କେଶକୁ ସୁସ୍ଥ ରଖିବାରେ ତେଲ କେତେ ଉପକାରୀ ଜାଣନ୍ତୁ


ମଥାରେ ତେଲ ମାଲିସ କରିବା ଭାରତୀୟ ପରମ୍ପରାରେ ବହୁ ପୁରାତନ କାଳରୁ ରହି ଅସିଛି । ଜେଜେମା ଅମଳରୁ ଘରେ ଘରେ ସକାଳୁ ହେଉ କିମ୍ବା ସନ୍ଧ୍ୟାରେ ଆବାଳ ବୃଦ୍ଧବନିତା ତେଲ ମାଲିସ କରିବା ପାଇଁ ବସିଥାନ୍ତି । ଏହାର ବହୁ ସୁଫଳ ରହିବା ସହିତ ବୟସ ବଢିବା ଅନୁସାରେ ଏହାର ବହୁ ଉପକାରିତା ମଧ୍ୟ ରହିଛି । ପ୍ରମାଣ ରହିଛି ଯେ ସର୍ବଦା ମୁଣ୍ଡରେ ତେଲ ମାଲିସ କରିବା ଦ୍ୱାରା ଶରୀରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅନେକ ଲାଭ ମିଳିଥାଏ । ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ, ଡିପ କଣ୍ଡିସନିଂ ଏବଂ ରିଲାକ୍ସସେନ ବୃଦ୍ଧି ପାଇବା ସହିତ ଚିନ୍ତାର ହ୍ରାସ ମଧ୍ୟ ଘଟିଥାଏ ।
ତେଲ ମାଲିସର ଲାଭ –
୧. କେଶ ବୃଦ୍ଧି – କେଶ ବୃଦ୍ଧି ହେବା ପାଇଁ ପ୍ରୋଟିନ ଏବଂ ଭିଟାମିନ ଆବଶ୍ୟକ । ଏବଂ ତେଲ ସେହି ଭିଟାମିନ ଏବଂ ପ୍ରୋଟିନ ଭଳି କାର୍ଯ୍ୟ କରିଥାଏ । ପ୍ରତିଦିନ ତେଲ ମାଲିସ କରିବା ଦ୍ୱାରା କେଶର ବୃଦ୍ଧି ହେବା ସହିତ ମୁଣ୍ଡରେ ରକ୍ତ ସଂଚାଳନର ବୃଦ୍ଧି ଘଟିଥାଏ ଏବଂ କେଶ ଲୋମ ଶକ୍ତିଶାଳୀ ହୋଇଥାଏ । ନଡିଆ ତେଲ, ସୋରିଷ ତେଲ, ଅଲିବ ଅଏଲ, ସେସେମୋ ଅଏଲ ଇତ୍ୟାଦି ବ୍ୟବହାର କରିପାରିବେ ।
୨. କେଶକୁ ଶକ୍ତିଶାଳୀ କରିଥାଏ – ଫ୍ଲାଟ କେଶ, ଦୁଇ ମୁହାଁ କେଶ, କହରା କେଶ ଇତ୍ୟାଦି ଦୁର୍ବଳ କେଶ ଲୋମର ସଂକେତ । ପ୍ରତିଦିନ ୧୦୦-୧୫୦ କେଶ ଉପୁଡିବା ସାଧାରଣ କଥା ହୋଇଥାଏ କିନ୍ତୁ ଚନ୍ଦାପଣ ତାହାଠାରୁ ଅଧିକ ଚିନ୍ତାର କାରଣ ହୋଇପାରେ । ତେଣୁ କେଶରେ ପ୍ରତିଦିନ ଉଷୁମ ତେଲ ମାଲିସ କରିବା ଦ୍ୱାରା କେଶକୁ ଲାଭ ମିଳିଥାଏ । ତେଲ କେଶର ମୂଳକୁ ନ୍ୟୁଟ୍ରିଏଣ୍ଟ ପ୍ରଦାନ କରିଥାଏ ଯାହା କେଶର ବୃଦ୍ଧି କରି ରକ୍ତ ସଂଚାଳନ ବୃଦ୍ଧି କରିଥାଏ ।
୩. କେଶର ସାଇନିଂ – ତେଲ କେଶର ସାଇନିଂ ବୃଦ୍ଧି କରିଥାଏ । ପ୍ରତିଦିନ ତେଲ ମସାଜ କରିବା ଦ୍ୱାରା କେଶରେ ଦୋମୁହାଁ ପଣ ଦୂର ହୋଇଥାଏ ଏବଂ କେଶର ସାଇନିଂ ବୃଦ୍ଧି କରିଥାଏ ଏବଂ କେଶର କ୍ଷତି ମଧ୍ୟ କମ ହୋଇଥାଏ ।
୪. ସଂକ୍ରମଣ ଏବଂ ରୁପି କମ କରିଥାଏ – କେଶରେ ତେଲ ସହିତ ମହୁ ଲଗାଇବା ଦ୍ୱାରା ମଥାରେ ସଂକ୍ରମଣ ହେବାର ସମ୍ଭାବନା କମ ହୋଇଥାଏ । କେତେଙ୍କ ସ୍କାଲ୍ପରେ ଡ୍ରାଏ ହୋଇ ସଂକ୍ରମଣ ହୋଇଥାଏ ତେଣୁ ତେଲ ସହିତ ଲେମ୍ବୁ ମିଶାଇ ଲଗାଇବା ଦ୍ୱାରା କେଶର ଶୁଷ୍କତା କମ ହୋଇଥାଏ ଏବଂ ରୁପି ମଧ୍ୟ ହୋଇନଥାଏ । କେଶ ପାଇଁ ଅଲିଭ ତେଲ ଖୁବ ଉପକାରୀ । ଏହା କେଶ ବୃଦ୍ଧି କିରବା ସହିତ ସାଇନିଂ କରିଥାଏ । ସବୁବେଳେ ମୁଣ୍ଡ ଧୋଇବା ପୂର୍ବରୁ ତେଲ ମାଲିସ କରିବା ଉଚିତ ତାହା ନହେଲେ କେଶ ଥଣ୍ଡା ଜଳ ପ୍ରଭାବରେ ଖରାପ ହେବାର ସମ୍ଭାବନା ଥାଏ ।

