କିପରି ଥିଲା ସନି ପାୱାରଙ୍କ ମୁମ୍ବାଇର ଏକ ବସ୍ତିରୁ ଆମେରିକାର ରେଡ କାର୍ପେଟ ପର୍ଯ୍ୟନ୍ତର ଯାତ୍ରା


କଠିନ ପରିଶ୍ରମ ଏବଂ ମନୁଷ୍ୟର ସୌଭାଗ୍ୟ ମଣିଷକୁ କେଉଁ ସ୍ତରରେ ପହଞ୍ଚାଇବ ତାହା କହିହେବ ନାହିଁ । ତେଣୁ କର୍ମ କରିଚାଲ ଏବଂ ଫଳର ଆଶା ରଖ ନାହିଁ ବୋଲି ମଧ୍ୟ ଗୀତାରେ ଉଲ୍ଲେଖ ରହିଛି । ତେଣୁ ନିଜର ମନୋବଳ ଏବଂ କର୍ମ ଉପରେ ସର୍ବଦା ବିଶ୍ୱାସ କରିବା ଉଚିତ । ମନୋବଳ ଉଚ୍ଚ ରଖି କର୍ମ କରି ଯେକୌଣସି ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବ । ସେହିପରି ସଫଳତା ଅର୍ଜନ କରିଛନ୍ତି ମୁମ୍ବାଇର ବସ୍ତିରେ ବାସ କରୁଥିବା ଏକ ବାଳକ ସନି ପାୱାର । ଏକ ସରକାରୀ ଅଫିସରେ ଝାଡୁଦାରଭାବେ କାମ କରୁଥିବା ବ୍ୟକ୍ତିଙ୍କ ପୁଅ ମୁମ୍ବାଇର ବସ୍ତିରୁ ଆମେରିକାର ରେଡ କାର୍ପେଟରେ ଚାଲିବାର ସୁଯୋଗ ପାଇଥିଲେ ।
ଷ୍ଟାଣ୍ଡାର୍ଡ ୩ରେ ପଢୁଥିବା ଏହି ଛାତ୍ର ସନି ନିଜର ସାନ ଭାଇ ଭଉଣୀ ଏବଂ ପିତାମାତାଙ୍କ ସହିତ ମୁମ୍ବାଇ ଏୟାରପୋର୍ଟ ପାଖରେ ଏକ ବସ୍ତିରେ ରହୁଥିଲେ । ବାପା ଦିଲ୍ଲୀପ ପାୱାର ଏକ ସରକାରୀ ଅଫିସରେ ଝାଡୁଦାର ଭାବେ କାମ କରନ୍ତି ଏବଂ ମା ଜଣେ ଗୃହିଣୀ । ପାଠପଢାରେ ଭଲ ଥିବା ସନିଙ୍କୁ କିନ୍ତୁ ଦାରିଦ୍ର୍ୟର ଲଟା ମାଡି ରହିଥାଏ । ଏହା ସତ୍ତେ୍ୱ ସନି ନଜିର କଠିନ ପରିଶ୍ରମ ଦ୍ୱାରା ହଲିଉଡର ଓସ୍କାର ମନୋନୀତ ଫିଲ୍ମ ଲାୟନର ଅଡିସନକୁ ପାର କରି ସେଥିରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଲାୟନ ଫିଲ୍ମଟି ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ସନିଙ୍କୁ ଆମେରିକାନ ରେଡ କାର୍ପେଟରେ ମଧ୍ୟ ଦେଖିବାକୁ ମିଳିଥିଲା ।
ସନିଙ୍କ ସମ୍ପୂର୍ଣ୍ଣ ପରିବାର ଖରାପ କେବଲ କନେକସନ ପାଇଁ ଫିଲ୍ମଟି ନଦେଖିଥିଲେ ମଧ୍ୟ ନିଶ୍ଚିନ୍ତଭାବେ ନିଜ ପୁଅର ଏହିପରି କାମ ପାଇଁ ଖୁବ ଗର୍ବିତ । କେବଳ ୮ ବର୍ଷ ବୟସରେ ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ମଧ୍ୟ ଖୁବ ଉତ୍ସାହିତ । ସମ୍ପୂର୍ଣ୍ଣ ଫିଲ୍ମଟି ଦେଖିପାରିନଥିବାରୁ ସମସ୍ତେ ଏକାସହିତ ମିଶି ଆୱାର୍ଡ ଫକ୍ସନ ଦେଖିବେ ବୋଲି ସନିଙ୍କ ମା କହିଥିଲେ । ଲାୟନର ସଦସ୍ୟମାନେ ମଧ୍ୟ ସନିଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଆମେରିକା ଯାତ୍ରାର ବ୍ୟବସ୍ଥା ମଧ୍ୟ କରିଥିଲେ ।


Share It

Comments are closed.