Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ଭୁବନେଶ୍ୱର ସମବାୟ ଭବନରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ପାଳିତ
  • ଖବର

ଭୁବନେଶ୍ୱର ସମବାୟ ଭବନରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ପାଳିତ

Saswati Patra June 29, 2026 (Last updated: June 29, 2026) 1 minute read
inister-pradip-balsamant-hoisting-cooperative-flag-bhubaneswar

ଭୁବନେଶ୍ୱର, ୨୯/୦୬/୨୦୨୬: ସମବାୟ ବିଭାଗ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମବାୟ ମନ୍ତ୍ରଣାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ ଜୁନ୍ ୨୯ରିଖ ଠାରୁ ଜୁଲାଇ ୦୬ରିଖ ପର୍ଯ୍ୟନ୍ତ ଏକ ବୃହତ ସପ୍ତାହବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି। ଏହି ଜାତୀୟ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକର ବିକାଶ, କୃଷକଙ୍କୁ ସମ୍ମାନ, ବୃକ୍ଷରୋପଣ ମାଧ୍ୟମରେ ସବୁଜ ସମବାୟ ସୃଷ୍ଟି ଏବଂ ସମବାୟ କ୍ଷେତ୍ରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ, ଯୁବକ ଓ ମହିଳାମାନଙ୍କୁ ସଂଯୋଗ କରିବା। ଏହା ସହିତ ନୂତନ ପିଢ଼ି ପାଇଁ ନୂଆ ସମବାୟ ଗଠନ କରିବା ଏବଂ ଏଥିରେ କୃତ୍ରିମ ବୁଦ୍ଧିମତା (AI) ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବା ଭଳି ଅନେକ ଗୁଡ଼ିଏ ପ୍ରମୂଖ କାର୍ଯ୍ୟକ୍ରମ ଏହି ଅଭିଯାନର ପରିସରଭୁକ୍ତ ରହିଛି।

ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓଡ଼ିଶା ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତ। ସର୍ବପ୍ରଥମେ ମାନ୍ୟବର ମନ୍ତ୍ରୀ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ (ଆଇ.ଏ.ଏସ୍‌) ଏବଂ କୃଷି ବିପଣନ ନିର୍ଦ୍ଦେଶକ ତଥା ଓସ୍‌ମା ବୋର୍ଡର ମେମ୍ବର ସେକ୍ରେଟାରୀ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତି (ଆଇ.ଏ.ଏସ୍‌) ଯୋଗଦାନ କରିଥିଲେ। ଏହି ସଭାରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।

samabaya-samachar-book-release-cooperative-bhavan-odisha

ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଦୂରଦୃଷ୍ଟିସମ୍ପନ୍ନ “ସମବାୟରୁ ସମୃଦ୍ଧି” ଅଭିଯାନକୁ ଓଡ଼ିଶାରେ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ବର୍ତ୍ତମାନ ଓଡ଼ିଶାର ପ୍ରତିଟି ପଞ୍ଚାୟତରେ ଗୋଟିଏ ଗୋଟିଏ କୃଷିଋଣ ସମବାୟ ସମିତି, ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ଗଠନ ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍‌ସ (PACS) ଗୁଡ଼ିକୁ ଏମ୍‌-ପ୍ୟାକ୍ସ (M-PACS) ରେ ପରିଣତ କରାଯାଇ ବହୁମୁଖୀ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟମାନ ହାତକୁ ନିଆଯାଉଛି। ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ, ଜାତୀୟ ସମବାୟ ନୀତି-୨୦୨୫ ସହିତ ସମନ୍ୱୟ ରଖି ବହୁ ପ୍ରତୀକ୍ଷିତ “ଓଡ଼ିଶା ସମବାୟ ନୀତି-୨୦୨୬” ପ୍ରସ୍ତୁତ ହୋଇସାରିଛି।

ସଭାରେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ ସମବାୟ ଅନୁଷ୍ଠାନ ଗୁଡିକୁ କିପରି ଆର୍ଥିକ ଦୃଷ୍ଟିରୁ ଲାଭାନ୍ୱିତ ଓ ସ୍ୱାବଲମ୍ବୀ ସଂସ୍ଥାରେ ପରିଣତ କରାଯାଇପାରିବ, ସେ ବିଷୟରେ ରୋଡ଼ମ୍ୟାପ୍ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଦୃଢ଼ ଭିତ୍ତିଭୂମିର ବିକାଶ ଏକାନ୍ତ ଆବଶ୍ୟକ ଏବଂ ବିଗତ ଦୁଇ ବର୍ଷ ଧରି ସମବାୟ ବିଭାଗ ଏହି ଦିଗକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି। ସଭାପତିତ୍ୱ କରୁଥିବା ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ୱ ୟୁନିୟନକୁ ପ୍ରଦାନ କରାଯାଇଥିବାରୁ ସମବାୟ ମନ୍ତ୍ରୀ, ସଚିବ ଓ ନିବନ୍ଧକଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ।

ଏହି ଶୁଭ ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଦ୍ୱାରା ପ୍ରକାଶିତ ‘ସମବାୟ ସମାଚାର’ର ସ୍ୱତନ୍ତ୍ର ସଂଖ୍ୟା ଏବଂ ‘ସମବାୟ ସର୍କୁଲାର’ ପୁସ୍ତକକୁ ମାନ୍ୟବର ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ବିରାଟ ସମାରୋହକୁ ସଫଳ କରିବାରେ ୟୁନିୟନର ପରିଚାଳନା ପରିଷଦ ସଦସ୍ୟ ଶ୍ରୀ ରଂଜନ କୁମାର ଦାସ, ଓ.ଏସ୍‌.ଡି ଶ୍ରୀ ବ୍ରହ୍ମାନନ୍ଦ ପରିଡା ଏବଂ ସମ୍ପାଦକ ଶ୍ରୀମତୀ ସୁନିତା ପତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଉତ୍ସବରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ, ଅତିରିକ୍ତ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ସଚିବ ତଥା ବିତ୍ତ ପରାମର୍ଶଦାତା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀ ଭକ୍ତବନ୍ଧୁ ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି, ଅତିରିକ୍ତ ମହାସମୀକ୍ଷକ ଶ୍ରୀମତୀ ସୁନିତା ଶତପଥିଙ୍କ ସମେତ ରାଜ୍ୟର ଅନେକ ପ୍ରମୁଖ ସମବାୟ ଅଧିକାରୀ, ବିଭିନ୍ନ ସମବାୟ ସଂସ୍ଥାର କର୍ମଚାରୀ ଓ ସମବାୟବିତମାନେ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସମ୍ପାଦକ ଶ୍ରୀମତୀ ସୁନୀତା ପତି ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

About the Author

Saswati Patra

Author

View All Posts

Post navigation

Previous: ଘଣ୍ଟା ପ୍ରତି ୫୦ କିମି ବେଗରେ ବହିପାରେ ପବନ, ଅନେକ ଜିଲ୍ଲାକୁ ସତର୍କ ସୂଚନା
Next: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ! ଜଳବାୟୁ ସୁରକ୍ଷା ପାଇଁ ପାଇଲେ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ପୁରସ୍କାର

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
Capture
  • ଖବର

୭୨ ବର୍ଷ ବୟସରେ ବି ଜାରି ରହିଛି ପ୍ରଭୁ ସେବା: ମହାପ୍ରଭୁଙ୍କ ଆଗରେ ନୃତ୍ୟ କରି ଭକ୍ତିର ଅନନ୍ୟ ଉଦାହରଣ ସାଜିଲେ ବୈଜ୍ଞାନିକ ରାଧାରାଣୀ

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay