ନାଗରିକତା ସଂଶୋଧନ ବିଲକୁ ନେଇ ଶିବସେନାର ୟୁ-ଟର୍ଣ୍ଣ


ନାଗରିକତା ସଂଶୋଧନ ବିଲ ୨୦୧୯କୁ ନେଇ ଶିବସେନା ନିଜ ଦିଗ ବଦଳାଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ନାଗରିକତା ସଂଶୋଧନ ବିଲ ଉପରେ ମୋଦି ସରକାରଙ୍କୁ କାଠ ଗଡାରେ ଆଣି ଠିଆ କରିଥିବାର ଦେଖିବାକୁ ମିଳିଛି । ସେ ଏହା ଉପରେ ଟିପ୍ପଣୀ ଦେଇ କହିଛନ୍ତି, ଯେଉଁ ସବୁ କିଛି ସ୍ପଷ୍ଟ ହୋଇ ନାହିଁ ସେ ଏହି ବିଲକୁ ସମର୍ଥନ କରିବେ ନାହିଁ । ପୂର୍ବରୁ ଲୋକସଭାରେ ଶିବସେନା ଏହି ବିଲକୁ ସମର୍ଥନ ଜଣାଇଥିବାବେଳେ ବୁଧବାର ଦିନ ଏହା ରାଜ୍ୟସଭାରେ ପାସ ହୋଇପାରେ ।
ଉଦ୍ଧବ କହିଛନ୍ତି, “ଯଦି କୌଣସି ନାଗରିକ ଏହା ଆଇନକୁ ଡରୁଛନ୍ତି ତେବେ ତାଙ୍କ ଆଶଙ୍କାକୁ ଦୂର କରିବା ଉଚିତ । ସେ ଆମର ନାଗରିକ ଅଟନ୍ତି । ସେଥିପାଇଁ ପ୍ରଥମେ ତାଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ । ରାଜ୍ୟସଭାରେ ଏହି ବିଲ ପାସ ହେବା ପୂର୍ବରୁ ମୁଁ ବିଲରେ କେତେକ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି । ”
ସେ ଆହୁରୀ ମଧ୍ୟ କହିଛନ୍ତି, “ବିଜେପି ସମେତ ଯେଉଁମାନେ ଏହି ବିଲକୁ ସମର୍ଥନ ଜଣାଉଛନ୍ତି ସେମାନେ ଦେଶଭକ୍ତ ବୋଲି ଏହି ଧାରଣା ବଦଳିବା ନିହାତି ଆବଶ୍ୟକ । ଏହି ବିଲକୁ ନେଇ ଲୋକସଭାରେ ଶିବସେନାର ପ୍ରଶ୍ନର ଉତ୍ତର ଯେଉଁ ପର୍ଯ୍ୟନ୍ତ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ରାଜ୍ୟସଭା ଆମେ ଏହି ବିଲକୁ ସମର୍ଥନ ଜଣାଇବୁ ନାହିଁ । ”


Share It

Comments are closed.