ଭୁବନେଶ୍ୱର, ୧୨/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳ ଆଜି ପ୍ରକାଶ ପାଇପାରେ। ସୂଚନା ଅନୁସାରେ, ମଧ୍ୟାହ୍ନ ୧୨ଟା ପରେ ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଅନଲାଇନ୍ରେ ଯାଞ୍ଚ କରିପାରିବେ।ପରୀକ୍ଷାର୍ଥୀମାନେ cbse.gov.in, cbseresults.nic.in ଏବଂ results.cbse.nic.in ୱେବସାଇଟ୍ ମାଧ୍ୟମରେ ନିଜର ଫଳ ଜାଣିପାରିବେ। ଏହା ସହିତ ଡିଜିଲକର, ଉମଙ୍ଗ ଆପ୍, ଆଇଭିଆରଏସ୍ ଓ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ।
ଅନ୍ୟପଟେ, CBSE ପକ୍ଷରୁ ଦଶମ ଶ୍ରେଣୀ ପାଇଁ ଦ୍ୱିତୀୟ ବୋର୍ଡ ପରୀକ୍ଷାର ତାରିଖ ମଧ୍ୟ ଘୋଷଣା କରାଯାଇଛି। ମେ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟା ୩୦ରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ନିର୍ଦ୍ଧାରିତ ହୋଇଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE ଦ୍ୱିତୀୟ ବୋର୍ଡ ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଛି। ଯେଉଁ ଛାତ୍ରଛାତ୍ରୀମାନେ କମ୍ ମାର୍କ ପାଇଛନ୍ତି, ସେମାନେ ସର୍ବାଧିକ ୩ଟି ବିଷୟରେ ପୁନଃ ପରୀକ୍ଷା ଦେଇପାରିବେ। ଏଥିରେ ଗୋଟିଏ ଭାଷା ବିଷୟ ଓ ଅନ୍ୟ ଦୁଇଟି ବିଷୟ ଅନ୍ତର୍ଭୁକ୍ତ ରହିବ।
