ବିଶ୍ୱକପ ଦୈଡରୁ ବାଦ ପଡିଲେ ଏହି ଦୁଇ ଦଳ


ଗତ କାଲି ବିଶ୍ୱକପରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ଣ୍ଣାମେଣ୍ଟର ୩୦ତମ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଠାରୁ ୪୯ ରନରେ ପରାଜୟ ବରଣ କରିଥିଲା । ଦକ୍ଷିଣ ଆଫ୍ରିକାର ଏହି ପରାଜୟ ସହ ଦଳ ବିଶ୍ୱକପରୁ ବାଦ ପଡିଥିବାବେଳେ ଏହା ସହ ଆଫଗାନିସ୍ଥାନ ମଧ୍ୟ ବିଶ୍ୱକପ ଖେଳିବାରୁ ବଞ୍ôଚତ ହୋଇଛି । ଉଭୟ ଦଳ ନକଆଉଟ ରାଉଣ୍ଡ ଖେଳିବାରୁ ବାଦ ପଡିଥିବାବେଳେ ଅନ୍ୟପଟେ ଆଫଗାନିସ୍ଥାନ ୬ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ମଧ୍ୟ ବିଜୟ ହାସଲ କରି ପାରି ନାହିଁ ।
ସେହିଭଳି ଦକ୍ଷିଣ ଆଫ୍ରିକା ଭଳି ମଜବୁତ ଟିମ ମଧ୍ୟ ବିଶ୍ୱକପରେ ନକଆଉଟ ଦୈଡରୁ ବାଦ ପଡିଥିବାବେଳେ ପୁଣିଥରେ ଦଳର ବିଶ୍ୱକପ ବିଜୟ ଆଶା ଧୂଳିସାତ ହୋଇଯାଇଛି ।
ବର୍ତ୍ତମାନ ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ ଖେଳି ୧୧ ପଏଣ୍ଟ ହାସଲ କରିଥିବାବେଳେ ଏହି କ୍ରମରେ ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୧୦ ପଏଣ୍ଟ, ଭାରତ ୫ଟି ମ୍ୟାଚ ଖେଳି ୯ ପଏଣ୍ଟ, ଇଂଲଣ୍ଡ ୬ଟି ମ୍ୟାଚ ଖେଳି ୮ ପଏଣ୍ଟ ହାସଲ କରି ତାଲିକା ସୂଚୀରେ ଏହି ସମସ୍ତ ଦଳ ଶୀର୍ଷ ସ୍ଥାନରେ ରହିଛନ୍ତି ।


Share It

Comments are closed.