କାକୁଡି ଖାଇବାର ଫାଇଦା ସଂପର୍କରେ ଜାଣନ୍ତୁ


ପ୍ରାୟ ସମସ୍ତେ ନିଜର ସାଲାଡରେ କାକୁଡି ରଖିଥାନ୍ତି । ଏହା ଖାଇବାକୁ ସ୍ୱାଦଯୁକ୍ତ ଏବଂ ଏହାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । କାକୁଡିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ରହିିଛି ଯାହା ଶରୀରର ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ । ଆସନ୍ତୁ ଜାଣିବା କ’ଣ ରହିଛି ଏହାର ସମସ୍ତ ଉପକାରିତା .

୧. ଉଜ୍ଜ୍ୱଳ ତ୍ୱଚା ପ୍ରଦାନ କରିଥାଏ –

କାକୁଡି ଏପରି ଏକ ଉତ୍ପାଦ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଥାଏ । କାକୁଡି ତ୍ୱଚା ପାଇଁ ଏକ ପ୍ରାକୃତିକ ସ୍କ୍ରବର ଏବଂ ଟୋନର ରୂପେ ବ୍ୟବହାର କରାଯାଇପାରିବ । ଏହା ମୁଖର କଳାପଣ, ଦାଗ ଇତ୍ୟାଦି ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ଜୁସ ମଧ୍ୟ ହଜମ କ୍ରିୟା ବୃଦ୍ଧି କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

୨. ତ୍ୱଚାକୁ ହାଇଡ୍ରେଟ କରିଥାଏ –

ଏହାକୁ ମୁଖରେ ପ୍ୟାକ ପରି ଲଗାଇବା ଦ୍ୱାରା ମୁଖର ବ୍ରଣ, ର‌୍ୟାସେସ, କଳା ଦାଗ ଇତ୍ୟାଦି ଦୂର ହୋଇଥାଏ । ଏହା ମଧ୍ୟ ତ୍ୱଚାକୁ ହାଇଡ୍ରେଟ କରିଥାଏ । ଏହାକୁ ରସ କରି ପିଇବା ଦ୍ୱାରା ମଧ୍ୟ ଏହା ତ୍ୱଚାକୁ ହାଇଡ୍ରେଟ କରି ବ୍ରଣ, ମୁଖ ବ୍ରଣ ଇତ୍ୟାଦି ସମସ୍ୟାରୁ ଦୂରରେ ରଖିଥାଏ । ଏଥିରେ ଥିବା ଜିଙ୍କ ଏବଂ ବାୟୋଟିନ ରିଙ୍କଲ ହଟାଇଥାଏ ଯାହା ଏଜିଂ ପ୍ରକିୟାକୁ ଧିର କରିଥାଏ ।

୩. ସୁସ୍ଥ ଏବଂ ଉଜ୍ଜ୍ୱଳ କେଶ –

କାକୁଡିରେ କେଶ ଆବଶ୍ୟକ କରୁଥିବା ପୋଟାସିୟମ, ମାଙ୍ଗାନିଜ, ସଲଫର ଏବଂ ସିଲିକିନ ରହିଛି ଯାହା କେଶକୁ ସୁସ୍ଥ ଏବଂ ଉଜ୍ଜ୍ୱଳମୟ କରିଥାଏ । ଏହା କେଶର ମୂଳକୁ ଶକ୍ତିଶାଳୀ କରିଥାଏ । କେଶ ଝଡୁଥିଲେ ଅଣ୍ଡା ସହିତ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମାସ୍କ ପରି ବ୍ୟବହାର କଲେ କେଶ ଝଡା ମଧ୍ୟ କମ ହୋଇଥାଏ ।

୪. ଓଜନ ହ୍ରାସରେ ସାହାଯ୍ୟ –

କାକୁଡିର ମଞ୍ଜି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତି ଖାଲି ପେଟରେ କାକୁଡି ରସ ପିଇବା ଦ୍ୱାରା ଖୁବ ଭଲ ଫଳ ପାଇପାରିବେ । ଏଥିରେ ୯୦ ପ୍ରତିଶତ ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ କରିଥାଏ ଏବଂ ଓଜନ ହ୍ରାସ କରିଥାଏ ।

୫. ହାଡ ଶକ୍ତ କରିଥାଏ –

କାକୁଡିରେ ଥିବା ସିଲିକନ ଏବଂ ପୋଟାସିୟମ ହାଡର ଗଣ୍ଠିକୁ ମଜବୁତ କରିଥାଏ । ଏହା ଦ୍ୱାରା ମଧ୍ୟ ଅର୍ଥୋଥୋପିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଥାଏ । ଏଥିରେ ଥିବା ସିଲିକା ହାଡରେ ଥିବା ସଂଯୋଗକାରୀ ଟିସୁର ଗଠନରେ ସାହାଯ୍ୟ କରିଥାଏ ।


Share It

Comments are closed.