗିଛି । ଏମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ମାର୍ଚ୍ଚ ୨୦କୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଉଛି ।

ସବୁଠାରୁ ବଡ କଥା ହେଉଛି ଓଡିଶାର ବାଘମାରି, ବିରିବାଟିଆ, ଗୁଣ୍ଠବ, ଲାଞ୍ଜିଆ. ବାଳକୁଷ୍ଣପୁର, ନିମ ଖଣ୍ଡ ଏବଂ ଗଞ୍ଜାମ ବ୍ଲକର ଗୋଖରବୁଡା ଏବଂ ଅନ୍ୟାନ ସହୃଦୟ ବ୍ୟକ୍ତିମାନଙ୍କ ପାଇଁ ଘରଚଟିଆଙ୍କ ସଂରକ୍ଷଣ ଏବଂ ବଂଶ ରକ୍ଷା ହୋଇପାରିଛି । ସାଧାରଣ ଭାବେ ସବୁଗୁଡିକ ଶସ୍ୟଭୋଜି । ଏହି ପ୍ରକାରରେ ଥିବା ସମସ୍ତ ପକ୍ଷୀଙ୍କର ଚଞ୍ଚୁ କୋଣାକାର, ଯାହା ସାହର୍ଯ୍ୟରେ୍ ସେମାନେ ଟାଣ ଶସ୍ୟର ଚୋପା ଛଡାଇପାରନ୍ତି । ଏହି ପକ୍ଷୀର ଉତ୍ପତ୍ତି ସ୍ଥଳୀ । ୧୮୫୨ ଏହା ଉତ୍ତର ଆମେରିକା ଯାଇଥିବା ଜଣାଯାଏ । ପରେ ଶହେ ବର୍ଷ ମଧ୍ୟରେ ଏହା ସାରା ଆମେରିକାକୁ ବ୍ୟାପିଯାଇଥିଲା ।
ଏହି ପକ୍ଷୀଟି ଆକାରରେ ଛୋଟ ହେଲେ ମଧ୍ୟ ଏହା ପରିବେଶ ଓ ମାନବ ସମାଜ ପାଇଁ ଅନେକ ବଡ ବଡ କାମ କରିଥାନ୍ତି । ହିନ୍ଦିରେ ଏହାକୁ ‘ଗୌରୈୟା’, ତମିଳ ଓ ମାଲାୟାଲମରେ ‘କୁରୁଭି’, ତେଲୁଗୁରେ ‘ପିଛୁକା’, କନ୍ନଡରେ ‘ଗୁବାଚ୍ଚୀ’, ଗୁଜୁରାତୀରେ ‘ଚକଲୀ’, ମରାଠିରେ ‘ଚିମଣୀ’, ପଞ୍ଜବୀରେ ‘ଚିରୀ’, କାଶ୍ମୀରରେ ‘ଚାଏର’, ବଙ୍ଗଳାରେ ‘ଚିରାଇ ପକ୍ଷୀ’ ଏବଂ ସିନ୍ଧୀରେ ‘ଝିରକୀ’ କହନ୍ତି ।

Comments are closed.