ଭୁବନେଶ୍ୱର: ଗାଡ଼ି ମାଲିକାନାରେ ବୃଦ୍ଧି ସହ ଭାରତର ଗାଡ଼ି କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳୁଛି। ବାହନ ପଞ୍ଜୀକରଣ ତଥ୍ୟ ଅନୁସାରେ ଗତବର୍ଷ ତୁନଳାରେ ଚଳିତ ବର୍ଷ ଜୁନରେ ଗାଡ଼ି ପଞ୍ଜୀକରଣରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ହୋଇଛି।
ଗାଡ଼ିଗୁଡ଼ିକ ଅତ୍ୟାଧୁନିକ ହେଉଥିବା ବେଳେ ଗ୍ରାହକଙ୍କ ଆଶା ମଧ୍ୟ ବଢ଼ିଛି। ଗାଡ଼ି ମାଲିକମାନେ ମୋଟର ଯାନ ବୀମାରୁ ବ୍ୟାପକ ସୁରକ୍ଷା, ନମନୀୟତା ଓ ସୁବିଧାଜନକ ଭଳି ସାମଗ୍ରିକ ସମାଧାନ ପାଇବାକୁ ଚାହୁଛନ୍ତି। ଏକ ସାଧାରଣ ମୋଟର ଯାନ ପଲିସି ପ୍ରମୁଖ ବିପଦରୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଉପଯୁକ୍ତ ଆଡ-ଅନ ଗ୍ରାହକମାନଙ୍କୁ ସେମାନଙ୍କ ସୁରକ୍ଷା ପରିମାଣ ବଢ଼ାଇବା ଏବଂ ଦୁର୍ଘଟଣା, କ୍ଷୟକ୍ଷତି ଓ ଅଭାବନୀୟ ଗାଡ଼ି ଜନିତ ସ୍ଥିତିର ମୁକାବିଲା କରିବାରେ ସହାୟକ ହୋଇପାରିବ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ବିଭିନ୍ନ ପ୍ରକାର ମୋଟର ଯାନ ଆଡ-ଅନ ପ୍ରଦାନ କରାଯାଉଛି ଯାହାକୁ ଗାଡ଼ି ମାଲିକମାନେ ବିଚାରକୁ ନେଇ ମାନସିକ ଶାନ୍ତି ପାଇପାରିବେ। ଇଂଜିନ ଗାର୍ଡ ହେଉଛି ପାଣି ଜନିତ ଇଂଜିନ ଖରାପ ହେବାରୁ ସୁରକ୍ଷା ଦେବାର ଆଡ-ଅନ। ଇଂଜିନ କିମ୍ବା ଗିୟରବକ୍ସରେ ପାଣି ଭର୍ତି ହୋଇ ଗାଡ଼ି ଖରାପ ହେଲେ ଏହି ଆଡ-ଅନ ଜରିଆରେ ସେହି ଖର୍ଚ୍ଚ ମୁକାବିଲା କରାଯାଇପାରିବ। ସେହିପରି, ବ୍ୟାଟେରି ଗାର୍ଡ ହେଉଛି ଇଲେକ୍ଟ୍ରିକ ଯାନ (ଇଭି) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡ-ଅନ। ଏଥିରେ ବ୍ୟାଟେରିର ବିଭିନ୍ନ ଉପାଦାନ, ବ୍ୟାଟେରି ପରିଚାଳନା ବ୍ୟବସ୍ଥା (ବିଏମଏସ), ଇଲେକ୍ଟ୍ରିକ ଯାନ ଚାଳନା ବ୍ୟବସ୍ତାରେ ପାଣି କିମ୍ବା ସର୍ଟ ସର୍କିଟ ଜନିତ ସମସ୍ୟା ହେଲେ ତାହାର ଖର୍ଚ୍ଚ ଏହା ବହନ କରିବ।
ଅନ୍ୟତମ ଆଡ-ଅନ ହେଉଛି ଜିରୋ ଡେପ୍ରିସିଏନସ ସୁରକ୍ଷା। ଗାଡ଼ି ଦୁର୍ଘଟଣାଗସ୍ତ ହେଲେ ତାହାର ଯନ୍ତ୍ରାଂଶ ବଦଳାଇବାକୁ ପଡ଼େ। ସେହି ଅନୁସାରେ ଗାଡ଼ିର ମୂଲ୍ୟାୟନ ହ୍ରାସ କାଏ। ଏହି ଆଡ-ଅନ ଗ୍ରାହକମାନଙ୍କୁ ଡେପ୍ରିସିଏସନ ଜନିତ କାଟର ମୁକାବିଲା କରିବାରେ ସହାୟକ ହେବ ଏବଂ ପକେଟରେ ହେଉଥିବା ଖର୍ଚ୍ଚର ସଂଚୟ କରିବ। ଆଉ ଏକ ଆଡ-ଅନ ହେଉଛି କଂଜ୍ୟୁମେବଲ ସୁରକ୍ଷା ଯାହା ଗାଡ଼ିର ସମ୍ପୂର୍ଣ୍ଣ ମରାମତି ପାଇଁ ଇଂଜିନ ଅଏଲ, ବ୍ରେକ ଅଏଲ, ଲୁବ୍ରିକ୍ୟାଂଟ, ନଟ, ବୋଲଟ, ୱାସର ଓ ଅନ୍ୟାନ୍ୟ ଉପାଦାନ ଖର୍ଚ୍ଚ ବହନ କରିବାରେ ସହାୟକ ହେବ। ରୋଡ-ସାଇଡ ଆସିଷ୍ଟାଂଟ ଆଡ-ଅନ ନେଇ ଗ୍ରାହକମାନେ ଯାତ୍ରା ସମୟରେ ଘଟୁଥିବା ଅଭାବନୀୟ ଘଟଣା ସମସ୍ୟାରୁ ସୁରକ୍ଷା ପାଇପାରିବେ।
ଏ ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଚିଫ ଅପରେଟିଂ ଅଫିସର ଉଦୟନ ଯୋଶୀ କହିଛନ୍ତି ଯେ, ‘ଭାରେତର ସଡ଼କ ଭିତିଭୂମି ଦୃଶ୍ୟପଟ୍ଟ ବଦଳୁଥିବା ବେଳେ ଗାଡ଼ି ମାଲିକମାନେ ଏଭଳି ସମାଧାନ ଖୋଜୁଛନ୍ତି ଯାହା ସେମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବ ଏବଂ ସଡ଼କ ଶ୍ରେଷ୍ଠ ବିଶ୍ୱାସ ସୃଷ୍ଟି କରିବ। ସବୁ ଗ୍ରାହକଙ୍କ ଆବଶ୍ୟକତା ଭିନ୍ନ ହୋଇଥିବା ବେଳେ ମୋଟର ବୀମା ସୁରକ୍ଷା ଓ ଆଡ-ଅନଗୁଡ଼ିକର ସଠିକ ମିଶ୍ରଣ ଏକ ଅଧିକ ସୁରକ୍ଷିତ ମାଲିକାନା ଅନୁଭୂତି ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏସବିଆଇ ଜେନେରାଲ ଇନସ୍ୟୁରାନ୍ସରେ ଆମେ ସେହି ପରିବର୍ତନର ଆବଶ୍ୟକତାକୁ ବୁଝିଛୁ ଏବଂ ସୁହାଇବା ଭଳି ମୋଟର ଯାନ ସମାଧାନ ପ୍ରଦାନ କରୁଛୁ ଯାହା ଗ୍ରାହକମାନଙ୍କୁ ସେମାନଙ୍କ ସୁରକ୍ଷାକ ସୁଦୃଢ଼ କରିବା ଏବଂ ଅଭାବନୀୟ ସମୟରେ ସଠିକ ସହାୟତା ହାସଲ କରିବାରେ ସହାୟକ ହେବ।’’
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମୋଟର ବୀମା ସମାଧାନ ଦୁର୍ଘଟଣା, ଗାଡ଼ି ଚୋରି ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ଅଭାବନୀୟ ଘଟଣା ପାଇଁ ଆର୍ôଥକ ସୁରକ୍ଷା ପ୍ରଦାନ କରୁଛି। ଏହାର ୮୪୦୦ରୁ ଅଧିକ ଗ୍ୟାରେଜ ନେଟୱର୍କ ରହିଛି ଯେଉଁଠାରେ ଗ୍ରାହକମାନେ ଜରୁରୀକାଳୀନ ସମୟରେ ମରାମତି ସୁବିଧା ପାଇପାରିବେ। କମ୍ପାନିର ପ୍ରାୟ ୨୦ ଆଡ-ଅନ ରହିଛି ଯାହା ବିଭିନ୍ନ ପ୍ରକାର ବିପଦରୁ ସୁରକ୍ଷା ପ୍ରଦାନ କରିବ।
