୭୦ ବର୍ଷ ବୟସରେ ବାପା ହେଲେ ହଲିଉଡ ଷ୍ଟାର ‘ରିଚାର୍ଡ ଗେରେ’


ହଲିଉଡ ଅଭିନେତା ‘ରିଚାର୍ଡ ଗେରେ’ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଚର୍ଚ୍ଚା କୌଣସି ହଲିଉଡ ଫିଲ୍ମକୁ ନେଇ ବରଂ ୭୦ ବର୍ଷରେ ରିଚାର୍ଡ ବାପା ହୋଇଥିବା ଘଟଣାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରିଚାର୍ଡ ୭୦ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ଏବଂ ଏହି ସମୟରେ ସେ ବାପା ହୋଇଛନ୍ତି ।
ଏହା ଆମେ କହୁ ନାହୁଁ ବରଂ ତାଙ୍କର ମୁଖପାତ୍ର ଏହି କଥାକୁ ନିଜେ ସ୍ୱିକାର କରିଛନ୍ତି । ପ୍ରକାଶ ଥାଉକି ରିଚାର୍ଡ ଗତବର୍ଷ ଏପ୍ରିଲରେ ବ୍ୟବସାୟୀ ‘ଆଲଜେଣ୍ଡ୍ରା ସିଲଭା’ଙ୍କୁ ବିବାହ କରିଥିଲେ । ରିଚାର୍ଡ ଏବଂ ଆଲଜେଣ୍ଡ୍ରାଙ୍କ ପ୍ରେମ କଥା ପ୍ରଥମ ଥର ପାଇଁ ୨୦୧୫ରେ ସମସ୍ତଙ୍କ ସାମନାକୁ ଆସିଥିଲା । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଙ୍କୁ ଡେଟ କରୁଥିବାବେଳେ ୨୦୧୮ ଏପ୍ରେିଲରେ ପରସ୍ପରଙ୍କୁ ବିବାହ କରିଥିଲେ ।
ସେପଟେ ଆଲଜେଣ୍ଡ୍ରା ଗତ ବର୍ଷ ସେପ୍ଟେମ୍ବରରେ ସେ ଗର୍ଭବତୀ ଥିବାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ । ଆଲଜେଣ୍ଡ୍ରା ତାଙ୍କର ତୃତୀୟ ପତ୍ନୀ ଥିବାବେଳେ ଏହା ପୂର୍ବରୁ ସେ ‘କ୍ୟାରି ଲୋଏଲ’ ଏବଂ ‘ସିଣ୍ଡି କ୍ରଫର୍ଡ’ଙ୍କୁ ମଧ୍ୟ ବିବାହ କରିସାରିଛନ୍ତି ।


Share It

Comments are closed.