ନିଜ ପ୍ରେମିକାଙ୍କ ସହ ଜନ୍ମ ଦିନ ପାଳନ କଲେ ଆଲିଆ


ଆଲିଆ ଭଟ୍ଟ ମାର୍ଚ୍ଚ ୧୫ରେ ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ପରିଜନଙ୍କ ସହିତ ଜନ୍ମ ଦିନ ପାଳନ କରିଛନ୍ତି । ସେ ତାଙ୍କ ବୟଫ୍ରେଣ୍ଡ ରଣବୀରଙ୍କ ସହିତ ମଧ୍ୟ ନିଜର ଜନ୍ମ ଦିନ ପାଳନ କରୁଥିବାର ନଜର ଆସିଥିଲେ । ର‌୍ୟୁମର ଏହା ମଧ୍ୟ ଆସିଥିଲା ଯେ, ରଣବୀର ତାଙ୍କ ଲେଡିଲଭଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ସୂତ୍ର ଅନୁସାରେ ରଣବୀର ଆଲିଆଙ୍କ ପାଇଁ ୟୁଏସଏର କଲରାଡୋରେ ଆସ୍ପେନ ମାଉଣ୍ଟେନ ସ୍କାଇ ରିସୋର୍ଟରେ ହଲିଡେ ପ୍ଲାନ କରିଥିଲେ । କଲଙ୍କ ଫିଲ୍ମର ପ୍ରମୋସନ ପରେ ଆଲିଆ ଏବଂ ରଣବୀର ସେଠାକୁ ଯିବେ ବୋଲି ସୂଚନା ମିଳିଛି ।
ତାଙ୍କର ୨୬ତମ ଜନ୍ମଦିନ ଉତ୍ସବରେ ଆଲିଆ ନିଜ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିଥିଲେ । ତାଙ୍କ ଜନ୍ମ ଦିନ ପାର୍ଟିରେ କରନ ଜୋହର ଏବଂ ଆୟାନ ମୁଖାର୍ଜି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଜନ୍ମ ଦିନରେ ମଧ୍ୟ ନିତୁ କପୁର ତାଙ୍କ ବିବାହର ଦିନ ଠିକ କରିଛନ୍ତି ବୋଲି ଦର୍ଶକମାନଙ୍କୁ ଜଣାଇଛନ୍ତି । କୋହଲି-ଅନୁଷ୍କା, ରଣବୀର ସିଂହ -ଦିପୀକାଙ୍କ ପରେ ବର୍ତ୍ତମାନ ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ରଣବୀର ଏବଂ ଆଲିଆଙ୍କ ପରିବାର ବର୍ଗ ଖୁବ ଶୀଘ୍ର ପଣ୍ଡିତଙ୍କ ସହିତ ଦେଖା କରି ବିବାହ ଠିକ କରିବାକୁ ଯାଉଛନ୍ତି । ମାର୍ଚ୍ଚ ଶେଷରେ ଋିଷି କପୁର ଭାରତକୁ ଆସିବା ପରେ ତାଙ୍କ ବିବାହର ତାରିଖ ଠିକ କରାଯିବ । ଭାଲେନଟାଇନରେ ମଧ୍ୟ ସେ ତାଙ୍କ ବୟେଫ୍ରେଣ୍ଡ ସହିତ ଡିନର କରୁଥିବାର ନଜର ଆସିଥିଲେ ।


Share It

Comments are closed.