ଲୋକପ୍ରିୟ ଗାୟକ ‘ଗୁରୁ ରାନ୍ଧୁୱା’ଙ୍କ ଉପରେ ହେଲା ମରଣାତ୍ମକ ଆକ୍ରମଣ
ବଲିଉଡର ଲୋକପ୍ରିୟ ଗାୟକ ‘ଗୁରୁ ରାନ୍ଧୁୱା’, ଗତ କାଲି ରାତିରେ କୁଇନ ଏଲିଯାବେଥ ଥିଏଟର ଠାରେ ଲାଇଭ ପ୍ରୋଫମାନ୍ସ ଦେବା ପରେ କେତେକ ଦୁବୃର୍ତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ । ରାନ୍ଧୁୱା ନିଜେ ଏହି ଘଟଣା ସଂପର୍କରେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ରାନ୍ଧୁୱା ବର୍ତ୍ତମାନ ସୁସ୍ଥ ଥିବାବେଳେ ତାଙ୍କ ଆଖିରେ ଗଭୀର ଭାବରେ ଆଘାତ ଲାଗିଛି । ମିଳିଥିବା ସୂଚନା ମୁତାବକ ତାଙ୍କ ଆଇବ୍ରୋରେ ୪ଟି ଷ୍ଟିଚ ପଡିଛି ।
ରାନ୍ଧୁୱା ବର୍ତ୍ତମାନ ଭାରତ ପ୍ରତ୍ୟାବର୍ତ୍ତନ କରିସାରିଥିବାବେଳେ ଏହି ଘଟଣା ପରେ ସେ କାନାଡାରେ ଆଉ କେବେବି ପ୍ରଫୋମାନ୍ସ କରିବେ ନାହିଁ ବୋଲି ସିଧାସିଧା ମନାକରିଦେଇଛନ୍ତି ।
ଏହି ଘଟଣା ସଂପର୍କରେ ରାନ୍ଧୁୱାଙ୍କ ଅଫିସିଆଲ ଟିମ ସୂଚନା ଦେଇ କହିଛନ୍ତି ଯେ, ଗୁରୁ ଆଉ କେବେବି କାନାଡାରେ ପ୍ରଫୋମାନ୍ସ କରିବେ ନାହିଁ । ଗୁରୁ ବର୍ତ୍ତମାନ ଭାରତ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ଏବଂ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ଏହି ଘଟଣାକୁ ନେଇ ରାନ୍ଧୁୱା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଗୁରୁନାନକ ଦେବ ମୋତେ ବଞ୍ଚାଇ ଦେଲେ । ମୁଁ ୱାହିଗୁରୁଙ୍କୁ ପ୍ରାର୍ଥନା କରୁଛି ଯେ, ସେ ଉକ୍ତ ବ୍ୟକ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ । ମୋତେ ଆପଣଙ୍କ ଭଲ ପାଇବା ଏବଂ ସମର୍ଥ ନ ଆବଶ୍ୟକ । ”
Comments are closed.