ଗ୍ରାମାଞ୍ଚଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମହା ଦୁର୍ନୀତି: ନା ଅଛି ସୂଚନାଫଳକ ନା ଠିକରେ ତଦାରଖ କରୁଛନ୍ତି ନିର୍ବାହୀ ଯନ୍ତ୍ରୀ

Share It

ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପ୍ରକୃତରେ କାର୍ଯ୍ୟ ଦୁର୍ବଳ । ଆମ ସମସ୍ତ ଜନସାଧାରଣଙ୍କ ଟିକସ ଆଦାୟ ହୋଇ ଯେଉଁ ଅର୍ଥ ସଞ୍ଚିତ ହେଉଛି ଓ ଆମ ମାନଙ୍କ ଉନ୍ନତି ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସମସ୍ତେ ଜାଣିବା ଓ ତଦାରଖ କରିବା ଆମର ମୌଳିକ ଅଧିକାର ରହିଛି। ଏହା ସମସ୍ତେ ଜାଣିଶୁଣି ବିରାଡ଼ି କ୍ଷୀର ପିଇଲା ଭଳି ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ, ସହ ଅଧିକାରୀ ମାନେ ମଧ୍ୟ ଖୁଲମ୍ ଖୁଲା କାର୍ଯ୍ୟକାରି ଚଲେଇ ଛନ୍ତି ଥୁଆମୂଲ୍ ରାମପୁର ଆଦିବାସୀ ଗାଁ ଗୁଡିକରେ । ଯେଉଁ କାମ ହେଉଛି ତାହା ପୁଣି ଅତି ନିମ୍ନମାନର ,ଏପରି ଏକ କାମ କରାଯାଇଛି ଥୁଆମୂଲ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତ ର କରଡ଼ାପଦର ଗ୍ରାମରେ ସେଠି ନା ଅଛି ସୂଚନାଫଳକ ନା କାମ ମଜଭୁତ ହୋଇଛି ନା ସ୍ଥାନୀୟ ଲୋକଙ୍କ କଥା ଶୁଣୁଛନ୍ତି ।

ବର୍ଷ ବର୍ଷ ଧରି ସିଭିଲ ପାଠ ପଢି ଆସି ଯେମିତି କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତ କରି ତଦାରଖ କରୁଛନ୍ତି ତାହା ଏକ ପ୍ରଶ୍ନବାଚୀ। କାର୍ଯ୍ୟକ୍ରମ କୁ ଦେଖି ସଂପୃକ୍ତ ଗ୍ରାମବାସୀ ମାନେ ପରସ୍ପର କୁହାକୁହି ହେଲେଣି ଯେଉଁ କାମ ହୋଇଛି ତାହା ଏମିତି ଥିବ ତାହାହେଲେ ପ୍ରଥମ ବର୍ଷା ଗୋଟିଏ ବର୍ଷା ରେ ଧୋଇହୋଇ ଯେମିତି କୁ ସେମିତି ହୋଇଯିବ ଯେମିତି ଅତି ନିମ୍ନ ମାନର କାର୍ଯ୍ୟ ହୋଇଛି । ଯଦି ବର୍ଷାରେ ଏହି ପୋଲ ପାଖରେ ହୋଇଥିବା ଗାଡୱାଲ କାମ ଭୁଶୁଡ଼ି ପଡେ ତାହାହେଲେ ପାଖଜମିରେ ଗୋଡ଼ିମାଟି ପୋତି ହେବା ସହ ଯାତାୟାତ ପାଇଁ ମଧ୍ୟ ଘୋର ଅସୁବିଧା ହେବ। ଏଣୁ ବେଳ ଥାଉଁ ଥାଉଁ ଏହି କାମର ସଠିକ୍ ବିନିଯୋଗ କରିବା ପାଇଁ ଲୋକେ ପ୍ରଶାସନିକ ଠାରେ ଦାବୀ ଜଣାଉଛନ୍ତି ।


Share It

Comments are closed.