ତେଲ ମାଲିସ ପାଇଁ ଶ୍ରେଷ୍ଠ ତେଲ – ନଡିଆ ତେଲ, ଆଲମଣ୍ଡ ଅଏଲ,କ୍ୟାଷ୍ଟର ଅଏଲ, ଅଲିଭ ଅଏଲ, ସେସୋମେ ଅଏଲ, ଜୋଜୋବା ଅଏଲ ।
ତେଲ ଲଗାଇବାର ସଠିକ ସମୟ – କେଶ ଧୋଇବା ପୂର୍ବରୁ ତେଲ ମାଲିସ କରିବା ଉଚିତ । ଏତତ୍ ବ୍ୟତୀତ ରାିରେ ଶୋଇବା ପୂର୍ବରୁ ତେଲ ମାଲିସ କରିବା ଦ୍ୱାରା ଏହାର ସୁଫଳ ମିଳିଥାଏ । ତେଲକୁ ହାଲକା ଉଷୁମ କରି ମଧ୍ୟ ମାରିପାରିବେ । କିନ୍ତୁ କେଶରେ ତେଲ ଲଗାଇ ହାଲକା ଆଙ୍ଗୁଠିରେ ମସାଜ କରିବା ଉଚିତ ଏହା ଦ୍ୱାରା କେଶର ମୂଳ ଲୋମ ପର୍ଯ୍ୟନ୍ତ ତେଲ ଯାଇଥାଏ ।


Share It

Comments are closed.