ଆଡିଡାସ ରନିଂ ପକ୍ଷରୁ ବ୍ରାଣ୍ଡ୍-ନିୟୁ ପିଓରବୁଷ୍ଟ ଗୋ


ଆଡିଡାସ୍ ପକ୍ଷରୁ ଜୁଲାଇରେ ସୀମିତ ବ୍ଲାକ୍ ଓ ହ୍ୱାଇଟ୍ କଲର୍ୱେକୁ ଶୁଭାରମ୍ଭ କରିବା ପରେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ପିଓରବୁଷ୍ଟ ଗୋର ଶୁଭାରମ୍ଭ କରାଯାଇଛି । ସ୍ୱତନ୍ତ୍ର ଭାବେ ରାସ୍ତାରେ ଦୌଡ଼ାଳିମାନଙ୍କ ପାଇଁ ଏବଂ ଦିଗ ପରିବର୍ତ୍ତନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଜୋତା ବହୁଳ ମାତ୍ରାରେ ଉପଯୋଗୀ । ଏହା ଚିତାକର୍ଷକ ଦୌଡ଼ିବା ଅନିଭୂତି ପ୍ରଦାନ କରିବା ସହିତ ସମସ୍ତେ ବ୍ୟବହାର କରିପାରିବା ଭଳି ହୋଇଛି ।
ପିଓରବୁଷ୍ଟ ଗୋରେ ଏକ ବ୍ରଣ୍ଡର ନୂତନ ଏକ୍ସପାଣ୍ଡେଡ୍ ଲ୍ୟାଣ୍ଡିଂ ଜୋନ୍ ଡିଜାଇନଯୁକ୍ତ ବୈଶିଷ୍ଟ୍ୟ ରହିଛି, ଯାହା ଏକାଧିକ ଦିଗ ଗତି ସମୟରେ ବର୍ଦ୍ଧିତ ଫୋରଫୁଟ୍ ସ୍ଥିରତା ପାଇଁ ଏକ ବିଶାଳ ଫୋରଫୁଟ୍ ପ୍ଲାଟଫର୍ମ । ଏକ ବାୟୁଚଳାଚଳ କରିପାରୁଥିବା ତନ୍ତୁ ଦ୍ୱାରା ତିଆରି କରାଯାଇଥିବା ବୃତ୍ତାକାର ନିଟ୍ ଅପର୍ ପ୍ରତିଟି ପାଦର ଗତିରେ ନମନୀୟତା ଓ ସ୍ୱାଧୀନତାକୁ ବୃଦ୍ଧି କରାଉଛି । ଆଡିଡାସ୍ର ଇଣ୍ଡଷ୍ଟ୍ରି ଡିଫାଇନିଂ ଜ୍ଞାନକୌଶଳଯୁକ୍ତ ଫୁଲ୍-ଲେନ୍ଥ୍ ବୁଷ୍ଟ ମିଡ଼ସୋଲ୍ ଦୌଡ଼ାଳିମାନଙ୍କୁ ଅସୀମ ଶକ୍ତି ପ୍ରଦାନ କରିଥାଏ ।
ପିଓର୍ବୁଷ୍ଟ ଗୋ ଭାରତରେ କଳା,ଧୂସର, ଧଳା ଓ ଫିକା ଧୂସର ରଙ୍ଗରେ ଉପଲବ୍ଧ ହେଉଛି । ଏହା ଆଡିଡାସ୍.କୋ.ଇନରେ ଅଗଷ୍ଟ ୨୨ରୁ ଓ ଅଗଷ୍ଟ ୨୯ରୁ ଷ୍ଟୋରମାନଙ୍କରେ ମାତ୍ର ୧୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଅଧିକ ତଥ୍ୟ ଜାଣିବା ପାଇଁ ଗ୍ରାହକମାନେ shop.adidas.co.inରେ ଲଗ୍ ଇନ୍ କରିପାରିବେ । ଏଥିସହ ଇନଷ୍ଟ୍ରାଗ୍ରାମ୍, ଫେସ୍ବୁକ୍ ଓ ଟ୍ୱିଟରରେ ବାର୍ତ୍ତାଳାପ କରିପାରିବେ ଏବଂ #ଆଡିଡାସରନିଂ ଏବଂ #ପିଓରବୁଷ୍ଟ ମଧ୍ୟ ବ୍ୟବହାର କରିପାରିବେ ।


Share It

Comments are closed.