Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ସମୀକ୍ଷା ବୈଠକ
  • ଖବର

୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ସମୀକ୍ଷା ବୈଠକ

March 10, 2025
WhatsApp Image 2025-03-10 at 16.52.10

ଭୁବନେଶ୍ୱର:୧୦/୦୩/୨୦୨୫ :ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏସବୁର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି । ଅକ୍ଷୟ ଶକ୍ତିରେ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରୋଜେକ୍ଟ (ପିଏସ୍‌ପି)ର ଗୁରୁତ୍ୱ ସ୍ୱତନ୍ତ୍ର । ସଂପ୍ରତି ଓଡ଼ିଶାର ୪୫ ଗୋଟି ସ୍ଥାନକୁ ପିଏସ୍‌ପି ପ୍ରକଳ୍ପ କରିବା ପାଇଁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୦ ଗୋଟି ପ୍ରକଳ୍ପ ସରକାରୀ ସ୍ତରରେ ବିଭିନ୍ନ ପିଏସ୍‌ୟୁମାନଙ୍କ ଦ୍ୱାରା କରାଯିବା ଯୋଜନା ରହିଛି । ଏହା ବାଦ୍‌ କିଛି କମ୍ପାନୀ କେତେକ ସ୍ଥାନକୁ ନିଜସ୍ୱ ଭାବେ ଚିହ୍ନଟ କରିଛନ୍ତି । ଏସବୁର ବିକାଶ କାର୍ଯ୍ୟ ପ୍ରଥମେ ଆବେଦନ କରିଥିବା କମ୍ପାନୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଅନୁଷ୍ଠିତ ବୈଠକରେ କହିଛନ୍ତି ।

ଗତ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ତେଲେଙ୍ଗାନାର ସଙ୍ଗମମ୍‌ ପାୱାର୍‌ ପ୍ରୋଜେକ୍ଟ କମ୍ପାନୀ ଓଡ଼ିଶା ସରକାରଙ୍କ ସହ ପିଏସ୍‌ପି ବା ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି । ବୈଠକରେ ସ୍ୱଚ୍ଛ ଇନ୍ଧନ, ସବୁଜ ଶକ୍ତିର ବ୍ୟବହାର ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ମଧ୍ୟ ସବୁଜ ଶକ୍ତିର ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

କୋରାପୁଟ ଜିଲ୍ଲାର ସୁଙ୍କିଠାରେ ପିଏସ୍‌ପି କରିବା ନିମନ୍ତେ ସଙ୍ଗମମ୍‌ ପାୱାର୍‌ ପ୍ରୋଜେକ୍ଟ କମ୍ପାନୀ କାର୍ଯ୍ୟସାରଣୀ ବା ଡିପିଆର୍‌ ପ୍ରସ୍ତୁତ କରିଛନ୍ତି । ୧୦୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଦିନକୁ ୬ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ । ପ୍ରକଳ୍ପ ଆରମ୍ଭ ନିମନ୍ତେ ଓଡ଼ିଶା ସରକାରଙ୍କଠାରୁ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଓ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ଅନ୍ୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ଶ୍ରୀ ହେମନ୍ତ ଶର୍ମା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଇଡ୍‌କୋର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ସଙ୍ଗମମ ପାୱାରର ଡ଼ାଇରେକ୍ଟର ଶ୍ରୀ ଦୀପକ ମାଥୁର, ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

About the Author

View All Posts

Post navigation

Previous: ରହସ୍ୟମୟ କ୍ଲୋ କ୍ଲାପ୍ସ ଏହାର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଏବଂ ସଙ୍ଗୀତ ଉନ୍ମୋଚନ କରିଛି
Next: ଗ୍ରାମାଞ୍ଚଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମହା ଦୁର୍ନୀତି: ନା ଅଛି ସୂଚନାଫଳକ ନା ଠିକରେ ତଦାରଖ କରୁଛନ୍ତି ନିର୍ବାହୀ ଯନ୍ତ୍ରୀ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay