ଭାରତୀୟ ଦଳର ମୁଖ୍ୟ କୋଚ ପଦବୀ ପାଇଁ ଆବେଦନ କଲେ ‘ଲାଲଚନ୍ଦ ରାଜପୁତ’


ପୂର୍ବତ୍ତନ ମ୍ୟାନେଜର ‘ଲାଲଚନ୍ଦ ରାଜପୁତ’ ଭାରତୀୟ ଦଳର ମୁଖ୍ୟ କୋଚ ପଦବୀ ପାଇଁ ଆବେଦନ କରିଛନ୍ତି । ରାଜପୁତ ଜିମ୍ବାୱେ ଦଳର ମୁଖ୍ୟ କୋଚ ଥିବାବେଳେ ଆଇସିସିରୁ ଜିମ୍ବାୱେ ବାଛନ୍ଦ ହେବା ପରେ ସେ ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ପଦବୀ ପାଇଁ ଆବେଦନ କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ସମୟରେ ଭାରତର ମ୍ୟାନେଜର ସେହି ସମୟରେ ରାଜପୁତ ଥିବାବେଳେ ନିର୍ଦ୍ଧାରିତ ସମୟ ସରିବା ପୂର୍ବରୁ ସେ ଏହି ପଦବୀ ପାଇଁ ଆବେଦନ କରିଛନ୍ତି ।
ପ୍ରକାଶ ଥାଉକି, ବିସିସିଆଇ ପକ୍ଷରୁ ଭାରତୀୟ ଦଳର ମୁଖ୍ୟ କୋଚ, ବ୍ୟାଟିଙ୍ଗ କୋଚ, ବୋଲିଙ୍କ କୋଚ ସହିତ ଅନ୍ୟାନ ପଦପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାର ଶେଷ ସମୟସୀମା ୩୦ ଦୁଲାଇ ଥିଲା ।
ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମେତ କୋଚିଙ୍ଗ ଷ୍ଟାଫର ଅନ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଅତିରିକ୍ତ ୪୫ ଦିନ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବାବେଳେ ଦଳର ପରବର୍ତ୍ତୀ କୋଚଙ୍କୁ ବିସିସିଆଇ ପକ୍ଷରୁ ଗଠିତ ହୋଇଥିବା ତିନି ଜଣିଆ କମିଟି ଚୟନ କରିବେ ବୋଲି ନିଷ୍ପତି ନିଆଯାଇଛି । ଏହି କମିଟି ମଧ୍ୟରେ ରହିଛନ୍ତି ଦଳର ପୂର୍ବତ୍ତନ ଅଧିନାୟକ କପିଲ ଦେବ, ପୂର୍ବତ୍ତନ ମୁଖ୍ୟ କୋଚ ଅନଶୁମାନ ଗାୟକୱାଡ ଏବଂ ଶାନ୍ତା ରଙ୍ଗାସ୍ୱାମୀ ।


Share It

Comments are closed.