ଭୁବନେଶ୍ୱର: କ୍ନାକ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଜୁଲାଇ ୧, ବୁଧବାର ଦିନ ଖୋଲିବ ଓ ୨୦୨୬ ଜୁଲାଇ ୩ ଶୁକ୍ରବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ୨୦୨୬ ଜୁନ ୩୦, ମଙ୍ଗଳବାର ଦିନ ନିଜର ବିଡ୍ ଦାଖଲ କରିପାରିବେ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୧୬୧ ଟଙ୍କାରୁ ୧୭୦ ଟଙ୍କା ମଧ୍ୟରେ ରହିଛି। ଯୋଗ୍ୟ କର୍ମଚାରୀମାନଙ୍କୁ ସେୟାର ପିଛା ୧୬ ଟଙ୍କାର ରିହାତି ପ୍ରଦାନ କରାଯିବ। ନିବେଶକମାନେ ସର୍ବନିମ୍ନ ୮୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହାପରେ ସେଥିରେ ୮୮ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୩୮୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲ୍ରେ ନିବେଶକମାନେ ୩,୫୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଅଳପେସ ତୁଲସିଭାଇ ପଟେଲ ୬୭୫,୭୫୦ ଇକ୍ୱିଟଇ ସେୟାର, ପ୍ରବୀଣ କୁମାର ଅମ୍ବାଲାଲ ପଟେଲ ୩୦୦,୦୦୦ ଇକ୍ୱିଟି ସେୟାର, ରଶ୍ମୀନଭାଇ ତୁଲସୀଭାଇ ପଟେଲ ୬୭୫,୭୫୦ ଇକ୍ୱିଟି ସେୟାର, ପ୍ରେମୋଟର ଗ୍ରୁପର ଅଂଶଧନକାରୀମାନେ ୧,୫୬୧,୦୦୦ ଇକ୍ୱିଟି ସେୟାର ଓ ଅନ୍ୟାନ୍ୟ ନିବେଶକମାନେ ୨୮୭,୦୦୦ ଇକ୍ୱିଟି ସେୟାର ବିକ୍ରି କରିବା ପ୍ରସ୍ତାବ ରହିଛି।
କ୍ନାକ ପ୍ୟାକେଜିଂ ହେଉଛି ଏକ ଅଗ୍ରଣୀ ଓ ରପ୍ତାନି ଆଧାରିତ ପ୍ୟାକେଜିଂ ସମାଧାନ ପ୍ରଦାନକାରୀ ଯାହା ପ୍ରିଟେଂଟ ଓ ଲାମିନେଟେଡ୍ ଓଭେନ ପଲିପ୍ରୋପିଲିନ ବ୍ୟାଗ୍, ପିଂଚ ବଟମ୍ ବ୍ୟାଗ୍ ଆଦି ଖାଦ୍ୟ ଉତ୍ପାଦ ଓ ପଶୁ ଖାଦ୍ୟ ପ୍ୟାକେଜିଂ ପାଇଁ ପ୍ରଦାନ କରୁଛି। ୨୦୧୩ରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନିର ଗୁଜରାଟରେ ଥିବା ଉତ୍ପାଦନ କାରଖାନା କ୍ଷମତା ହେଉଛି ୪୩,୩୦୦ ଏମ୍ଟି ଓଭେନ୍ ପଲିପ୍ରୋପଲିନ ବ୍ୟାଗ୍, ପିଏଲ୍ଡବ୍ଲ୍ୟୁପିପି ବ୍ୟାଗ୍, ପିଏଲ୍ଡବ୍ଲ୍ୟୁପିପି ପିଂଚ ବଟମ୍ ବ୍ୟାଗ୍। କମ୍ପାନି ବି୨ବି୨ସି ମଡେଲ୍ରେ ଶ୍ରେଷ୍ଠ ବ୍ରାଣ୍ଡଗୁଡ଼ିକୁ ସେବା ପ୍ରଦାନ କରୁଛି। କମ୍ପାନିର ସର୍ବଭାରତୀୟ ସ୍ତରରେ ଉପସ୍ଥିତି ରହିଛି ଓ ଏହା ୭୧ଟି ଦେଶକୁ ରପ୍ତାନି କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନିର ପରିଚାଳନାରୁ ରାଜସ୍ୱ ୮୨୩୪.୩୪ ନିୟୁତ ଟଙ୍କା ଓ ଟିକସ ପରବର୍ତୀ ଲାଭ ୯୨୭.୨୪ ନିୟୁତ ଟଙ୍କା ରହିଛି।
କମ୍ପାନିର ସେୟାରକୁ ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ କରାଯିବ। ଏନ୍ଏସ୍ଇ ହେଉଛି ଏହାର ଡେଜିଗ୍ନେଟେଡ୍ ଷ୍ଟକ୍ ଏକ୍ସଚେଞ୍ଜ। ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ସିଷ୍ଟମେଟିକ୍ କର୍ପୋରେଟ୍ ସର୍ଭିସେସ୍ ଲିମିଟେଡ୍, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ପାନ୍ଥୋମ୍ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍।
