ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

[vc_row][vc_column][vc_column_text]ଶରୀରର ସୁସ୍ଥତା ପାଇଁ ସମସ୍ତେ ଚିନ୍ତିତ ଥାଆନ୍ତି । କିନ୍ତୁ ଶରୀରର ନିୟନ୍ତ୍ରଣ କେନ୍ଦ୍ର ବ୍ରେନର ଧ୍ୟାନ ନେବା ପାଇଁ କେହି ଚିନ୍ତା କରନ୍ତି ନାହିଁ । ସମସ୍ତ ଅଭିଭାବକ ନିଜ ପିଲାମାନଙ୍କ ସ୍ମରଣ ଶକ୍ତି ଏବଂ ଜ୍ଞାନ ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ସେମାନେ ଏହା ଅବଗତ ନଥାନ୍ତି କି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ବ୍ରେନ ସାର୍ପ ହେବା ସହିତ ସ୍ମରଣ ଶକ୍ତିର ବୃଦ୍ଧି ଘଟିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହିତ ସୁସ୍ଥ ମସ୍ତିଷ୍କ ହୋଇଥାଏ ।[/vc_column_text][vc_column_text]୧. ସବୁଜ ପରିବା – [/vc_column_text][vc_single_image image=”6015″ img_size=”full” alignment=”center”][vc_column_text]ଗବେଷଣା ଅନୁଯାୟୀ ପ୍ରତିଦିନ ସବୁଜ ପନିପରିବା ଖାଇବା ଦ୍ୱାରା ମଥା ସାର୍ପ ହେବା ସହିତ ବ୍ରେନର ଏଜିଙ୍ଗ କମ ହୋଇଥାଏ । ପାଳଙ୍ଗ, ବ୍ରୋକଲି ଏବଂ ବିଭିନ୍ନ ପ୍ରକାରର ଶାଗରେ ଭିଟାମିନ କେ, ଭିଟାମିନ ବି୯, ଫୋଲେଟ ଏବଂ ଲୁଟେଇନ ପରି ଦରକାରୀ ଭିଟାମିନ ରହିଛି । ଭିଟାମିନ କେ ଶରୀରରେ କ୍ୟାଲସିୟମର ପରିଚାଳନା କରିଥିାଏ । ଭିଟାମିନ ବି୯ ମଧ୍ୟ ମସ୍ତିଷ୍କରେ କ୍ୟାଲସନର ମାତ୍ରା ବୃଦ୍ଧି କରିଥାଏ ଯାହା ଦ୍ୱାରା ବ୍ରେନ ସାର୍ପ ହେବା ସହିତ ଏହାର କ୍ଷୟ କମ ହୋଇଥାଏ । ପ୍ରତିଦିନ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ରୋଗପ୍ରତିରୋଧକ ଶକ୍ତି ମିଳିବା ସହିତ ଏହା ବ୍ରେନକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ ।[/vc_column_text][vc_column_text]୨. ଫଳ – [/vc_column_text][vc_single_image image=”6016″ img_size=”full” alignment=”center”][vc_column_text]ବିଭିନ୍ନ ପ୍ରକାର ଫଳ ଶରୀରକୁ ଅବଶ୍ୟକୀୟ ନ୍ୟୁଟ୍ରିଏଣ୍ଟ ପ୍ରଦାନ କରିବା ସହିତ ବ୍ରେନର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଭିନ୍ନ ଫଳ ତଥା କଳା ଅଙ୍ଗୁର, ଅଙ୍ଗୁର, ସେଓ, କମଳା ଇତ୍ୟାଦି ଉଭୟ ଶରୀର ଏବଂ ବ୍ରେନ ପାଇଁ ଖୁବ ଉପକାରୀ । ଅଙ୍ଗୁର, କଳା ଅଙ୍ଗୁର ଏବଂ ସେଓରେ ଆଣ୍ଟ-ଆକ୍ସିଡାଣ୍ଟର ମାତ୍ରା ଅଧିକ ଥିବାରୁ ବ୍ରେନର କ୍ଷତିରୁ ଏହା ସୁରକ୍ଷା ପ୍ରଦାନ କରିଥାଏ । କମଳା, ଟମାଟର ପରି ଭିଟାମିନ ସି ଯୁକ୍ତ ଖାଦ୍ୟ ଶରୀରରେ ଭିଟାମିନ ସିର ମାତ୍ରା ବୃଦ୍ଧି କରିବା ସହିତ ମସ୍ତିଷ୍କର ନ୍ୟୁରନକୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ମଧ୍ୟ ମସ୍ତିଷ୍କରେ ମାଇଲିନ ସିଥର ସୃଷ୍ଟି କରିଥାଏ ଯାହା ନ୍ୟୁରନକୁ ସୁରକ୍ଷା ପ୍ରଦାନ କରିଥାଏ । ଆପଣ ବିଭିନ୍ନ ଭିଟାମିନ ସି ଯୁକ୍ତ ଫଳ ତଥା ଆମ୍ବ, ଅମୃତଭଣ୍ଡା, ସପୁରୀ, ପିଜୁଳି, ଅଙ୍ଗୁର ଏବଂ ଷ୍ଟ୍ରବେରିକୁ ପ୍ରତିଦିନ ନିଜର ରେଗୁଲାର ଡାଏଟରେ ବ୍ୟବହାର କରିପାରିବେ ।[/vc_column_text][vc_column_text]୩. ଡ୍ରାଏ ଫ୍ରୁଟସ – [/vc_column_text][vc_single_image image=”6017″ img_size=”full”][vc_column_text]ଡ୍ରାଏ ଫ୍ରୁଟସ ମଧ୍ୟରେ କାଜୁ, କିସମିସ, ବାଦାମ, ୱାଲନଟ, ପେସ୍ତା ଇତ୍ୟାଦି ରହିଛି । ପ୍ରତିନି ଏହାର ସେବନ ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ବ୍ରେନକୁ ସୁସ୍ଥ ରଖିଥାଏ । ବ୍ରେନକୁ ସୁସ୍ଥ ରଖିବା ପାଇଁ ୱାଲନଟ ଏବଂ ଆଲମଣ୍ଡ ଶ୍ରେଷ୍ଠ । ଏଥିରେ ଥିବା ଓମେଗା -୩ ଫ୍ୟାଟି ଏସିଡ ନୂଆ ଶିଶୁଙ୍କ ବ୍ରେନର ବିକାଶରେ ସହାୟକ ହୋଇଥାଏ । ବାଦାମରେ ଥିବା ଭିଟାମିନ ବି୩ ମଧ୍ୟ ବ୍ରେନର ବିକାଶରେ ସାହାଯ୍ୟ କରିଥାଏ । ଆପଣ ପ୍ରତିଦିନ ସ୍ନାକ୍ସରେ ଡ୍ରାଏ ଫୁଟସ ଖାଇପାରିବେ ।[/vc_column_text][vc_column_text]୪. ଚାହା ଏବଂ କଫି – [/vc_column_text][vc_single_image image=”6018″ img_size=”full”][vc_column_text]ଚାହା ଏବଂ କଫିରେ ପ୍ରଚୁର ପରିମାଣରେ କାଫେଇନ ରହିଛି ଯାହା ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇପାରିବ । ଚାହାରେ ଥିଓଫାଇନିନ, ଥିଓବ୍ରୋମିନ ରହିଛି ଯାହା ବ୍ଲଡ-ବ୍ରେନ ମଧ୍ୟରେ ବ୍ୟାରିଅରକୁ ନଷ୍ଟ କରିଥାଏ । ଗ୍ରିନ-ଟିରେ ଥିବା ଏଲ-ଥାଇନିନ ବ୍ରେନର ଶକ୍ତି ବୃଦ୍ଧି କରିବା ସହିତ ଅଳସୁଆ ପଣରୁ ମୁକ୍ତି ପ୍ରଦାନ କରିଥାଏ ।[/vc_column_text][vc_column_text]୫. ଦୁଗ୍ଧ ଜାତୀୟ ଖାଦ୍ୟ – [/vc_column_text][vc_single_image image=”6019″ img_size=”full” alignment=”center”][vc_column_text]ଦୁଗ୍ଧଜାତୀୟ ଖାଦ୍ୟ ତଥା ଖିର, ପନିର, ଦହି, ଛେନା ବ୍ରେନର ବିକାଶରେ ସହାୟକ ହୋଇଥାଏ । ଏଥିରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହା ଶ୍ରେଷ୍ଠ ବ୍ରେନ ବୁଷ୍ଟର ଭାବେ କାମ କରିଥାଏ । ପ୍ରତିଦିନ ଖିର ପିଇବା ଦ୍ୱାରା ହାଡ ଶକ୍ତ ହେବା ସହିତ ବ୍ରେନର ବିକାଶ ହୋଇଥାଏ ।[/vc_column_text][/vc_column][/vc_row]

Comments are closed.