ଜାଣନ୍ତୁ ଦୁନିଆର ଏକମାତ୍ର ସହର ଯେଉଁଠାରେ ଆକାଶକୁ ଛୁଉଁଥିବା ଭଳି ମାଟିରେ ନିର୍ମିତ କୋଠା ରହଛିି


ପୁରୁଣା ଯୁଗରେ ଅଧିକତର ଲୋକମାନେ ମାଟିର ଘର ନିର୍ମାଣ କରୁଥିଲେ । ଏମିତିରେ ସେହି ଘର ଗୁଡ଼ିକ କେବଳ ଗୋଟିଏ ମହଲା ବିଶିଷ୍ଟ ରହୁଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏଭଳି ଏକ ସହର ରହିଛି ଯେଉଁଠାରେ ମାଟିରେ ନିର୍ମିତ ୫୦୦ରୁ ଉର୍ଦ୍ଧ୍ୱ ଆକାଶକୁ ଛୁଉଁଥିବା ଭଳି କୋଠା ରହିଛି । ଏହି କୋଠା ଗୁଡ଼ିକ ଦୁନିଆ ପାଇଁ କୌଣସି ଅଜୁବା ଠାରୁ କମ ନୁହେଁ । କାରଣ ନା ଏହା ଉପରେ ବର୍ଷାର କୌଣସି ପ୍ରଭାବ ପଡୁଛି ନା ଝଡ଼ ତୋଫାନର ।
ଏହି ଅଜୀବ ମାଟିର କୋଠା ଗୁଡ଼ିକ ପୂର୍ବ ମଧ୍ୟ ଦେଶ ୟେମେନ୍‌ର ଶିବମ ସହରରେ ଅବସ୍ଥିତ । ଏହି ସହର କେବଳ ଏଥିପାଇଁ ହିଁ ପୁରା ଦୁନିଆରେ ଲୋକପ୍ରିୟ । ଏଗୁଡ଼ିକ ମଧ୍ୟରୁ କେତେକ ୫ ମହଲା ବିଶିଷ୍ଟ ତ ଆଉ କେତେକ ୧୧ ମହଲା ବିଶିଷ୍ଟ । ଆଉ ଏଥିରେ ଲୋକ ମଧ୍ୟ ବାସ କରନ୍ତି । ଏହି ସହରର ଜନସଂଖ୍ୟା ୭୦୦୦ ପାଖାପାଖି ହୋଇଥିବାବେଳେ ଏମାନଙ୍କର ମୁଖ୍ୟ ଜୀବିକା ପଶୁପାଳନ ହୋଇଥାଏ ।
ମାଟିରେ ନିର୍ମିତ ଉଚ୍ଚା ଉଚ୍ଚା କୋଠାର ଏହି ସହରକୁ ‘ମରୁଭୂମିର ଶିକାଗୋ’ ବା ‘ମରୁଭୂମିର ମୈନହଟନ’ କୁହାଯାଇଥାଏ । ୧୯୮୨ ମସିହାରେ ୟୁନସ୍କୋ ଏହି ସହରକୁ ବିଶ୍ୱ ଐତିହ୍ୟ ସ୍ଥଳ ରୂପେ ଘୋଷଣା କରିଥିଲେ । ୨୦୧୫ରେ ୟେମେନ୍‌ରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା, ଯାହାଦ୍ୱାରା ଏଠାର କୋଠାଗୁଡ଼ିକୁ ବହୁତ କ୍ଷତି ପହଂଚିଥିଲା । ସେହି ବର୍ଷ ୟୁନିସ୍କୋ ଏହାକୁ ‘ବିପଦରେ ସାଂସ୍କୃତିକ ଐତିହ୍ୟ ସ୍ଥଳ’ ବୋଲି ଘୋଷଣା କରିଥିଲେ ।
ଶୁଣିବାକୁ ମିଳେ ଯେ ୧୫୩୦ରେ ଏଠାରେ ଏକ ଭୟଙ୍କର ବନ୍ୟା ଆସିଥିଲା, ଯେଉଁଥିରେ ପୁରା ସହର ବିଧ୍ୱଂସ ହୋଇଯାଇଥିଲା । ଏହା ପରଠାରୁ ହିଁ ଏଠାରେ ମାଟିର କୋଠା ନିର୍ମାଣ କରାଗଲା । ଏହାକୁ ନିର୍ମାଣ କରିବାରେ ଇଟା ନିର୍ମାଣରେ ବ୍ୟବହୃତ ମାଟିର ବ୍ୟବହାର କରାଯାଇଛି । ଇତିହାସକାରଙ୍କ ମତରେ ଏହି କୋଠାଗୁଡ଼ିକୁ ଯେତେବେଳେ ମରୁଭୂମିର ଭୟଙ୍କର ଗରମ ମିଳିଲା ଏଗୁଡ଼ିକ ଇଟା ଭଳି ମଜବୁତ ହୋଇଗଲେ । ଏମିତିରେ କେତେକ ସ୍ଥାନରେ ମଜବୁତି ପାଇଁ କାଠର ବ୍ୟବହାର କରାଯାଇଛି ।
ଏହାର ହାରାହାରି ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିଥାଏ, କିନ୍ତୁ ଏହା ସତ୍ୱେ ଏହି କୋଠା ଗୁଡ଼ିକର ଭିତର କୋଠରୀ ଗୁଡ଼ିକ ଏସି ଭଳି ଥଣ୍ଡା ହୋଇଥାଏ । ଅର୍ଥାତ ମାଟି ଗରମକୁ ଶୋଷଣ କରିନିଏ । ତେଣୁ ଏଠାରେ ରହୁଥିବା ଲୋକଙ୍କୁ ଅଧିକ ଗରମର ସମ୍ମୁଖୀନ ହେବକୁ ପଡ଼ିନଥାଏ ।


Share It

Comments are closed.