ରଣବୀରଙ୍କୁ ଛାଡି ଏବେ ସଲମାନଙ୍କ ପ୍ରେମିକା ହେବେ ଆଲିଆ


ବିଶିଷ୍ଟ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂସାଲିଙ୍କ ଆଗାମୀ ଫିଲ୍ମ ‘ଇନସାଆଲ୍ଲା’ରେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଆଲିଆ । ଜୋଆ ଅଖତରଙ୍କ ଫିଲ୍ମ ‘ଗଲି ବୟ’ ବକ୍ସ ଅଫିସରେ ସୁପର ହିଟ ହେବା ପରେ ବର୍ତ୍ତମାନ ସେ ଏହି ଫିଲ୍ମର ଏକ ସିକ୍ୱେଲ ନିର୍ମାଣ କରିବା ପାଇଁ ଯୋଜନା ରଖିଛନ୍ତି । ସେପଟେ ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ଇନସାଆଲ୍ଲା’ରେ ଆଲିଆଙ୍କୁ ସଲମାନଙ୍କ ନାୟିକ ରୂପେ ଚୟନ କରାଯାଇଛି । ଯେଉଁଥିରେ ସଲମାନଙ୍କ ସହ ଆଲିଆ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ ।
ଅନ୍ୟପଟେ ଆଲିଆ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବାବେଳେ ସେ ନିଜର ଖୁସିକୁ ବ୍ୟକ୍ତ କରିବାକୁ ଯାଇ ଫିଲ୍ମ ସଂପର୍କରେ ନିଜ ଟ୍ୱିଟରେ କିଛି ବାର୍ତ୍ତା ଦେଇଛନ୍ତି । ଆଲିଆ କହିଛନ୍ତି ଯେ, “ଆଖି ଖୋଲା କରି ଯେଉଁ ସ୍ୱପ୍ନ ଦେଖାଯାଏ ତା ନିଶ୍ଚୟ ପୂରଣ ହୁଏ । ‘ଇନସାଆଲ୍ଲା’ରେ ସଞ୍ଜୟ ସାର ଏବଂ ସଲମାନଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅଛି । ”
ପ୍ରକାଶ ଥାଉକି ପ୍ରଥମ ଥର ପାଇଁ ଆଲିଆ ସଲମାନଙ୍କ ସହ କାମ କରୁଥିବାର ଏବେ ନଜର ଆସିବେ । ପୂର୍ବରୁ ଆଲିଆ ଶାହାରୁଖଙ୍କ ସହ ଫିଲ୍ମରେ ଅଭିନୟ କରିସାରିଥିବାବେଳେ ଏବେ ପ୍ରଥମ ପାଇଁ ସଲମାନଙ୍କ ସହ ନଜର ଆସିବେ ।


Share It

Comments are closed.