Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ବେଦାନ୍ତ ପକ୍ଷରୁ ଦଶନ୍ଧି ମଧ୍ୟରେ ସରକାରୀ ରାଜକୋଷକୁ ୫ ଲକ୍ଷ କୋଟି ଟଙ୍କାର ଅବଦାନ ପ୍ରଦାନ
  • ବାଣିଜ୍ୟ

ବେଦାନ୍ତ ପକ୍ଷରୁ ଦଶନ୍ଧି ମଧ୍ୟରେ ସରକାରୀ ରାଜକୋଷକୁ ୫ ଲକ୍ଷ କୋଟି ଟଙ୍କାର ଅବଦାନ ପ୍ରଦାନ

Akankhya Mohapatra June 29, 2026 (Last updated: June 29, 2026) 1 minute read
Vedanta-_-og-image (1)

ଭୁବନେଶ୍ୱର: ଭାରତର ଅଗ୍ରଣୀ ବିବିଧ ପ୍ରାକୃତିକ ସଂପଦ କମ୍ପାନି ବେଦାନ୍ତ ଲିମିଟେଡ ପକ୍ଷରୁ ୨୦୨୫-୨୬ ଆର୍ôଥକ ବର୍ଷରେ ସରକାରୀ ରାଜକୋଷକୁ ୬୨,୭୨୨ କୋଟି ଟଙ୍କାର ଅବଦାନ ପ୍ରଦାନ କରାଯାଇଛି। କମ୍ପାନି ପକ୍ଷରୁ ଜାରି କରାଯାଇଥିବା ୧୧ତମ ଟିକସ ସ୍ୱଚ୍ଛତା ରିପୋର୍ଟ ଅନୁସାରେ ଏହି ଅବଦାନ ହେଉଛି କମ୍ପାନିର ପରିଚାଳନା ରାଜସ୍ୱର ୩୬ ପ୍ରତିଶତ ଯାହା ଭାରତର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ପୂର୍ବ ଆର୍ôଥକ ବର୍ଷ ତୁଳନାରେ ଏହି ଅବଦାନ ୧୩.୩ ପ୍ରତିଶତ ଅଧିକ ରହିଛି। ଏଥି ସହିତ ବିଗତ ୧୦ ବର୍ଷରେ ସରକାରୀ ରାଜକୋଷକୁ ବେଦାନ୍ତର ଅବଦାନ ପରିମାଣ ୪,୮୩,୦୩୪ କୋଟି ଟଙ୍କାରୁ ଅଧିକ ହୋଇଛି। ଆର୍ôଥକ ଶୃଙ୍ଖଳା, ରାଷ୍ଟ୍ର ଗଠନ ଓ ବିକଶିତ ଭାରତ ପ୍ରତି ସହାୟତା ପ୍ରତି କମ୍ପାନି ଅତୁଟ ଗୁରୁତ୍ୱ ପ୍ରଦାନ କରିଛି। ଜାତୀୟ ରାଜକୋଷକୁ ଅବଦାନ ଦେଉଥିବା ଶ୍ରେଷ୍ଠ ତିନି ଘରୋଇ କ୍ଷେତ୍ର କମ୍ପାନି ମଧ୍ୟରେ ବେଦାନ୍ତ ଗ୍ରୁପ ରହିଛି।

୨୦୨୫-୨୬ ଆର୍ôଥକ ବର୍ଷରେ ବେଦାନ୍ତ ଐତିହାସିକ ଆର୍ôଥକ ପ୍ରଦର୍ଶନ କରିଥିଲା। କମ୍ପାନିର ରାଜସ୍ୱ ୧୫ ପ୍ରତିଶତ ବୃଦ୍ଧି ପାଇ ୧,୭୪,୦୭୫ କୋଟି ଟଙ୍କା ହୋଇଥିଲା ଯାହା ତାହାର ଇତିହାସରେ ସର୍ବାଧିକ। ଏବିଟଡା ୨୯ ପ୍ରତିଶତ ବୃଦ୍ଧି ପାଇ ୫୫,୯୭୬ କୋଟି ଟଙ୍କା ଓ ଟିକସ ପରବର୍ତୀ ଲାଭ (ପିଏଟି) ୨୨ ପ୍ରତିଶତ ବୃଦ୍ଧି ପାଇ ୨୫,୦୯୬ କୋଟି ଟଙ୍କା ହୋଇଛି। ଏବିଟଡାକୁ ନିଟ ଋଣ ୧.୨୨ଗୁଣାରୁ ୦.୯୫ ଗୁଣା ଭଳି ଉନ୍ନତ ସ୍ତରକୁ ଆସିଛି ଯାହା ଗତ ୧୪ଟି ତ୍ରୈମାସିକରେ ଶ୍ରେଷ୍ଠ।

ଜିଙ୍କ ଆଧାରିତ ସିଲଭର, ଆଲୁମିନିୟମ, ତମ୍ବା, ଲୁହାପଥର, ଇସ୍ପାତ, ଶକ୍ତି, ନିକେଲ, କ୍ରୋମ ଏବଂ ତୈଳ ଓ ଗ୍ୟାସ ବ୍ୟବସାୟରେ ବେଦାନ୍ତ ଦୃଢ଼ ଆର୍ôଥକ ପ୍ରଦର୍ଶନ କରିଛି। ଜିଙ୍କର ଅବଦାନ ସର୍ବାଧିକ ୧୯,୦୫୩ କୋଟି ଟଙ୍କା, ଆଲୁମିନିୟମର ୧୫,୭୮୮ କୋଟି ଟଙ୍କା ଏବଂ ତୈଳ ଓ ଗ୍ୟାସ ବ୍ୟବସାୟର ଅବଦାନ ୧୧,୬୯୭ କୋଟି ଟଙ୍କା ରହିଛି।

କମ୍ପାନି ପକ୍ଷରୁ ସରକାରୀ ରୟାଲଟି ଓ ଲାଭ ପେଟ୍ରୋଲିୟମ ବାବଦରେ ରାଜସ୍ଥାନ, ଓଡ଼ିଶା, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, କର୍ଣ୍ଣାଟକ ଓ ଆସାମ ସରକାରଙ୍କୁ ୧୪,୮୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆୟ ଓ ପୁଞ୍ଜି ଉପରେ ୮୨୯୦ କୋଟି ଟଙ୍କାର ଟିକସ ଦିଆଯାଇଛି। ଏଥି ସହିତ ଗ୍ରୁପ ପକ୍ଷରୁ ଆମଦାନୀ ଓ ରପ୍ତାନୀ ଉପରେ ୫୯୮୦ କୋଟି ଟଙ୍କାର ଶୁଳ୍କ, ତୈଳ ସେସ/ଏନସିସିଡି ଭାବେ ୨୫୦୩ କୋଟି ଟଙ୍କା, ୧୨୫୨ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଓ ୧୬୬୩ କୋଟି ଟଙ୍କାର ଅଯୋଗ୍ୟ ଜିଏସଟି ଦିଆଯାଇଛି। ମୋଟ ଉପରେ ଅନ୍ୟାନ୍ୟ ଟିକସ ଭାବେ କମ୍ପାନି ୧୧,୮୯୭ କୋଟି ଟଙ୍କା ଦେଇଛି। ପରୋକ୍ଷ ଟିକସ ଆକାରରେ ୨୧,୭୭୭ କୋଟି ଟଙ୍କା ପ୍ରଦାନ କରାଯାଇଛି ଓ ୩,୧୮୮ କୋଟି ଟଙ୍କାର ୱିଥହୋଲଡିଂ ଟିକସ ଦିଆଯାଇଛି। ହିନ୍ଦୁସ୍ତାନ ଜିଙ୍କରେ ଭାରତ ସରକାରଙ୍କ ୨୭.୯୨ ପ୍ରତିଶତ ଅଂଶଧନ ଥିବାରୁ ସରକାରଙ୍କୁ ଲାଭାଂଶ ବାବଦରେ ୧୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ବେଦାନ୍ତର ବ୍ୟାପକ ପରିବେଶ, ସାମାଜିକ ଓ ପ୍ରଶାସନ (ଇଏସଜି) ଏଜେଣ୍ଡାର ମୂଳରେ ରହିଛି ଟିକସ ସ୍ୱଚ୍ଛତା। ଲାଗାତାର ୧୧ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଥିବା ଏହାର ସ୍ୱେଚ୍ଛାକୃତ ଓ ପ୍ରତ୍ୟକ୍ଷ ଘୋଷଣା ଜରିଆରେ କମ୍ପାନି ଅଂଶୀଦାରଙ୍କ ବିଶ୍ୱାସ ଦୃଢ଼ କରିବା ଏବଂ କର୍ପୋରେଟ ପ୍ରଶାସନର ଉଚ୍ଚତର ମାନକ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ବି-ଟି ରେସପନସିବଲ ଟ୍ୟାକ୍ସ ପ୍ରିନସିପଲ ଓ ଏକ୍ସଟ୍ରାକ୍ଟିଭ ଇଣ୍ଡଷ୍ଟ୍ରିଜ ଟ୍ରାନ୍ସପାରେନ୍ସି ଇନିସିଏଟିଭ (ଇଆଇଟିଆଇ) ସହିତ ବେଦାନ୍ତର ଟିକସ ନୀତି ଜଡ଼ିତ ରହିଛି।

About the Author

Akankhya Mohapatra

Author

Visit Website View All Posts

Post navigation

Previous: ଡ୍ୟୁଟି ଭାଗବଣ୍ଟାକୁ ନେଇ ମେଡିକାଲରେ ମହାଭାରତ! ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ଛେଚିଲେ ଅନ୍ୟ ଗାର୍ଡଙ୍କ ସ୍ୱାମୀ
Next: ଭାରତର ଉଦୀୟମାନ ସଡ଼କ ଭିତିଭୂମି ବ୍ୟାପକ ମୋଟର ସୁରକ୍ଷାର ଆବଶ୍ୟକତା ବଢ଼ାଇଛି

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
Capture
  • ଖବର

୭୨ ବର୍ଷ ବୟସରେ ବି ଜାରି ରହିଛି ପ୍ରଭୁ ସେବା: ମହାପ୍ରଭୁଙ୍କ ଆଗରେ ନୃତ୍ୟ କରି ଭକ୍ତିର ଅନନ୍ୟ ଉଦାହରଣ ସାଜିଲେ ବୈଜ୍ଞାନିକ ରାଧାରାଣୀ

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay