୫୦୦ ଫୁଟ ତଳକୁ ଖସିପଡିଲା ଯାତ୍ରୀବାହୀ ଗାଡି, ଅକାଳରେ ଚାଲିଗଲା ୧୧ ଜୀବନ


ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଏକ ଯାତ୍ରୀବାହୀ ଗାଡି ୫୦୦ ଫୁଟ ତଳକୁ ଖସି ପିଡିଛି । ଟ୍ୟାକ୍ସିଟି ୫୦୦ ଫୁଟ ତଳକୁ ଖସିଯିବା ପରେ ଘଟଣାସ୍ଥଳେ ୧୧ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଟ୍ୟାକ୍ସିଟି ଯାତ୍ରୀଙ୍କ ନେଇ ଚନ୍ଦରକୋଟ ଅଭିମୁଖେ ଅଗ୍ରସର ହେଉଥିଲା ।
ଏହି ସମୟରେ ଉକ୍ତ ଗାଡି ଚାଳକ ଜଣକ ନିଜ ନିୟନ୍ତ୍ରଣ ହରାଇ ବସିଥିଲା । ଯେଉଁଥିପାଇଁ ଟ୍ୟାକ୍ସିଟି ସିଧା ଯାଇ ‘କୁନ୍ଦା ନାଲାହା’ ପାଖରେ ଥିବା ଘାଟିର ୫୦୦ ଫୁଟ ତଳକୁ ଖସି ପଡିଥିଲା । ମିଳିଥିବା ସୂଚନା ମୁତାବକ ଏହି ଘଟଣାଟି ଆଜି ସକାଳେ ୧୦.୩୦ ସମୟରେ ଘଟିଥିଲା ।
ପୋଲସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସ୍ଥାନୀୟ ଲୋକଙ୍କ ସହାୟତାରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବର୍ତ୍ତମାନ ୨ଜଣ ମହିଳାଙ୍କ ସମେତ ଜଣେ ଶିଶୁ ଏବଂ ପାଞ୍ଚ ଜଣ ପୁୁରୁଷଙ୍କ ଶବ ଉଦ୍ଧାର କରାଯାଇଛି । ଆହାତଙ୍କୁ ଶୀଘ୍ର ହସ୍ପିଟାଲ ସ୍ଥାନାନ୍ତରିତ କରାଯିବା ପରେ ମୃତକଙ୍କ ଆହିରୀ ଅଧିକ ବଢିପାରେ ବୋଲି କଳ୍ପନା କରାଯାଉଛି ।


Share It

Comments are closed.