Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ମଲ୍ଟିଫ୍ୟାକ୍ଟର ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ
  • ବାଣିଜ୍ୟ

ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ମଲ୍ଟିଫ୍ୟାକ୍ଟର ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ

Akankhya Mohapatra June 29, 2026 (Last updated: June 29, 2026) 1 minute read
TATA AIA LOGO

ଭୁବନେଶ୍ୱର: ବଜାର ଅସ୍ଥିରତା ପାଇଁ ନିବେଶକମାନେ ଦୀର୍ଘକାଳୀନ ନିବେଶ ପ୍ରତି ପ୍ରତିବଦ୍ଧ ହୋଇପାରୁନାହାନ୍ତି। ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ମଲଟିଫ୍ୟାକ୍ଟର ଇଣ୍ଡେକ୍ସ ଫଣ୍ଡ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ୟୁନିଟ ଲିଙ୍କଡ ସମାଧାନ ଯାହା ଇକ୍ୱିଟି ବଜାରରେ ଅଂଶଗ୍ରହଣ କରିବା ସହିତ ଜୀବନ ବୀମା ସୁରକ୍ଷା ପ୍ରଦାନ କରିବ।
ଏହି ଫଣ୍ଡ ପାଇଁ ନିଫ୍ଟି ୫୦୦ ମଧ୍ୟରୁ ୫୦ଟି କମ୍ପାନିକୁ ଚୟନ କରାଯାଇଛି। ସେଥିପାଇଁ ନିମ୍ନ ଅସ୍ଥିରତା, ଗୁଣାତ୍ମକ ମାନ, ମୂଲ୍ୟ ଓ ଗତିଶୀଳତା ଭଳି ଚାରିଟି ବିଷୟ ବିଚାରକୁ ନିଆଯାଇଥିଲା। ଅଳ୍ପ ଅସ୍ଥିରତା ସାମନା କରୁଥିବା କମ୍ପାନିଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ଯେଉଁମାନଙ୍କର ମୂଲ୍ୟ ସାଧାରଣତଃ ସ୍ଥିର ରହୁଛି। ତାହା ନିବେଶକମାନଙ୍କୁ ଦ୍ରୁତ, ଅଧିକ ସ୍ଥାୟୀ ନିବେଶ ଯାତ୍ରା ପାଇଁ ସହାୟକ ହେବା ସହ ଇକ୍ୱିଟି ବଜାର ଅଭିବୃଦ୍ଧିରେ ସେମାନଙ୍କୁ ସାମିଲ କରିବ।
ଉପଯୋଗିତା, ମାନୁଫାକଚରିଂ, ଭିତିଭୂମି ବିକାଶ ଓ ଡିଜିଟାଲ ସମ୍ପ୍ରସାରଣକୁ ନେଇ ଭାରତ ଦୃଢ଼ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନା ପ୍ରଦାନ କରୁଛି। କିନ୍ତୁ ବଜାର ସିଧାସଳଖ ରେଖାରେ ଆଗକୁ ବଢ଼ୁନାହିଁ। ଗୋଟିଏ ବିଷୟ କିମ୍ବା ଗୋଟିଏ ପ୍ରକାର ନିବେଶ ଢ଼ାଂଚାରେ ଆଗକୁ ବଢ଼ିଲେ ବିପଦ ସାମନା କରିବାର ଆଶଙ୍କା ରହିଛି ଯାହା ନିବେଶକମାନଙ୍କୁ ବଜାର ହ୍ରାସ ସମୟରେ ପ୍ରଭାବିତ କରିବ। ଟାଟା ଏଆଇଏ ମଲଟି ଫ୍ୟାକ୍ଟର ଇଣ୍ଡେକ୍ସ ଫଣ୍ଡ ସେହି ସମସ୍ୟାର ସମାଧାନ କରିବ। ଏହାର ନିମ୍ନ ଅସ୍ଥିରତା ଉପାଦାନ ମୂଲ୍ୟରେ ଦ୍ରୁତ ହ୍ରାସ ସମୟରେ ସୁରକ୍ଷା ପ୍ରଦାନ କରିବ।
