Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ଫେବ୍ରୁଆରି ୧୦ ସୋମବାର ଖୋଲିବ
  • ବାଣିଜ୍ୟ

ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ଫେବ୍ରୁଆରି ୧୦ ସୋମବାର ଖୋଲିବ

February 7, 2025 (Last updated: February 7, 2025)
AJAX

Ajax Engineering Limited: Initial public offering to open on Monday, February 10, 2025

ଭୁବନେଶ୍ୱର: ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ଫେବ୍ରୁଆରି ୧୦, ସୋମବାର ଖୋଲିବ। ଆଙ୍କର ନିବେଶକମାନେ ଅଫରର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଫେବ୍ରୁଆରି ୭ ତାରିଖରେ ବିଡ ଦାଖଲ କରିପାରିବେ। ଅଫରର ବିଡ ୨୦୨୫ ଫେବ୍ରୁଆରି ୧୨, ବୁଧବାର ଦିନ ବନ୍ଦ ହେବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୫୯୯ ଟଙ୍କାରୁ ୬୨୯ ଟଙ୍କା ମଧ୍ୟରେ ନିର୍ଧାରଣ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୨୩ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୨୩ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ ।
ଏହି ଇନିସିଆଲ ପବ୍ଲିକ୍ ଅଫରିଂର ଅଫର ଫର ସେଲର ୨୦,୧୮୦,୪୪୬ ଇକ୍ୱିଟି ସେୟାର ବିକ୍ରି କରାଯିବ। କ୍ରିଷ୍ଣସ୍ୱାମୀ ବିଜୟ ୧,୭୧୬,୧୦୨ ଇକ୍ୱିଟି ସେୟାର, କଲ୍ୟାଣୀ ବିଜୟ ୧,୭୧୬,୧୦୨ ଇକ୍ୱିଟି ସେୟାର, ଜ୍ୟାକବ ଜିତେନ ଜନ ୨,୨୮୮,୧୩୬ ଇକ୍ୱିଟି ସେୟାର, ଜ୍ୟାକବ ହାନସେନ ଫାମିଲି ଟ୍ରଷ୍ଟ ୫,୫୯୨,୨୨୧ ଇକ୍ୱିଟି ସେୟାର, ସୁସି ଜନ ୧,୪୩୦,୦୮୫ ଇକ୍ୱିଟି ସେୟର ଓ କେଦାର କ୍ୟାପିଟାଲ ଫଣ୍ଡ ୨ ଏଲଏଲପି ୭,୪୩୬,୮୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସୁକ୍ୟୁରିଟିଜ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ, ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ। କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।

About the Author

View All Posts

Post navigation

Previous: ମାତ୍ରାଧିକ ଏସି ବ୍ୟବହାର ଆଣେ ହୃଦଘାତ ସମସ୍ୟା
Next: ଆଟଲାଂଟା ଇଲେକ୍ଟ୍ରିକାଲ୍‌ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay