ଇନ୍ଦିରାଙ୍କ ପଥରେ ନାତି ରାହୁଲ
କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଠାରୁ ଗୁଜୁରାଟର ଧରମପୁରରୁ ସେହି ‘ଲାଲ ଡୁଙ୍ଗୁରୀ’ ଗ୍ରାମରୁ ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଠାରେ ଦାଦି ଇନ୍ଦିରା ୧୯୮୦, ବାପା ରାଜିବ ଗାନ୍ଧୀ ୧୯୮୪ ମସିହା ଏବଂ ମା’ ସୋନିଆ ୨୦୦୪ ମସିହାର ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଥିଲେ ।
କଂଗ୍ରେସର କହିବା କଥା ‘ଲାଲ ଡୁଙ୍ଗୁରୀ’ ଗ୍ରାମରୁ ଆଗାମୀ ନିର୍ବାଚନୀ ପ୍ରଚାରର ବିଗୁଲର ଆରମ୍ଭ କରିବା ଦ୍ୱାରା କେନ୍ଦ୍ରରେ କଂଗ୍ରେସ ନିଶ୍ଚିତ ସରକାର ଗଠନ କରିବ । ଏହି ଗାଁ ଏବଂ ତାର ଆଖପାଖ ଗାଁ ଗୁଡିକ କଂଗ୍ରେସର ଗଡ ବୋଲି କୁହାଯାଉଥିବାବେଳେ ଏଠାକାର ଲୋକେ କେବଳ ହାତ ଚିହ୍ନ ଏବଂ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଚିହ୍ନନ୍ତି ।
ଏହି ଅଞ୍ଚଳରେ କଂଗ୍ରେସର ଏøତିହାସିକ ମହତ୍ତ୍ୱ ମଧ୍ୟ ଯୋଡି ହୋଇ ରହିଛି । ପ୍ରକାଶ ଥାଉକି କଂଗ୍ରେସ ୬ ଫେବୃଆରୀରୁ ହିଁ ‘ଜନ ଆକ୍ରୋଶ ର୍ୟାଲି’ର ଘୋଷଣା କରିଦେଇଛି । ଆଜିର ଏଇ ‘ଜନ ଆକ୍ରୋଶ ର୍ୟାଲି’ରେ ରାହୁଲ ଏହି ଅଞ୍ଚଳରେ ବୁଲେଟ ଟ୍ରେନ ପାଇଁ ହୋଇଥିବା ଜମି ଅଧିଗ୍ରହଣ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷି ପାରନ୍ତି ।
Comments are closed.