ଟାଟା ଏଆଇଏର ୟୁଲିପ ସମାଧାନଗୁଡ଼ିକରେ ଉପଲବ୍ଧ ହୋଇଥିବା ଏହି ଫଣ୍ଡ ଗ୍ରାହକମାନଙ୍କୁ ଜୀବନ ବୀମା ସୁରକ୍ଷା ସହିତ ବଜାର ସହ ଯୋଡ଼ି ହୋଇଥିବା ନିବେଶ ସୁଯୋଗ ପ୍ରଦାନ କରିବ। ପରୋକ୍ଷ, ପରିମାଣ ଭିତ୍ତିକ ଫ୍ରେମୱର୍କ ଜରିଆରେ ଦୀର୍ଘକାଳୀନ ସମ୍ପତ୍ତି ଗଢ଼ିବାକୁ ଏହି ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ନିୟମ ଆଧାରିତ ଆଭିମୁଖ୍ୟ ଜରିଆରେ ଏହି ଫଣ୍ଡ ସ୍ୱତନ୍ତ୍ର ଷ୍ଟକ ଚୟନ ଉପରେ ନିର୍ଭରଶୀଳତା କମ କରିବ ଏବଂ ପୋର୍ଟଫୋଲିଓ ଗଠନ ଓ ପୁନଃସନ୍ତୁଳନରେ ସ୍ଥିରତା ସୁନିଶ୍ଚିତ କରିବ।
ଏହି ଫଣ୍ଡର ବେଂଚମାର୍କ ହେଉଛି ନିଫ୍ଟି ୫୦୦ ମଲଟି ଫ୍ୟାକ୍ଟର ଏମକ୍ୟୁଭିଏଲଭି ୫୦ ଇଣ୍ଡେକ୍ସ। ଏଥିରେ ୮୦-୧୦୦ ପ୍ରତିଶତ ପାଣ୍ଠିକୁ ଇକ୍ୱିଟିରେ ନିବେଶ କରାଯିବ। ନଗଦ ଓ ମନି ବଜାରରେ ଆବଂଟନ ୦-୨୦ ପ୍ରତିଶତ ମଧ୍ୟରେ ରହିଛି। ନିଫ୍ଟି ୫୦୦ର ୫୦ଟି କମ୍ପାନିକୁ ନେଇ ପୋର୍ଟଫାଲିଓ ଗଠନ କରାଯିବ। ଏହାର ଏନଏଫଓ ୨୦୨୬ ଜୁନ ୨୩ରୁ ୩୦ ମଧ୍ୟରେ ଖୋଲା ରହିବ। ଏହି ସମୟରେ ସଂଗ୍ରହ କରାଯିବାକୁ ଥିବା ପଲିସିଗୁଡ଼ିକୁ ୧୦ ଟଙ୍କାର ଏନଏଭି ଅନୁସାରେ ଜାରି କରାଯିବ ଯାହା ୨୦୨୬ ଜୁନ ୩୦ରୁ ପ୍ରଭାବୀ ହେବ।

About the Author

Akankhya Mohapatra

Author

Visit Website View All Posts

Post navigation

Previous: କ୍ନାକ ପ୍ୟାକେଜିଂ ଲିମିଟେଡ୍‌ର ଆଇପିଓ ୨୦୨୬ ଜୁଲାଇ ୧, ବୁଧବାର ଖୋଲିବ
Next: ଡ୍ୟୁଟି ଭାଗବଣ୍ଟାକୁ ନେଇ ମେଡିକାଲରେ ମହାଭାରତ! ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ଛେଚିଲେ ଅନ୍ୟ ଗାର୍ଡଙ୍କ ସ୍ୱାମୀ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
Capture
  • ଖବର

୭୨ ବର୍ଷ ବୟସରେ ବି ଜାରି ରହିଛି ପ୍ରଭୁ ସେବା: ମହାପ୍ରଭୁଙ୍କ ଆଗରେ ନୃତ୍ୟ କରି ଭକ୍ତିର ଅନନ୍ୟ ଉଦାହରଣ ସାଜିଲେ ବୈଜ୍ଞାନିକ ରାଧାରାଣୀ

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay