ବିଜେପି ଶିବିର ଚଳଞ୍ଚଳ
[vc_row][vc_column][vc_column_text]ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ଏପ୍ରିଲ ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ପଶ୍ଚିମ ଓଡିଶାରେ ହେବାକୁ ଯାଉଥିବା ଯୁବ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ବିଜେପୁରରେ ଭାରତୀୟ ଜନତା ପାର୍ଟିର ଶୋଛନୀୟ ପରାଜୟ, ଏହାର ସମୀକ୍ଷା କରିବା ସହ ତୃଣ ମୂଳ ସ୍ତରରେ ଦଳର ସଂଗଠନକୁ କିପରି ମଜବୁଥ କରାଯାଇପାରିବ ଏହା ବେଶିରୁ ବେଶି କିପରି ଯୁବ ସମାଜକୁ ଆକୃଷ୍ଟ କରାଯାଇପାରିବ ସେ ନେଇ ଅମିତ ଶାହା ଚଳିତ ମାସରେ ଓଡିଶା ଗସ୍ତରେ ଆସୁଛନ୍ତି ।[/vc_column_text][/vc_column][/vc_row][vc_row][vc_column][vc_single_image image=”648″ img_size=”full”][/vc_column][/vc_row][vc_row][vc_column][vc_column_text]ଏହା ଶାହାଙ୍କର ଓଡିଶା ପ୍ରଥମ ଗସ୍ତ ନୁହେଁ, ପୂର୍ବରୁ ଓଡିଶା ଗସ୍ତରେ ସେ ଦୁଇ ଥର ଆସି ସଂଙ୍ଗଠନ କୁ ମଜବୁତ କରିବା ପାଇଁ ମନ୍ତ୍ରଣା ଦେଲେ ମଧ୍ୟ ଓଡିଶାର ଏହାର ପ୍ରଭାବ ଶୂନ ରହିବା ଦଳ ଏଠାରେ ବେଶ ଆଶାତିତ ସଫଳାତା ହାସଲ କରିପାରିନାହିଁ । ପଶ୍ଚିମ ଓଡିଶାରେ ବିଜେପି ସଂଗଠନ ସୁଦୃଢ ରହିଛି । ବିଜେପିର ଏକମାତ୍ର ଓଡିଆ ସାଂସଦ ଜୁଏଲ ଓରାମ ଏବଂ ବିଜେପିର ଅନ୍ୟ ୮ ବିଧାୟକ ମଧ୍ୟ ପଶ୍ଚିମ ଓଡିଶାର । ବିଜେପୁରରେ ନିରାଶଜନକ ପ୍ରଦର୍ଶନ ପରେ ଶାହାଙ୍କ ଗ୍ରସ୍ତ ବିଜେପି ସଂଗଠନରେ ନୂତନ ଉତ୍ସାହ ସୃଷ୍ଟି କରିବ ।
ଓଡିଶାରେ ଶାହାଙ୍କ ଗ୍ରସ୍ତ ଓଡିଶାରେ ବିଜେପି ସଂଗଠନ ସୁଦୃଢ କରିବା ସହିତ ବିଜେପି ନେତାଙ୍କୁ ୨୦୧୯ ନିର୍ବାଚନ ପାଇଁ ସାହାସ ପ୍ରଦାନ କରିବ । ବିଜେପି ସଭାପତି ବସନ୍ତ ପଣ୍ଡା ଏହା ନିଶ୍ଚିନ୍ତ କରିଛନ୍ତି ଯେ ଶ୍ରୀ ଶାହା ବିଜେପି ସାଧାରଣ ସଭାରେ ମଧ୍ୟ ଯୋଗଦେବାର ଯୋଜନା ରହିଛି ।[/vc_column_text][/vc_column][/vc_row]
Comments are closed.